• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି କାହା ଭାଗ୍ୟ ପତର ତଳେ ତ ଆଉ କାହା ଭାଗ୍ୟ ପଥର ତଳେ । କେତେବେଳେ ଯେ ଭାଗ୍ୟଦେବୀ ପ୍ରସନ୍ନ ହେବେ କିଛି କହିହେବ ନାହିଁ । ଆମେରିକାର ଜଣେ ମହିଳାଙ୍କ ସହିତ ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଲୋକମାନେ ଲଟେରୀ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କଲେ ବି ଜୀବନକାଳ ଭିତରେ ଗୋଟିଏ ହେଲେ ଲାଗେ ନାହିଁ । ହେଲେ ଏ ମହିଳାଙ୍କ ଭାଗ୍ୟ ଦେଖନ୍ତୁ ଗୋଟିଏ ଦିନରେ ଦୁଇ ଦୁଇଟି ଲଟେରୀ ଲାଗିଛି । ଆଉ କ୍ଷଣିକ ଭିତରେ ସେ କୋଟିପତି ପାଲଟିଯାଇଛନ୍ତି ।

ଅଧିକ ପଢ଼ନ୍ତୁ: ଘର ନିଲାମ ନେଇ ଚିନ୍ତାରେ ଥିଲେ, ଅଚାନକ ଆସିଲା ଫୋନ୍‌..ବଦଳିଗଲା ଭାଗ୍ୟ

ଆମେରିକାର ୭୦ ବର୍ଷିୟ ବୃଦ୍ଧାଙ୍କର ପ୍ରଥମେ ୮୩ ଲକ୍ଷ ଟଙ୍କାର ଜ୍ୟାକପଟ୍‌ ଲାଗିଥିଲା । ଲଟେରୀ ଲାଗିଥିବା ଖବର ଶୁଣିବା ପରେ ଖୁସିରେ ତାଙ୍କ ଗୋଡ଼ ତଳେ ଲାଗୁନଥିଲା । ନିଜର ଜଣେ ପ୍ରିୟ ବାନ୍ଧବୀ ସହ ସେ ଲଟେରୀ ଟଙ୍କା ଆଣିବା ପାଇଁ ଘରୁ ବାହାରି ଯାଇଥିଲେ । ଟଙ୍କା ପାଇବା ପରେ ବେଶ୍‌ ଖୁସିଥିଲେ ସେ । ଆଉ ମନଖୁସିରେ ଫେରିବା ସମୟରେ ତାଙ୍କ ମୋବାଇଲକୁ ଏକ ମେସେଜ୍‌ ଆସିଥିଲା ।

ମେସେଜ୍‌ ଦେଖି ପ୍ରଥମେ ସେ ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲେ । କାରଣ ଗୋଟିଏ ଦିନରେ ଏତେ ବଡ଼ ଖୁସି ମିଳିବ ତାଙ୍କର କଳ୍ପନା ବାହାରେ ଥିଲା । କିଛି ଦିନ ପୂର୍ବରୁ ସେ କିଣିଥିବା ସ୍କ୍ରାଚ୍‌ କାର୍ଡରୁ ୨ କୋଟି ଟଙ୍କା ଲଟେରୀ ଲାଗିଥିଲା ।

ଗୋଟିଏ ଦିନରେ ଯେ ଏତେ ଟଙ୍କା ଜିତିଯିବେ ସେ କେବେ ଚିନ୍ତା ବି କରିନଥିଲେ । ୨୦, ଅକ୍ଟୋବର ୨୦୨୨ ହେଉଛି ସେହି ଦିନ, ଯେଉଁ ଦିନ ମହିଳା ଜଣକ ଏତେ ବଡ଼ ରାଶି ଜିତିପାରିଥିଲେ । ତିନି ବର୍ଷ ପୂର୍ବରୁ ମହିଳା ଜଣକ ଲଟେରୀ କିଣିବା ଆରମ୍ଭ କରିଥିବା ଜଣାପଡ଼ିଛି । ହେଲେ ଏତେ ଟଙ୍କା ତାଙ୍କ ଭାଗ୍ୟରେ କେବେ ଜୁଟିନଥିଲା । ଆଉ ଏବେ ଏତେ ଟଙ୍କା ପାଇବା ପରେ ସେ ନିଜକୁ ଭାଗ୍ୟଶାଳୀ ମନେ କରିବା ସହ ଏହା ଭଗବାନଙ୍କ ଆଶୀର୍ବାଦ ବୋଲି କହିଛନ୍ତି ।