• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ‘ଉପରବାଲା ଜବ ଭି ଦେତା ହେ ଛପର ଫାଡ଼ କେ ଦେତା ହେ’ । ନିଜ ଚାରି ପାଖରେ ଏମିତି ଅନେକ ଉଦାହରଣ ଆପଣ ଦେଖିଥିବେ । ଆଜି ଯିଏ ଗରିବ କାଲି ସିଏ ଧନୀ । ଆଜି ଜଣେ ଦୁଆର ଦୁଆର ବୁଲି ଚାକିରି ଖୋଜୁଛି କିନ୍ତୁ ତାକୁ ମିଳୁନି । ହଠାତ୍ ଏମିତି ବି ସମୟ ଆସିପାରେ ସେହି ଲୋକ ଅନ୍ୟମାନଙ୍କୁ ଚାକିରି ଦେଇପାରେ । ତେଣୁ କାହା ଭାଗ୍ୟରେ କ’ଣ ଅଛି ତାହା ଆକଳନ କରିବା ଅସମ୍ଭବ । ଆଉ ସବୁଠାରୁ ବଡ଼ କଥା ହେଲା କାହାକୁ କେବେ ବି ଆମେ ହୀନ ଚକ୍ଷୁରେ ଦେଖିବା ନାହିଁ, କିମ୍ବା କାହାର ପରିସ୍ଥିତିକୁ ତାତ୍ସଲ୍ୟ କରିବା ନାହିଁ ।

ସମୟ ସବୁବେଳେ ସମାନ ନଥାଏ । କେଉଁ ମୁହୁର୍ତ୍ତରେ ବି ବଦଳିପାରେ ଭାଗ୍ୟ । ଠିକ୍‌ ସେମିତି ଜଣେ ବ୍ୟକ୍ତିଙ୍କ ଅଚାନକ ବଦଳିଗଲା ଭାଗ୍ୟ । ଆସିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା ଯେ ଏକା ଖର୍ଚ୍ଚ କରିବା ଅସମ୍ଭବ । ଏତେ ଟଙ୍କା-ଧନ-ସମ୍ପତ୍ତି କେମିତି ଖର୍ଚ୍ଚ କରିବେ, ସେଥିପାଇଁ ହିସାବ କରିବାକୁ ବି ଖୁବ୍ ସମୟ ଲାଗିବ । ୟୁଏସ୍‌ ମାସ୍‌କୁସେଟ୍‌ସର ଜଣେ ବ୍ୟକ୍ତି ଯିଏ କି ରେମଣ୍ଡ ରବର୍ଟ ସିନିୟର ଭାବେ ଖୁବ୍‌ ପରିଚିତ । ତାଙ୍କର ୧୯ କୋଟି ଟଙ୍କାର ଲଟେରୀ ଲାଗିଛି । ଯାହାକି ଏକ ବମ୍ଫର ଲଟେରୀ ।

ଅଧିକ ପଢ଼ନ୍ତୁ: ୮୩ ଲକ୍ଷ ଲଟେରୀ ଟଙ୍କା ଧରି ଫେରୁଥିଲେ, ପୁଣି ଲାଗିଲା ୨କୋଟିର ଜ୍ୟାକ୍‌ପଟ୍‌

ତେବେ ଏତେ ପରିମାଣର ଲଟେରୀକୁ ନେଇ ସେ ଏକ ବୟାନ୍‌ ଦେଇଛନ୍ତି । ଯାହାକୁ ସମସ୍ତେ ଗ୍ରହଣ କରିପାରୁ ନାହାନ୍ତି । ସେ କହିଛନ୍ତି, ଖୁବ୍‌ ଚାଲାଖିର ସହ ସେ ଲଟେରୀ ଟିକଟ ଗୁଡ଼ିକ କିଣିଥିଲେ । ଖୁବ୍‌ ଭାବି ଚିନ୍ତି ସେ କିଣିଥିଲେ । ତାଙ୍କର ଅର୍ନ୍ତଆତ୍ମା ଯାହା ନିର୍ଦେଶ ଦେଲା ସେହି ଅନୁସାରେ ସେ ଲଟେରୀ ଟିକଟ କିଣିଲେ । ଆଉ ସେଇଥିପାଇଁ ସେ ୧୯ କୋଟି ଟଙ୍କା ଜିତି ପାରିଛନ୍ତି । ସେ କହିଛନ୍ତି ମୁଁ ଗୋଟିଏ ନୁହେଁ ଏକାଥରକେ ୬ଟି ଲଟେରୀ ଟିକଟ କିଣିଥିଲି । ପ୍ରତ୍ୟେକ ଲଟେରୀ ଟିକଟର ନମ୍ବର ପ୍ରାୟତଃ ସମାନ । ଆଉ ସେହି ସଂଖ୍ୟା ଗୁଡ଼ିକ ମୋ ଜୀବନ ସହ ମଧ୍ୟ ଜଡ଼ିତ । ଏମିତିକି ଟିକେଟ କିଣିବା ଦିନ ବି ତାଙ୍କ ଅର୍ନ୍ତଆତ୍ମା ତାଙ୍କୁ ସନ୍ଦେଶ ଦେଇଥିଲା । ଯାହାଫଳରେ ସେ ଡିସେମ୍ବର ୧୪ ତାରିଖ ଲକି ଡ୍ର ସମୟରେ ଟିକଟ କିଣିଥିଲେ ।

ସେହି ଲଟେରୀ ଟିକଟର ସଂଖ୍ୟା ଗୁଡ଼ିକ, ରବର୍ଟଙ୍କ ଜନ୍ମ ଦିନ ତାରିଖ ତଥା ବିବାହ ବାର୍ଷିକିର ତାରିଖ ଭଳି ରହିଥିଲା । ଆଉ ସେହି କାରଣରୁ ତାଙ୍କର ଆଜି ଭାଗ୍ୟ ଖୋଲିଯାଇଛି । ରବର୍ଟଙ୍କ ଯେଉଭଳି ଲଟେରୀ ଲାଗିଛି ତାହା ସମସ୍ତଙ୍କ ଭାଗ୍ୟରେ ନଥାଏ । ରବର୍ଟ ନିହାତି ଭାବେ ଜଣେ ସୌଭାଗ୍ୟବାନ । ତାଙ୍କର ୧୯ କୋଟି ଟଙ୍କାର ଲଟେରୀ ଲାଗିଥିବା ବେଳେ ସେ ପାଇବେ ମୋଟ ୧୬ କୋଟି ଟଙ୍କା । ବାକି ଟଙ୍କା ବିଭି କର ବାବଦକୁ କଟିବ । 

ତେବେ ଏହି ମୋଟ ଟଙ୍କା ସେ ଭାଗ ଭାଗ କରି ପାଇବେ । ମୋଟ ୨୫ ହଜାର ଡଲାରର ଲଟେରୀ ଲାଗିଛି । ଯାହାକି ୧୯.୩୪ କୋଟି ଟଙ୍କା ସହ ସମାନ । ତେବେ ରବର୍ଟ ପ୍ରତି ବର୍ଷ ୧.୨୪ କୋଟି ଟଙ୍କା ଲେଖାଏଁ ଏବଂ ଜୀବନକାଳ ମଧ୍ୟରେ ୬ ଥର ଏଭଳି ଟଙ୍କା ଗ୍ରହଣ କରିବେ ବୋଲି ସ୍ଥିର କରିଛନ୍ତି । ପ୍ରଥମ ଲଟେରୀ ଟଙ୍କାରେ ସେ ଏକ ଦାମୀ ବାଇକ୍‌ କିଣିବେ ବୋଲି କହିଛନ୍ତି ।