/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748418289.jpg)
Student Visa Interviews
ନୂଆ ଷ୍ଟୁଡେଣ୍ଟ ଭିସା ଇଣ୍ଟରଭ୍ୟୁ ଉପରେ ରୋକ୍ ଲଗାଇଲା ଆମେରିକା । ବିଶ୍ୱର ସମସ୍ତ ଆମେରିକୀୟ ଦୂତାବାସ ଓ କନସୁଲେଟକୁ ଷ୍ଟୁଡେଣ୍ଟ ଭିସା ଇଣ୍ଟରଭ୍ୟୁ ବନ୍ଦ କରିବା ଲାଗି ଟ୍ରମ୍ପ ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କେବଳ ଛାତ୍ର ଭିସା ନୁହେଁ, ଏକ୍ସଚେଞ୍ଜ ଭିଜିଟର୍ F, M ଓ J ଭିସା ଆପଏଣ୍ଟମେଣ୍ଟ ବନ୍ଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ । ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭିସା ଦେବା ପୂର୍ବରୁ ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲର କଡ଼ାକଡ଼ି ସ୍କ୍ରିନିଂ ଓ ଭେଟିଂ କରିବାକୁ ଯୋଜନା କରୁଛି ଆମେରିକା । ଏଥିରେ ଇନଷ୍ଟାଗ୍ରାମ, ଏକ୍ସ, ଟିକଟକ୍, ଫେସବୁକ୍ ଭଳି ପ୍ଲାଟଫର୍ମଗୁଡିକରେ ପୋଷ୍ଟ, ଲାଇକ, କମେଣ୍ଟ ଓ ସେୟାରଗୁଡିକର ଯାଞ୍ଚ ସାମିଲ୍ ଅଟେ । ତେବେ ଯେଉଁମାନଙ୍କ ଭିସା ଆପଏଣ୍ଟମେଣ୍ଟ ବୁକ୍ ହୋଇସାରିଛି, ସେମାନେ ଏହାଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ: ହାସିନାଙ୍କ ବଡ଼ ଅଭିଯୋଗ...ଆତଙ୍କବାଦୀଙ୍କ ସହାୟତାରେ କ୍ଷମତା ହାତେଇଛନ୍ତି ୟୁନୁସ
ଟ୍ରମ୍ପ ପ୍ରଶାସନର ଏହି ରୋକ୍ ପରେ ଭିସା ପ୍ରକ୍ରିୟାରେ ଦୀର୍ଘ ବିଳମ୍ବ ହୋଇପାରେ ଏବଂ ଏହାଦ୍ୱାରା ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡିକ ପ୍ରଭାବିତ ହୋଇପାରନ୍ତି, ଯାହାର ଆୟ ମୁଖ୍ୟତଃ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭରଶୀଳ । NAFSA ଆସୋସିଏସନ ଅନୁସାରେ, ଗତବର୍ଷ ଆମେରିକାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ଏବଂ ଆମେରିକା ଅର୍ଥବ୍ୟବସ୍ଥାରେ ଏହାର ଯୋଗଦାନ ପ୍ରାୟ ୪୩.୮ ବିଲିୟନ ଡଲାର ଥିଲା ।
ତେବେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାର ମାତ୍ର କିଛି ମାସ ପୂର୍ବରୁ ଷ୍ଟୁଡେଣ୍ଟ ଭିସା ଇଣ୍ଟରଭ୍ୟୁ ସ୍ଥଗିତ ରଖାଯାଇଛି । ଏହାଯୋଗୁଁ ଅନେକ ଛାତ୍ର ସମୟ ମଧ୍ୟରେ ଆମେରିକାରେ ପହଞ୍ଚି ନପାରିବା ନେଇ ଆଶଙ୍କା ଦେଖାଦେଇଛି । ଏନେଇ ଆମେରିକାର ବିଶ୍ବବିଦ୍ୟାଳୟ ଗୁଡିକ ଚେତାବନୀ ଦେଇଛନ୍ତି ଯେ, ଏହି ନୂଆ ଭିସା ନିୟମ ଯୋଗୁଁ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ଗବେଷଣା, ଶିକ୍ଷାଦାନ ଓ ଫଣ୍ଡିଂ ମଧ୍ୟ ପ୍ରଭାବିତ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)