Advertisment

Drone Attack on Russia: ରୁଷର କାଜାନ୍ ଉପରେ ପ୍ରଚଣ୍ଡ ଆକ୍ରମଣ; ୩ଟି ବିଲ୍ଡିଂକୁ ଟାର୍ଗେଟ୍‌ କରି UAV ଡ୍ରୋନ୍ ଆଟାକ୍

କାଜାନର ଏକ ଉଚ୍ଚ ବିଲ୍ଡିଂ ଉପରେ UAV ଆକ୍ରମଣର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବିଭିନ୍ନ ଦିଗରୁ ଆସୁଥିବା ଘାତକ ଡ୍ରୋନ୍ (UAV) ଅଟ୍ଟାଳିକା ସହ ଧକ୍କା ହେଉଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ରୁଷର କାଜାନ ସହରରେ ଏକ ଭୟଙ୍କର ଆକ୍ରମଣ । ଏହା ପୁଣି ଥରେ ଆମେରିକାର ଇତିହାସରେ ଘଟିଥିବା 9/11 ଆକ୍ରମଣକୁ ମନେ ପକାଇ ଦେଇଛି। ରୁଷର କାଜାନ ସହରରେ ସିରିଏଲ ଡ୍ରୋନ୍ (UAV) ଦ୍ୱାରା ଆକ୍ରମଣ ହୋଇଛି। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକୁ ଟାର୍ଗେଟ୍ କରାଯାଇଛି। ଏହି ଆକ୍ରମଣ ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ତେବେ ରୁଷ କହିଛି ଯେ ସମସ୍ତ ଡ୍ରୋନକୁ ନଷ୍ଟ କରିଦିଆଯାଇଛି।

Advertisment

କାଜାନର ଏକ ଉଚ୍ଚ ବିଲ୍ଡିଂ ଉପରେ UAV ଆକ୍ରମଣର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବିଭିନ୍ନ ଦିଗରୁ ଆସୁଥିବା ଘାତକ ଡ୍ରୋନ୍ (UAV) ଅଟ୍ଟାଳିକା ସହ ଧକ୍କା ହେଉଛି। ଏହାପରେ ଏକ ବଡ ବିସ୍ଫୋରଣ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା ପଛରେ ୟୁକ୍ରେନର ହାତ ଥିବା ରୁଷ ସିଧାସଳଖ ଅଭିଯୋଗ କରିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛନ୍ତି ଯେ ଏହି ଡ୍ରୋନ୍ ଆକ୍ରମଣ ୟୁକ୍ରେନ ଦ୍ୱାରା ହୋଇଛି ।

Advertisment

ରୁଷ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ବିଲ୍ଡିଂରେ ଲୋକମାନେ ରହୁଥିଲେ। ତେଣୁ ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ତେବେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ଆଉ ଏକ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ନିକଟସ୍ଥ ବିଲ୍ଡିଂଗୁଡିକୁ ମଧ୍ୟ ଖାଲି କରିଦିଆ ଯାଇଛି। ଏଥି ସହିତ ରୁଷର କାଜାନ ସହର ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରାଯାଇଛି।

Advertisment

ଏହି ଆକ୍ରମଣ ଉପରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ପ୍ରତିକ୍ରିୟା ରଖିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ରୁଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ କାଜାନ ସହର ଉପରେ ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଦେଇଛି । ଏଥି ସହିତ, ରୁଷର ମିଡିଆ ଏଜେନ୍ସି ସ୍ପୁଟନିକ୍ କାଜାନର ମେୟରଙ୍କ କାର୍ଯ୍ୟାଳୟରୁ କହିଛି ଯେ ଡ୍ରୋନ୍ ଆକ୍ରମଣ ହେତୁ ୩ ଜିଲ୍ଲା ସୋଭେତସ୍କି, କିରେସ୍କି ଏବଂ ପ୍ରିଭୋଲଜସ୍କିରେ ଥିବା ବିଲ୍ଡିଂରେ ନିଆଁ ଲାଗିଯାଇଛି। ଡ୍ରୋନ୍ ଆକ୍ରମଣ କାରଣରୁ ନିଆଁ ଲାଗିଥିବା ଅଟ୍ଟାଳିକାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି । ବିଲଡିଂରୁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଦିଆଯାଉଛି।

କାଜାନ ସହର ଉପରେ ହୋଇଥିବା ଏହି ଆକ୍ରମଣକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି । କାରଣ ଚଳିତବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥର ପ୍ରଥମ ଥର ପାଇଁ କାଜାନରେ ଅନୁଷ୍ଠିତ ୧୬ ତମ ବ୍ରିକ୍ସ ସମ୍ମିଳନୀରେ ସଂଯୁକ୍ତ ଆରବ ଏମିରେଟ୍ସ, ଇରାନ, ଇଜିପ୍ଟ ଏବଂ ଇଥିଓପିଆ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହି ଆକ୍ରମଣକୁ ଆମେରିକାରେ 9/11 (ବିଶ୍ୱ ବାଣିଜ୍ୟ କେନ୍ଦ୍ର) ଆକ୍ରମଣ ଭଳି ବର୍ଣ୍ଣନା କରାଯାଇଛି ।

Russia Viral Video Drone Attack Ukraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ