Pakistani Journalist
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଭିଯୋଗ ଆଣିଥିବା ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ମୁହଁ ବନ୍ଦ କରି ଦେଇଛି ଆମେରିକା । ନରେନ୍ଦ୍ର ମୋଦି ଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁ ନାହାନ୍ତି ବୋଲି ଅଭିଯୋଗ ଆଣିବା ପରେ ଆମେରିକା ମୁହଁତୋଡ ଜବାବ ଦେଇଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ସାମ୍ବାଦିକ ଜଣକ କହିଥିଲେ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ରୋକିବା ପାଇଁ ଅମେରିକାର ପଦକ୍ଷେପ ସ୍ୱାଗତଯୋଗ୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯଦି ଆଗକୁ କାଶ୍ମୀର ପ୍ରସଙ୍ଗରେ ସମସ୍ୟାର ସମାଧାନ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନା କରି ଦିଅନ୍ତି ତାହାଲେ ସେ ନୋବେଲ ଶାନ୍ତି ପୁରସ୍କାର ପାଇବେ ବୋଲି ତାଙ୍କ ପାକିସ୍ତାନ ସରକାର ବିଶ୍ୱାସ କରନ୍ତି । ମୋଦି ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ ୧୦ ବର୍ଷ ପୂର୍ବରୁ ଆମେରିକାରେ ପ୍ରବେଶ ପାଇଁ ଅନୁମତି ନଥିଲା ।
ଅଧିକ ପଢନ୍ତୁ: ଚୀନ୍ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ପ୍ରହାର
ଯେତେବେଳେ ସାମ୍ବାଦିକ ଜଣକ ଆମେରିକା ବୈଦେଶିକ ବିଭାଗର ଅଧିକାରୀ ଥୋମାସ ପିଗୋଟଙ୍କୁ ପ୍ରଶ୍ମ କରିଥିଲେ ଯେ, ନରେନ୍ଦ୍ର ମୋଦି ‘ଶାନ୍ତି ଚୁକ୍ତି’ ଚାହୁଁ ନାହାନ୍ତି ବୋଲି ଆମେରିକା ନିରାଶ କି ବୋଲି ପ୍ରଶ୍ନରେ ସେ କହିଥିଲେ ଯେ, ଆମେରିକାର ଫୋକସ କେବଳ ଅସ୍ତ୍ରବିରତି କରିବା ଉପରେ ହିଁ ଥିଲା । ଯାହାକୁ ଦେଖି ଆମେ ଖୁସି । ଆମ ଧ୍ୟାନ କେବଳ ସେଠାରେ ହିଁ ରହିଛି । ଆମେ ଅସ୍ତ୍ରବିରତି କରିବାକୁ ହିଁ ଚାହୁଁଛୁ । ଆମେ ସିଧାସଳଖ କଥାବାର୍ତାକୁ ପ୍ରୋତ୍ସାହିତ କରୁଛୁ । ଆମ ଫୋକସ୍ କେବଳ ଏତିକି ରେ ହିଁ ରହିଛି । ଟ୍ରମ୍ପ ଜଣେ ଶାନ୍ତି ସ୍ଥାପନକାରୀ । ସେ ଶାନ୍ତିକୁ ଗୁରୁତ୍ୱ ଦିଅନ୍ତି । ସେ ଜଣେ ଡିଲ୍ ମେକର । ସେ ବାସ୍ ସଂଘର୍ଷରେ ଅନ୍ତ ଦେଖିବାକୁ ଚାହୁଁଥିଲେ ଏବଂ ଶାନ୍ତି ଆଣିବାକୁ ଚାହୁଁଥିଲେ ।
ପାକିସ୍ତାନୀ ସାମ୍ବାଦିକ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ, ଭାରତ ଅପରେସନ ସିନ୍ଦୂରରେ ଇସ୍ରାଏଲ ନିର୍ମିତ ଡ୍ରୋନ ବ୍ୟବହାର କରିଥିବାରୁ ଟ୍ରମ୍ପ ଭାରତ ବିରୋଧରେ ଅଛନ୍ତି କି ? ଟ୍ରମ୍ପ ଆବ୍ରାହାମ ଆକୋର୍ଡ ଚିନ୍ତାଧାରା ଅନୁସାରେ ସାରା ବିଶ୍ୱରେ ଇହୁଦୀ, ମୁସଲିମ୍, ଖ୍ରୀଷ୍ଟିଆନମାନଙ୍କୁ ଏକାଠି ନେଇ ଚଳିବାକୁ ଚାହୁଁଥିବା ବେଳେ ଭାରତ ବ୍ୟବହାର କରିଥିବା ଇସ୍ରାଏଲ ଡ୍ରୋନ ପାଇଁ ଇସ୍ରାଏଲ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରଭାବିତ ହେବ କି?
ଏହି ପ୍ରଶ୍ନର ଉତରରେ ପିଗୋଟ କୌଣସି ମନ୍ତବ୍ୟ ନ ରଖି ପୁଣି ଥରେ ଆମେରିକା କେବଳ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚାହୁଁଥିଲା ଏବଂ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ପାଇଁ ଚାହୁଁଥିଲା ବୋଲି ଦୋହରାଇଥିଲେ । ଟ୍ରମ୍ପ କେବଳ ସମଗ୍ର ବିଶ୍ୱରେ ବିବାଦର ସମାଧାନ କରିବାକୁ ଚାହାଁନ୍ତି । ସେ ଜଣେ ଶାନ୍ତି ସ୍ଥାପକ । ଏହା ବ୍ୟତୀତ ଆଉ କିଛି ମନ୍ତବ୍ୟ ଦେବି ନାହିଁ ବୋଲି ପିଗୋଟ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747225917.jpg)