• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚକାଚକ୍‌ ସହର । ସହର ଭିତରେ ଦେଖିବାକୁ ପାଇବେ ସୁନ୍ଦର ସୁନ୍ଦର ବିଲ୍ଠିଂ । ଅତ୍ୟାଧୁନିକ ଶୈଳୀରେ କରାଯାଇଛି ସହରର ସମସ୍ତ କାର୍ଯ୍ୟ । ବିଶେଷକରି ଲୋକମାନଙ୍କ ଯାତାୟାତ ପାଇଁ କରାଯାଇଥିବା ରେଳସେବା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସହରର ବଡ଼ ବଡ଼ ବିଲ୍ଡିଂ ଭିତରେ ରେଳ ଚଳାଚଳ କରୁଥିବା ବେଳେ ଯାତ୍ରୀଙ୍କ ପାଇଁ ସମସ୍ତ ଉତ୍ତମ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ପାଇବେ । ତେବେ ଏହା କେଉଁଠି ରହିଛି ଆସନ୍ତୁ ଜାଣିବା।

ଏପରି ଏକ ସୁନ୍ଦର ସହରର ନାଁ ହେଉଛି ଚୋଙ୍ଗକିଙ୍ଗ । ଯାହାକି ଚାଇନାରେ ରହିଛି । ଆପଣ ଏହି ସହରରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ଦେଖିବାକୁ ପାଇବେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚୀନ୍‌ର ଚୋଙ୍ଗକିଙ୍ଗ ସହରର ୟୁଜୋଙ୍ଗରେ ଥିବା ଏକ ଆବାସିକ କୋଠା ଭିତରେ ଏହି ମନୋରାଇଲ୍ ପାସ୍ ହୋଇଛି । ଯାହା ଭିତରେ ଟ୍ରେନ୍‌ ଚଳାଚଳ କରୁଛି । ଏହି ଆବାସିକ କୋଠାଟି ୧୯ ମହଲା ରହିଛି ।

ଅଧିକ ପଢ଼ନ୍ତୁ: ଚାଇନାର ଆଉ ଏକ ଐତିହାସିକ କାନ୍ଥ, ଜାଣିଛନ୍ତି କି ?

ଏଠାର ଲୋକ ଏହି ରେଳ ସେବାକୁ ସବୁଠାରୁ ଅଲଗା ବୋଲି କୁହନ୍ତି । ଚାଇନାର ଏହା ହେଉଛି ରେଳ ଟ୍ରାଞ୍ଜିଟ୍ ପବ୍ଲିକ୍ ମେଟ୍ରୋ ସିଷ୍ଟମ୍ । ଯାହାକୁ ଚୋଙ୍ଗକିଙ୍ଗ୍ ରେଳ ଟ୍ରାଞ୍ଜିଟ୍ ଲିମିଟେଡ୍ କର୍ପୋରେସନ୍ ଦ୍ୱାରା ପରିଚାଚନା କରାଯାଏ । ଏହି ରେଳ କାର୍ଯ୍ୟ ୨୦୦୪ରେ ଆରମ୍ଭ କରାଯାଥିଇଲା ।

ଚାଇନାର ଏହି ସୁନ୍ଦର ନିର୍ମାଣ କାର୍ଯ୍ୟ ପାଇଁ ଇଞ୍ଜିନିୟର ମାନଙ୍କୁ ସର୍ବଦା ପ୍ରଶଂସା କରାଯାଏ । ଏଠାରେ ଲୋକଙ୍କୁ ଚକିତ କରିବା ପରି ଅନେକ କିଛି ରହିଛି । ଚୋଙ୍ଗକିଙ୍ଗରେ ହୋଇଥିବା ଏହି ରେଳ ସେବା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ ସୋସିଆଲ ମିଡିଆଆରେ ସବୁବେଳେ ଚର୍ଚ୍ଚା ହେଉଥିବାବେଳେ ଏହି ଚୋଙ୍ଗକିଙ୍ଗ ସହରକୁ ମାଉଣ୍ଟେନ୍ ସିଟି ବୋଲି ମଧ୍ୟ କୁହାଯାଏ ।

ଚାଇନାର ଏହି ସହର ଏକ ବିରାଟ ପାହାଡ଼ ଉପରେ ଠିଆ ହୋଇଛି । ଏହାର ଉଚ୍ଚତା ଲୋକଙ୍କ ହୃଦୟକୁ ଥରାଇଦିଏ । ଭୟଭୀତ କରାଇବାକୁ ବାଧ୍ୟ କରିଦିଏ । ଚାଇନାର ଅନ୍ୟ ବିଲ୍ଠିଂ ଗୁଡ଼ିକ ତୁଳନାରେ ଏହା ୩୦ ମହଲା ଅଧିକ ବିଶିଷ୍ଟ । ଏହି ସହରଟି ଏତେ ଉଚ୍ଚରେ ଥାଇ ମଧ୍ୟ ଏଠାରେ ସମସ୍ତ ସୁବିଧା ରହିଛି ।

ସବୁଠାରୁ ବଡ଼ କଥା ହେଉଛି, ଚୋଙ୍ଗକିଂ ସହରରେ ଏକ ପେଟ୍ରୋଲ ପମ୍ପ ରହିଛି । ଯାହାକି ୫ ମହଲା ଉପରେ କରାଯାଇଛି । ପେଟ୍ରୋଲ ପମ୍ପକୁ ଯିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।