Advertisment

‘ବାଇଡେନ୍‌ ଆମେରିକା ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’

ଡୋନାଲ୍ଡ ଟ୍ରମ୍ଫ ବାଇଡେନଙ୍କୁ ‘ଦେଶର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’ ବୋଲି କହିଛନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ।

ଅଦ୍ୟତନ ହୋଇଛି
Joe Biden Is Worst President Of US History: Donald Trump

Donald Trump

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ଼ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜୋ ବାଇଡେନ୍ । ଚିଠି ଲେଖି ଏହା ଘୋଷଣା କରିବା ସହ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ସେ ଓହରି ଯାଇଛନ୍ତି । ଦେଶ ଓ ଦଳର ହିତ ପାଇଁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବାଇଡେନ୍ ।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ଓହରିଯିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ଆମେରିକାର ନ୍ୟୁଜ୍‌ ନେଟୱାର୍କ CNNକୁ ଦେଇଥିବା ଏକ ଫୋନ୍‌ କଲରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବାଇଡେନଙ୍କୁ ‘ଦେଶର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ଆମେରିକା ନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି; ଓହରିଲେ ବାଇଡେନ୍, କମଳା ହେବେ ରାଷ୍ଟ୍ରପତି ପ୍ରାର୍ଥୀ!

Advertisment

ଟ୍ରମ୍ପ ଆହୁରି କହିଛନ୍ତି ଯେ ବାଇଡେନଙ୍କ ଅପେକ୍ଷା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ । ଜୋ ବାଇଡେନ ରାଷ୍ଟ୍ରପତି ଦୌଡରୁ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ନାମକୁ ଡେମୋକ୍ରାଟିକ୍‌ ପାର୍ଟିର ପ୍ରାର୍ଥୀ ଭାବେ ଘୋଷଣା ହୋଇଛି । ଏହା ପୂର୍ବରୁ ଗତକାଲି ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜୋ ବାଇଡେନ୍‌ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରିବାକୁ ସୂଚନା ଦେଇଥିଲେ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥସୋଶାଲରେ ଟ୍ରମ୍ପ ପୋଷ୍ଟ କରି ଲେଖିଛନ୍ତି ଯେ, ‘ବାଇଡେନଙ୍କ ଆଖପାଖର ଲୋକମାନେ, ତାଙ୍କ ଡାକ୍ତର ଏବଂ ଗଣମାଧ୍ୟମକୁ ମଧ୍ୟ ଜଣାଥିଲା ଯେ ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ନୁହଁନ୍ତି । ତାଙ୍କର ରାଷ୍ଟ୍ରପତି ହେବା ହେତୁ ଆମେ ବହୁତ କଷ୍ଟ ସହିଛୁ । ସେ ଏହି ପଦବୀରେ ରହିବା ସମୟରେ ଯାହା କ୍ଷତି ହୋଇଛି ତାହା ପୁଣି ଟ୍ରାକକୁ ଆସିବ । ଆମେ ପୁଣିଥରେ ଆମେରିକାକୁ ମହାନ କରିବୁ’।

Advertisment

ଅଧିକ ପଢ଼ନ୍ତୁ: ନିର୍ବାଚନ ଲଢ଼ିବେନି ବାଇଡେନ୍ ! ଚକିତ କଲା "ଦ ହିଲ"ରେ ପ୍ରକାଶିତ ସ୍ତମ୍ଭ

ରାଷ୍ଟ୍ରପତି ଦୌଡ ରେସରୁ ଓହରିବା ବାଇଡେନ୍‌ ଘୋଷଣା କରିବା ପରେ ରିପବ୍ଲିକାନ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ ଜୋ ବାଇଡେନ୍‌ଙ୍କୁ ସବୁଠାରୁ ଖରାପ ରାଷ୍ଟ୍ରପତି ବୋଲି କହିଛନ୍ତି । ସେ କହିଛନ୍ତି ଯେ ‘କମଲା ହାରିସ୍ ଏହି ସମୟ ମଧ୍ୟରେ ତାଙ୍କ ସହିତ ରହିଲେ । ଦେଶର ସୀମାକୁ ଖୋଲିବା ପାଇଁ ଆଗତ ପ୍ରସ୍ତାବରେ ବାଇଡେନ ସାଇନ୍‌ କରିବା ପରେ ତାହା ଆଇନ୍‌ରେ ପରିଣତ ହୋଇଥିଲା । ଏହି ସମୟରେ କମଳା ହାରିସ୍‌ ବି ଉକ୍ତ ପ୍ରସ୍ତାବରେ ବାଇଡେନଙ୍କ ସହ ସାଇନ୍‌ କରିଥିଲେ। ତେଣୁ ସେ ବାଇଡେନଙ୍କ ଅସଫଳତାରେ ଭାଗିଦାରୀ । ଏଥି ସହ ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସବୁବେଳେ ଦେଶବାସୀଙ୍କୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଉଥିଲେ। ତେଣୁ ଡେମୋକ୍ରାଟିକ୍‌ ପାର୍ଟି ଯାହାକୁ ବି ରାଷ୍ଟ୍ରପତି ପଦ ପାଇଁ ମଇଦାନକୁ ଓହ୍ଲାଇବ, ଆମେ ତାଙ୍କ ସହ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ’ ।

ଅଧିକ ପଢ଼ନ୍ତୁ: ବାଂଲାଦେଶ ହିଂସାକାଣ୍ଡ: ସ୍ୱଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

Joe Biden Kamala Harris Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ