Advertisment

ବାଂଲାଦେଶ ହିଂସାକାଣ୍ଡ: ସ୍ୱଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

author-image
Pallipuspa Samal
ଅଦ୍ୟତନ ହୋଇଛି
Bangladesh voilenc

Bangladesh voilence

ଅଶାନ୍ତ ବାଂଲାଦେଶ । ନିଯୁକ୍ତିରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସଂରକ୍ଷଣ ବିରୋଧରେ ଦେଶବ୍ୟାପୀ ହିଂସାକାଣ୍ଡ। ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି ହୋଇଥିବା ବେଳେ, ୧୧୫କୁ ବଢ଼ିଲାଣି ମୃତ୍ୟୁସଂଖ୍ୟା । ତଥାପି ଆନ୍ଦୋଳନ ଆହୁରି ଉଗ୍ରତର ହେଉଛି । ଏଭଳି ସ୍ଥିତିରେ, ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ। ୭୭୮ ଜଣ ସଡ଼କ ପଥ ସହ ଭାରତ-ବାଂଲାଦେଶ ମୈତ୍ରୀ ସ୍ପେଶାଲ ଟ୍ରେନରେ ଭାରତ ଫେରିଥିବା ବେଳେ, ୨୦୦ ଛାତ୍ରଛାତ୍ରୀ ଢାକା ଓ ଚିଟାଗଙ୍ଗ ବିମାନବନ୍ଦରରୁ ନିୟମିତ ଫ୍ଲାଇଟରେ ଫେରିଛନ୍ତି। ଏନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏବେ ବି ବାଂଲାଦେଶରେ ୪ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ବିଭିନ୍ନବିଶ୍ବବିଦ୍ୟାଳୟରେ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିସହ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି। ବାଂଲାଦେଶର ଢାକା ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ଦେଶକୁ ବ୍ୟାପିଛି।

ସୂଚନା ଅନୁସାରେ ପୂର୍ବରୁ ହିଂସାରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୁରୁବାର ବିଳମ୍ବିତ ରାତିରେ ସେନା ନିୟୋଜିତ କରାଯାଇଛି। ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ ଏହି ସପ୍ତାହରେ ହୋଇଥିବା ସଂଘର୍ଷରେ ପ୍ରାୟ ୧୦୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାଛଡ଼ା ଦେଶରେ ନ୍ୟୁଜ୍ ଚ୍ୟାନେଲଗୁଡିକ ବନ୍ଦ ରହିଥିବା ବେଳେ ଟେଲି ଯୋଗାଯୋଗ ବ୍ୟାପକ ବ୍ୟାହତ ହୋଇଥିଲା । ତେବେ କିଛି ମନୋରଞ୍ଜନ ଚ୍ୟାନେଲଗୁଡ଼ିକ ପ୍ରସାରଣ ଜାରି ରହିଛି।

Advertisment

Bangladesh Violence
Advertisment
Advertisment