/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665401376.jpg)
Vladmir Putin
ସାରା ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଋଷ - ୟୁକ୍ରେନ୍ ଯୁଦ୍ଧ । ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧକୁ ନେଇ ପୁରା ବିଶ୍ୱ ଚିନ୍ତାରେ ପଡ଼ିଛି । ଏମିତିକି ଋଷରେ ରାଷ୍ଟ୍ରପତି ପୁଟିନ୍(Vladimir Putin)ଙ୍କୁ ଲୋକେ ବିରୋଧ କରିବା ଆରମ୍ଭ କରିଥିବା ବେଳେ ଏପଟେ ଜେଲେନ୍ସ୍କିଙ୍କୁ ଲୋକେ ସମାଲୋଚନା କରୁଛନ୍ତି । ଦୁଇ ଦେଶର ସ୍ଥିତି ଏବେ ଅତି ଶୋଚନୀୟ ହୋଇ ରହିଛି । ଅର୍ଥନୀତି ବିଗିଡ଼ିବା ସହ ଲୋକଙ୍କ ଅବସ୍ଥା ବି ଶୋଚନୀୟ । ଆମେ ସମସ୍ତେ ଜାଣିଛନ୍ତି ପ୍ରଥମେ ଋଷ ହିଁ ୟୁକ୍ରେନ୍ ଉପରେ ଆକ୍ରମଣ କଲା । ଆଉ ଏଥିପାଇଁ ପୁଟିନ୍ ଆଦେଶ ଦେଇଥିଲେ । ପୁଟିନ୍ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ, ଯଦି ଏହି ଯୁଦ୍ଧ ଭିତରେ ଆଉ କିଏ ମୁଣ୍ଡ ପୁରେଇବ ତେବେ ସେହି ଦେଶର ଅବସ୍ଥା ବି ଭୟଙ୍କର ହେବ ।
ପୁଟିନଙ୍କ ଏଭଳି ମନ୍ତବ୍ୟ ପରେ ସାରା ବିଶ୍ୱରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଏମିତିକି ତାଙ୍କ ଛବି ବିଶ୍ୱଦରବାରରେ ଏକ ପ୍ରକାର ମଳିନ ପଡ଼ିଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହାରି ଭିତରେ ପୁଟିନ୍ଙ୍କୁ ନେଇ ଆଉ ଏକ ଘଟଣା ଘଟିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ କୌତୁହଳ ପୁର୍ଣ୍ଣ ଚର୍ଚ୍ଚା ଚାଲିଛି । ଋଷର ରାଷ୍ଟ୍ରପତି ତଥା ବିଶ୍ୱର ଜଣେ ପାୱାରଫୁଲ୍ ନେତା ଭ୍ଲାଦ୍ମିର ପୁଟିନ୍ଙ୍କୁ ମିଳିଛି ଟ୍ରାକ୍ଟର ଉପହାର ।
ବେଲାରୁଷର ରାଷ୍ଟ୍ରପତି ଆଲକ୍ସଜେଣ୍ଡାର ଲୁକାଶେଙ୍କୋ (Alexander Lukashenko) ଋଷ ରାଷ୍ଟ୍ରପତି ଭ୍ଲାଦ୍ମିର ପୁଟିନ୍ଙ୍କୁ ତାଙ୍କର ୭୦ ତମ ଜନ୍ମ ଦିନରେ ଦେଇଛନ୍ତି ଟ୍ରାକ୍ଟର ଉପହାର । କାରଣ ବେଲାରୁଷ ଶିଳ୍ପ ଜଗତର ପ୍ରତୀକ ହେଉଛି ଟ୍ରାକ୍ଟର । ତେଣୁ ପୁଟିନ୍ଙ୍କୁ ସମ୍ମାନ ଦେବାକୁ ଯାଇ ଆଲେକ୍ଜେଣ୍ଡାର ବା ବେଲାରୁଷ ରାଷ୍ଟ୍ରପତି ତାଙ୍କୁ ଟ୍ରାକ୍ଟର ଉପହାର ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)