• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍ । ଚିଠି ଲେଖି ଏହା ଘୋଷଣା କରିବା ସହ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ସେ ଓହରି ଯାଇଛନ୍ତି । ଦେଶ ଓ ଦଳର ହିତ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବାଇଡେନ୍ ।

ଗତ ମାସ ୨୭ ତାରିଖରେ ଅନୁଷ୍ଠିତ ଲାଇଭ୍ ଡିବେଟରେ ଟ୍ରମ୍ପଙ୍କ ଠାରୁ ବାଇଡେନ୍ ଅତି ଦୁର୍ବଳ ପ୍ରଦର୍ଶନ କରିଥିଲେ । ଏହାପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏପରିକି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସମେତ ଅନେକ ଡେମୋକ୍ରାଟିକ ସାଂସଦ ବାଇଡେନଙ୍କୁ ନିର୍ବାଚନରୁ ଓହରିଯିବାକୁ ପରାମର୍ଶ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ‘ବାଇଡେନ୍‌ ଆମେରିକା ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’

ବାଇଡେନଙ୍କ ବୟସ ଓ ସାମର୍ଥ୍ୟ ଉପରେ ଉଠିଥିଲା ପ୍ରଶ୍ନ । ଏହାପରେ ସେ ନିର୍ବାଚନ ରେସରୁ ଓହରିଯିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ବାଇଡେନ୍ ଓହରିଯିବା ପରେ ଡେମୋକ୍ରାଟିକ୍ ଦଳ କାହାକୁ ପ୍ରାର୍ଥୀ କରିବ ତାଉପରେ ନଜର ରହିଛି । ରେସରେ ଭାରତୀୟ ବଂଶୋଦ୍ଭବ କମଳା ହାରିସ ସମେତ ୭ରୁ ୮ ଜଣ ଅଛନ୍ତି ।

ତେବେ ସବୁଠୁ ଆଗରେ ରହିଛନ୍ତି କମଳା ରେସ୍ । ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ନିର୍ବାଚନରୁ ଓହରିଯିବା ପରେ ରାଷ୍ଟ୍ରପତି ବାଇଡେନ୍ କିନ୍ତୁ ଭାରତୀୟ ବଂଶୋଦ୍ଭବ ତଥା ଉପରାଷ୍ଟ୍ରପତି କମଳା ହାରିସଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କମଳା ହାରିସ ହିଁ ସର୍ବୋତ୍ତମ ବୋଲି କହିଛନ୍ତି ବାଇଡେନ୍ ।

ଅଧିକ ପଢ଼ନ୍ତୁ: ନିର୍ବାଚନ ଲଢ଼ିବେନି ବାଇଡେନ୍ ! ଚକିତ କଲା "ଦ ହିଲ"ରେ ପ୍ରକାଶିତ ସ୍ତମ୍ଭ

ଏପରିକି ତାଙ୍କୁ ସମର୍ଥନ କରିବାକୁ ଦଳକୁ ଆହ୍ୱାନ ଦେଇଛନ୍ତି । ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ । ବାଇଡେନ୍, ହାରିସଙ୍କ ନାଁ ପ୍ରସ୍ତାବ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ହାରିସ । ସେ କହିଛନ୍ତି, ଡେମୋକ୍ରାଟଙ୍କ ବିଶ୍ୱାସଭାଜନ ହୋଇ ନୋମିନେସନ ଜିତିବାକୁ ସେ ପ୍ରୟାସ କରିବେ ଏବଂ ନିର୍ବାଚନରେ ଟ୍ରମ୍ପଙ୍କୁ ପରାସ୍ତ କରିବେ । ସେପଟେ ଟ୍ରମ୍ପ କହିଛନ୍ତି, ବାଇଡେନଙ୍କ ବଦଳରେ କମଳା ହାରିସଙ୍କୁ ହରାଇବା ତାଙ୍କ ପକ୍ଷେ ଅଧିକ ସହଜ ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now