Advertisment

ପୁଣି ଧମକ ଦେଲେ ପୁଟିନ, ଆମେରିକା ମୁଣ୍ଡ ପୁରାଇଲେ ପରମାଣୁ ଆଟାକ୍ କରିବ ଋଷ

ଆମେରିକାରେ ଅନେକ ରୁଷ-ଆମେରିକା ସମ୍ପର୍କ ବିଷୟରେ ତର୍ଜମା କରିବାକୁ ଅନେକ ବିଶେଜ୍ଞ ରହିଛନ୍ତି। ତେଣୁ ମୁଁ ଭାବୁଛି ଯେ ସମସ୍ତେ ପରମାଣୁ ଯୁଦ୍ଧ ପାଇଁ ଆଦୌ ତରବରିଆ ନ ହୁଅନ୍ତୁ। କିନ୍ତୁ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଆମ ସହ ଯିଏ ଲାଗିବ, ତା’କୁ ଆମେ ଛାଡ଼ିବାକୁ ନାହିଁ।”

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Putin warns the West for nuclear war

Putin

ୟୁକ୍ରେନ ସହ ଦୀର୍ଘ ୨ ବର୍ଷ ହେଲା ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ଆମେରିକା ସମେତ ପୂରା ପଶ୍ଚିମ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ଯଦି ଆମେରିକା ପକ୍ଷରୁ ରୁଷ ସହ ଲଢ଼ିବା ପାଇଁ ୟୁକ୍ରେନକୁ ସେନା ପଠାଯିବ, ତା’ହେଲେ ମସ୍କୋ ପରମାଣୁ ଯୁଦ୍ଧ କରିବାକୁ ଆଦୌ ପଛାଇବ ନାହିଁ। ଆମେରିକାର ଏପରି ପଦକ୍ଷେପ କେବଳ ବିବାଦକୁ ଆହୁରି ତୀବ୍ର କରିବ ବୋଲି ପୁଟିନ କହିଛନ୍ତି। ପୁଟିନଙ୍କ ଧମକ ପରେ ପୂରା ବିଶ୍ୱରେ ପରମାଣୁ ଆତଙ୍କ ଖେଳି ଯାଇଛି।

Advertisment

ସୋଶାଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରକାରର ପୋଷ୍ଟ କରି ଚିନ୍ତା ପ୍ରକଟ କରିଛନ୍ତି।ମାର୍ଚ୍ଚ ୧୫ରୁ ୧୭ ଯାଏ ରୁଷରେ ନିର୍ବାଚନ ହେବ। ସ୍ଥିତିକୁ ଦେଖିଲେ ପୁଟିନ ପୁଣି ୬ ବର୍ଷ କ୍ଷମତାରେ ରହିବେ। ଏହାପୂର୍ବରୁ ପୁଟିନ କହିଛନ୍ତି ଯେ ପରମାଣୁ ଯୁଦ୍ଧ ପାଇଁ ସ୍ଥିତି ସୃଷ୍ଟି ହୋଇ ନାହିଁ। ୟୁକ୍ରେନ ବିରୋଧରେ ପରମାଣୁ ଯୁଦ୍ଧାସ୍ତ୍ର ବ୍ୟବହାର କରିବାର ଆବଶ୍ୟକ ବର୍ତ୍ତମାନ ସୁଦ୍ଧା ନାହିଁ।

ଅଧିକ ପଢ଼ନ୍ତୁ: ରୁଷକୁ ମାନବ ଚାଲାଣ, ଯୁଦ୍ଧରେ ପ୍ରାଣ ହରାଇଲେଣି ୩ ଭାରତୀୟ

ଗୋଟିଏ ସାମରିକ ରଣନୀତି ଦୃଷ୍ଟିରୁ ଦେଖିଲେ ଆମେ ଏଥିପାଇଁ ପୂରା ପ୍ରସ୍ତୁତ ହୋଇ ରହିଛୁ। ଆମେରିକା ଭଲ ଭାବେ ଜାଣିଛି ଯେ ଯଦି ୱାଶିଂଟନ ପକ୍ଷରୁ ନିଜର ସେନାକୁ ରୁଷ କିମ୍ବା ୟୁକ୍ରେନରେ ମୁତୟନ କରାଯାଏ, ତା’ହେଲେ ମସ୍କୋ ଏହାକୁ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି ବିଚାରକୁ ନେବ।

Advertisment

ଆମେରିକାରେ ଅନେକ ରୁଷ-ଆମେରିକା ସମ୍ପର୍କ ବିଷୟରେ ତର୍ଜମା କରିବାକୁ ଅନେକ ବିଶେଜ୍ଞ ରହିଛନ୍ତି। ତେଣୁ ମୁଁ ଭାବୁଛି ଯେ ସମସ୍ତେ ପରମାଣୁ ଯୁଦ୍ଧ ପାଇଁ ଆଦୌ ତରବରିଆ ନ ହୁଅନ୍ତୁ। କିନ୍ତୁ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଆମ ସହ ଯିଏ ଲାଗିବ, ତା’କୁ ଆମେ ଛାଡ଼ିବାକୁ ନାହିଁ।”

ରୁଷ ପଡ଼ୋଶୀ ୟୁକ୍ରେନ ସମ୍ପର୍କରେ କଥା ହେବାକୁ ରାଜି ଥିବା ପୁଟିନ କହିଛନ୍ତି। ସେ କହିଛନ୍ତି, ୟୁକ୍ରେନ ପ୍ରସଙ୍ଗରେ ବୁଝାମଣା କରିବାକୁ ରୁୱ ପ୍ରସ୍ତୁତ। କିନ୍ତୁ ସେମାନେ ବାସ୍ତବତାକୁ ପ୍ରଥମେ ବୁଝିବା ଦରକାର।

ସେମାନେ ନିଜ ଇଚ୍ଛାରେ ସବୁ କିଛି ଆକଳନ ନ କରନ୍ତୁ। ଯଦି ଆମେରିକା ପରମାଣୁ ଅସ୍ତ୍ରର ଟେଷ୍ଟ କରିବ, ତା’ହେଲେ ରୁଷ ମଧ୍ୟ ସମାନ କାମ କରିବ। ଏହାର ଆବଶ୍ୟକତା ନାହିଁ। ଆମକୁ ଏହା ଉପରେ ଭାବିବାକୁ ପଡ଼ିବ। ଅସ୍ତ୍ରର ବ୍ୟବହାର ସାମୂହିକ ଧ୍ୱଂସ ରଚିବ। ଆମେ ଏହାକୁ ବ୍ୟବହାର କରିବା ଆବଶ୍ୟକତା ଏଯାଏ ଆସିଛି ବୋଲି ଚିନ୍ତା କରି ନାହୁଁ ବୋଲି ପୁଟିନ କହିଛନ୍ତି।

Russia-Ukraine War Putin
Advertisment
Advertisment