Advertisment

Donald Trump: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ ବୟାନ; ସ୍ପଷ୍ଟ କଲେନି, ସନ୍ଦେହ ବଢ଼ାଇଲେ

ହ୍ବାଇଟ ହାଉସରେ ରିପବ୍ଲିକାନ ସାଂସଦଙ୍କ ସହ ରାତ୍ରିଭୋଜନ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ମେ’ ମାସରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପ୍ରାୟ ୪-୫ଟି ଜେଟ୍ ବିମାନକୁ ଖସାଯାଇଥିଲା। ସେ ସ୍ପଷ୍ଟ କରି ନାହାନ୍ତି ଯେ, ଭାରତର ନା ପାକିସ୍ତାନର ଯୁଦ୍ଧ ବିମାନ ଖସାଇଥିଲେ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Trump

Trump

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଅଟକାଇଥିବା ପୁଣି ଦାବି କରିଛନ୍ତି ଟ୍ରମ୍ପ। ଏହା ସହ ଯୁଦ୍ଧ ବେଳେ ୪ରୁ ୫ଟି ଜେଟ ବିମାନକୁ ଆକାଶରୁ ଖସାଇ ଦେଇଥିବା କହିଛନ୍ତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ମେ’ ମାସରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପ୍ରାୟ ୪-୫ଟି ଜେଟ୍ ବିମାନକୁ ଗୁଳି କରି ଖସାଯାଇଥିଲା। ସେ ପୁନର୍ବାର ଦାବି କରିଛନ୍ତି ଯେ ସେ ବାଣିଜ୍ୟିକ ଭୟ ଦେଖାଇ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଇସ୍ରାଏଲ୍-ଇରାନ ଯୁଦ୍ଧ ବିରତି ଉଲ୍ଲଙ୍ଘନରେ ଟ୍ରମ୍ପ୍ ଖପ୍ପା; ଯୁଦ୍ଧ ରଣନୀତିକୁ ନାପସନ୍ଦ...

ହ୍ୱାଇଟ ହାଉସରେ କିଛି ରିପବ୍ଲିକାନ ସାଂସଦଙ୍କ ସହ ରାତ୍ରିଭୋଜନ ସମୟରେ ଟ୍ରମ୍ପ ଏହା କହିଥିଲେ। କିନ୍ତୁ ସେ ଏହା ଉଲ୍ଲେଖ କରିନଥିଲେ ଯେ ଆକାଶରେ ହିଁ ଖସାଇ ଦିଆ ଯାଇଥିବା ବିମାନଗୁଡିକ ଭାରତର ନା ପାକିସ୍ତାନର। ଟ୍ରମ୍ପ କହିଛନ୍ତି, "ପ୍ରକୃତରେ ବିମାନଗୁଡିକ ଆକାଶରୁ ଗୁଳି କରି ଖସାଯାଇଥିଲା। ଚାରି କିମ୍ବା ପାଞ୍ଚଟି ବିମାନ ବୋଧ ହୁଏ, କିନ୍ତୁ ମୁଁ ଭାବୁଛି ପାଞ୍ଚଟି ଜେଟ୍ ଖସାଯାଇଥିଲା।"

Advertisment

ସୂଚନାଯୋଗ୍ୟ, ଗତ ମେ ୧୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ହେବା ପରେ, ଏୟାର ମାର୍ଶାଲ ଏକେ ଭାରତୀ କହିଥିଲେ ଯେ ଭାରତ ପାକିସ୍ତାନର ଅନେକ "ହାଇ-ଟେକ" ଯୁଦ୍ଧ ବିମାନ ଖସାଇଥିଲା, ଯଦିଓ ସେ କେତେଟା ବିମାନ ଖସା ଯାଇଥିଲା, ତାହା ଉଲ୍ଲେଖ କରିନଥିଲେ। ପରବର୍ତ୍ତୀ ସମୟରେ ପାକିସ୍ତାନ ଭାରତର ଦାବିକୁ ଖଣ୍ଡନ କରି କହିଥିଲା ଯେ ପାକିସ୍ତାନ ବାୟୁସେନାର ମାତ୍ର ଗୋଟିଏ ବିମାନର ସାମାନ୍ୟ କ୍ଷତି ହୋଇଥିଲା। କିନ୍ତୁ, ରାଫେଲ ସମେତ ଛଅଟି ଭାରତୀୟ ଜେଟ୍ ଖସାଇଥିଲା ବୋଲି ପାକିସ୍ତାନ ଦାବି କରିଥିଲା। ତେବେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ପାକିସ୍ତାନର ଦାବିକୁ ଖଣ୍ଡନ କରିଥିଲେ। ଯଦିଓ ସେ ସ୍ୱୀକାର କରିଥିଲେ ଯେ, ସଂଘର୍ଷର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଯୁଦ୍ଧ ବିମାନ ଖସିଥିଲା। କିନ୍ତୁ ପରେ ପାକିସ୍ତାନକୁ କଡା ଜବାବ ଦିଆଯାଇଥିଲା।

ସେହିପରି ପୂର୍ବରୁ ଅନେକ ଥର ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପାଇଁ ମଧ୍ୟସ୍ଥତା କରିଥିବା ଦାବି କରିଥିଲେ ମଧ୍ୟ ଭାରତ ଏହି ଦାବିକୁ ଖଣ୍ଡନ କରି ଆସିଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କୁ ଭେଟିଲେ ମୁନୀର; ଦୀର୍ଘ ଦିନ ପରେ ଆମେରିକାରେ ନଜର ଆସିଲେ ପାକ୍ ସେନା ମୁଖ୍ୟ

US President Donald Trump India Pakistan War
Advertisment
Advertisment