Advertisment

Trump Putin:ଡୋନାଲ୍ଡ ଟ୍ରମ୍ପ ନେବେ ବଡ଼ ନିଷ୍ପତ୍ତି ! ଅଗଷ୍ଟ ୧୫ରେ ପୁଟିନଙ୍କୁ ଭେଟିବେ ଟ୍ରମ୍ପ...ଜେଲେନସ୍କିଙ୍କ ଉପରେ ସମସ୍ତଙ୍କ ନଜର

ଏକ ରିପୋର୍ଟ ଅନୁସାରେ, ଏହି ଯୋଜନାରେ, ୟୁକ୍ରେନର କିଛି ଅଞ୍ଚଳକୁ ରୁଷକୁ ହସ୍ତାନ୍ତର କରାଯିବ ଆଉ ଯୁଦ୍ଧ ଶେଷ ହେବ। ରୁଷ ଚାହୁଁଛି ଯେ ୟୁକ୍ରେନ୍‌ ତା’ର ଦୁଇଟି ବଡ଼ ଭୂମି, ଡୋନେଟ୍‌ସ୍କ ଏବଂ ଲୁହାନସ୍କକୁ ଖାଲି କରିଦେଉ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Trump Putin

Trump Putin

ଅଗଷ୍ଟ ୧୫ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଡିନିର୍ ପୁଟିନଙ୍କ ମଧ୍ୟରେ ଏକ ବୈଠକ ହେବ। ଏହି ବୈଠକ ଆଲାସ୍କାରେ ହେବାକୁ ଥିବାବେଳେ ଏଥିରେ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ୟୁକ୍ରେନକୁ ମଧ୍ୟ ସାମିଲ କରିବା ନେଇ ଆମେରିକା ବିଚାର କରୁଛି।

Advertisment
warwar

ତେବେ ବୈଠକ ପୂର୍ବରୁ ଶାନ୍ତି ଯୋଜନାକୁ ନେଇ ଆଲୋଚନା ଜୋର୍ ଧରିଛି। ଏକ ରିପୋର୍ଟ ଅନୁସାରେ, ଏହି ଯୋଜନାରେ, ୟୁକ୍ରେନର କିଛି ଅଞ୍ଚଳକୁ ରୁଷକୁ ହସ୍ତାନ୍ତର କରାଯିବ ଆଉ ଯୁଦ୍ଧ ଶେଷ ହେବ। ରୁଷ ଚାହୁଁଛି ଯେ ୟୁକ୍ରେନ୍‌ ତା’ର ଦୁଇଟି ବଡ଼ ଭୂମି, ଡୋନେଟ୍‌ସ୍କ ଏବଂ ଲୁହାନସ୍କକୁ ଖାଲି କରିଦେଉ।

warwar

ଏହାର ପ୍ରତିବଦଳରେ, ରୁଷ୍‌ ଖାର୍‌କିଭ୍‌ ଏବଂ ସୁମି ଭଳି ଛୋଟ ଅଞ୍ଚଳରୁ ତା’ର ସୈନ୍ୟ ପ୍ରତ୍ୟାହାର କରିନେବ। ପୁଟିନ ଏ ବାବଦରେ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ କହିଛନ୍ତି। କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକୀ ଏହି ପ୍ରସ୍ତାବକୁ ରୋକ୍‌ଠୋକ୍ ମନା କରିଦେଇଛନ୍ତି। ରୁଷର କଥାରେ ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ରାଗିଯାଇଛନ୍ତି ଆଉ କହିଛନ୍ତି, “ଆମ ସେନାକୁ, ଆମ ମାଟି ଛାଡିବାକୁ କିଏ ନିର୍ଦ୍ଦେଶ ଦେବ?”

Advertisment
warwar

ସେ ଏହା ମଧ୍ୟ କହିଛନ୍ତି ଯେ “ରୁଷ ସାରା ବିଶ୍ୱକୁ କହିବାକୁ ଚେଷ୍ଟା କରୁଛି ଯେ 'ଟ୍ରମ୍ପଙ୍କ ଏହି ଯୋଜନା'କୁ ୟୁକ୍ରେନ୍‌ ପ୍ରତ୍ୟାଖ୍ୟାନ କରୁଛି। ଏମିତି କରି, ରୁଷ ସାରା ବିଶ୍ୱକୁ ଭ୍ରମରେ ପକାଉଛି। କିନ୍ତୁ ସତ ଏହା ଯେ ଭୂମି ବିନିମୟରେ ଶାନ୍ତି ପ୍ରତିଷ୍ଠା ସମ୍ପୂର୍ଣ୍ଣ ରୁଷର ପ୍ଲାନ୍।”

warwar

ନିକଟରେ ଟ୍ରମ୍ପ୍‌ କହିଥିଲେ ଯେ ସେ ପୁଟିନଙ୍କୁ ଭେଟିବାକୁ ଯାଉଛନ୍ତି। ଏହି ସମୟରେ ସେ କହିଥିଲେ ଯେ ୟୁକ୍ରେନ୍‌କୁ ମଧ୍ୟ କିଛି ଜିନିଷକୁ ପ୍ରସ୍ତୁତ ରହିବାକୁ ପଡିବ। ସେ ଭୂମି ବିନିମୟର ପ୍ରସ୍ତାବ ମଧ୍ୟ ଦେଇଥିଲେ। ୟୁକ୍ରେନ କିନ୍ତୁ କୌଣସି ପ୍ରକାରେ ରାଜି ନୁହେଁ। ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କୀ ରାଗରେ କହିଛନ୍ତି, “ୟୁକ୍ରେନର ସମ୍ବିଧାନ ଆମ ଭୂମିକୁ ସୁରକ୍ଷା ଦିଏ। ଆମେ ରୁଷ୍‌କୁ ଗୋଟିଏ ଇଞ୍ଚ ବି ଭୂମି ଦେବୁ ନାହିଁ।”

Donald Trump Vladimir Putin Volodymyr Zelenskyy
Advertisment
Related Articles
Advertisment