/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747831764.jpg)
Golden Dome
ଆମେରିକା ଆଣିବ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ । ୧୭୫ ବିଲିୟନ ଡଲାର ବିନିମୟରେ ମିସାଇଲ ଡିଫେନ୍ସ ସିଷ୍ଟମ ‘ଗୋଲ୍ଡେନ ଡୋମ୍’ ଆଣିବ ଆମେରିକା । ଏ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନା ଓ ଋଷିଆ ତରଫରୁ ଆସୁଥିବା ବିପଦକୁ ପ୍ରତିହତ କରିବା ପାଇଁ ଆମେରିକା ଏହି ‘ଗୋଲ୍ଡେନ ଡୋମ୍’ ନିର୍ମାଣ କରିବାକୁ ଯାଉଛି ।
ହ୍ୱାଇଟ ହାଉସରୁ ଟ୍ରମ୍ପ କହିଛନ୍ତି ଯେ, ସେ ଏହି ମିସାଇଲ ଡିଫେନ୍ସ ସିଷ୍ଟମର ଡିଜାଇନ ଚୟନ କରି ସାରିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୟୁଏସ ସ୍ପେଶ ଫୋର୍ସ ଜେନେରାଲ ମାଇକେଲ ଗୁଏଟଲିନଙ୍କୁ ଏହି ପ୍ରୋଜେକ୍ଟର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି । ଏହା ଆମ ହୋମଲ୍ୟାଣ୍ଡ (ମାତୃଭୂମି)କୁ ସୁରକ୍ଷା ଦେବ । କାନାଡା ଏହି ପ୍ରୋଜେକ୍ଟରେ ଭାଗିଦାରୀ ହେବା ପାଇଁ ଚାହୁଁଥିବା ବେଳେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ମନ୍ତବ୍ୟ ପ୍ରକାଶ ପାଇନାହିଁ ।
‘ଗୋଲ୍ଡେନ ଡୋମ୍’ ପାଖାପାଖି ୧୦୦ ସାଟେଲାଇଟକୁ ଚିହ୍ନଟ କରି ତାକୁ ଟ୍ରାକ୍ କରିବା ସହ ଅଟକାଇ ପାରିବାର କ୍ଷମତା ରଖିବ । ଏହି ସିଷ୍ଟମ ଇସ୍ରାଏଲର ‘ଆଇରନ ଡୋମ’ରୁ ପ୍ରେରିତ ହୋଇଥିବା ବେଳେ ଏହା ସେନ୍ସର ସହାୟତାରେ ସ୍ପେସରୁ ବହୁଗୁଡିଏ ତଥ୍ୟ ଏକାଥରକେ ମନିଟର କରିବା ସହିତ ଏକାଠି କରି ପାରିବ ଏବଂ ଶତ୍ରୁ ପକ୍ଷରୁ ଆସୁଥିବା ମିସାଇଲକୁ ଆଟାକ ପୂର୍ବରୁ ହିଁ ପ୍ରତିହତ କରି ପାରିବ । ଏହି ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ଜାନୁଆରୀ ମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ଜିକ୍ୟୁଟିଭ ଅର୍ଡର ଉପରେ ସ୍ୱାକ୍ଷର କରିଥିଲେ ।
ଅଧିକ ପଢ଼ନ୍ତୁ: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!
ପ୍ରୋଜେକ୍ଟ ପାଇଁ ଆର୍ଥିକ ଅନୁଦାନ ଓ ପ୍ରାଇଭେଟ ପାର୍ଟନରସିପକୁ ନେଇ ଚ୍ୟାଲେଞ୍ଜ
୧୭୫ ବିଲିୟନ ଡଲାର ବିନିମୟରେ ଟ୍ରମ୍ପଙ୍କ ଏହି ସ୍ୱପ୍ନର ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିବ । କିନ୍ତୁ ଟ୍ରମ୍ପ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ହିଁ ୨୦୨୯ ସୁଦ୍ଧା ପ୍ରୋଜେକ୍ଟ ଶେଷ ହେବା ଉଚିତ୍ । ତେବେ ଡେମୋକ୍ରାଟିକ ଲିଡର୍ସମାନେ ଏହି ପ୍ରୋଜେକ୍ଟକୁ ନେଇ ବିଭିନ୍ନ ପ୍ରାଇଭେଟ କମ୍ପାନୀର ଚୟନ ପ୍ରକ୍ରିୟାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଲନ ମସ୍କଙ୍କ ସ୍ପେସଏକ୍ସ ସହିତ ପାଲାଣ୍ଟିର ଓ ଆଣ୍ଡୁରିଲ୍ ଭଳି କମ୍ପାନୀମାନେ ଏହି ପ୍ରୋଜେକ୍ଟ ବନାଇ ପାରନ୍ତି । ପେଣ୍ଟାଗନ ଏବେ ‘ଗୋଲଡେନ ଡୋମ’ର ଉପକରଣ ଯେପରିକି ମିସାଇଲ, ସେନ୍ସର୍ସ ଏବଂ ସାଟେଲାଇଟ କ୍ରୟ କରିବାରେ ଆଗେଇ ଚାଲିଛି ।
ଟ୍ରମ୍ପ କହିଛନ୍ତି ଯେ, ଏହି ପ୍ରୋଜେକ୍ଟ ହେଲେ ଆଲାସ୍କା, ଫ୍ଲୋରିଡା, ଜର୍ଜିଆ ଏବଂ ଇଣ୍ଡିଆନାକୁ ସିଧାସଲଖ ଲାଭ ମିଳିବ । ସେହିପରି ଏହି ପ୍ରୋଜେକ୍ଟରେ ବ୍ୟବହାର ହେବାକୁ ଥିବା ବିଭିନ୍ନ ଉପକରଣ ସିଧାସଳଖ ପ୍ରଡକ୍ସନ ଲାଇନରୁ ଅଣାଯିବ ।
‘ଗୋଲ୍ଡେନ ଡୋମ୍’ କିପରି କାର୍ଯ୍ୟ କରିବ ଜାଣନ୍ତୁ:-
‘ଗୋଲ୍ଡେନ ଡୋମ୍’ ହେଉଛି ପରବର୍ତ୍ତୀ ପିଢିର ମିସାଇଲ ଡିଫେନ୍ସ ପ୍ଲାନ । ଏହା ଆମେରିକାର ସ୍ଥଳ ଓ ବାୟୁ କ୍ଷେତ୍ରରେ ସୃଷ୍ଟ ବିପଦରୁ ରକ୍ଷା କରି ପାରିବ । ପୁରୁଣା ପ୍ରଣାଳୀରେ କେବଳ ବାଲିଷ୍ଟିକ ମିସାଇଲ ଡିଫେନ୍ସକୁ ଫୋକସ୍ କରାଯାଉଥିବା ବେଳେ ‘ଗୋଲ୍ଡେନ ଡୋମ୍’ ହାଇପରସୋନିକ୍ ଗ୍ଲିଡ୍ ଭେଇକିଲ୍ (ଏଚଜିଭିଏସ), କ୍ରୁଜ ମିସାଇଲ ଏବଂ ଏଆଇ ଡ୍ରୋନକୁ ମଧ୍ୟ ମାତ୍ ଦେଇପାରିବାର କ୍ଷମତା ରଖିବ । ପୁରୁଣା ମିସାଇଲ ଡିଫେନ୍ସ ସିଷ୍ଟମ କମ୍ ପ୍ରଭାବଶାଳୀ ହୋଇଥିବାରୁ ଏହା ଭବିଷ୍ୟତରେ ଅଧିକ କାମରେ ଆସିବ ।
‘ଗୋଲ୍ଡେନ ଡୋମ୍’ରେ ହାଇ-ଟେକ୍ ଡିଟେକ୍ସନ ସେନ୍ସର୍ସ, ଟ୍ରାକିଂ ଟୁଲ୍ସ, ଇଣ୍ଟରସେପ୍ଟର ମିସାଇଲ୍ସ ଏବଂ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ନେଟୱାର୍କ ଭଳି ଏକାଠି କାମ କରିବ । ପ୍ରତ୍ୟେକ କମ୍ପୋନେଣ୍ଟ ସ୍ୱଂୟଚାଳିତ ଭାବେ କାର୍ଯ୍ୟ କରିବା ସହିତ ବିପଦକୁ ତୁରନ୍ତ ଚିହ୍ନଟ କରି ପ୍ରତିହତ କରିବା ପାଇଁ ଠିକ୍ ସମୟରେ ସୂଚନା ପ୍ରଦାନ କରିବ । ତେଣୁ ‘ଗୋଲ୍ଡେନ ଡୋମ୍’କୁ ଡିଫେନ୍ସ ଏକ୍ସପର୍ଟମାନେ ‘ସିଷ୍ଟମ ଅଫ ସିଷ୍ଟମ’ ବୋଲି କହୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)