Advertisment

Pakistan's Moon Mission: ଭାରତ ସହ ପ୍ରତିଯୋଗିତା; ଚନ୍ଦ୍ରକୁ ଯିବାର ସ୍ବପ୍ନ ଦେଖୁଛି ଋଣଗ୍ରସ୍ତ ପାକିସ୍ତାନ

ପାକିସ୍ତାନର ମନ୍ତ୍ରୀ ଏହସାନ ଇକବାଲ ୨୦୩୫ ସୁଦ୍ଧା ଚୀନ୍ ସାହାଯ୍ୟରେ ନିଜର ପ୍ରଥମ ଅନ୍ତରୀକ୍ଷ ମିଶନକୁ ଚନ୍ଦ୍ରକୁ ପଠାଇବ ବୋଲି ଘୋଷଣା କରିଛନ୍ତି।

author-image
Chinmayee Sahoo
Pakistan

Pakistan

ଆତଙ୍କବାଦ ଓ ଆଇଏମଏଫରୁ ଋଣ ନେଇ ଚଳୁଥିବା ପାକିସ୍ତାନ ଏବେ ଚନ୍ଦ୍ରକୁ ଯିବାର ସ୍ବପ୍ନ ଦେଖୁଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ମନ୍ତ୍ରୀ ଏହସାନ ଇକବାଲ ୨୦୩୫ ସୁଦ୍ଧା ପାକିସ୍ତାନର ଏକ ରୋଭରକୁ ଚନ୍ଦ୍ରକୁ ପଠାଇବା ପାଇଁ ଯୋଜନା କରୁଥିବା କହିଛନ୍ତି। ବେଜିଂରେ ଚୀନ୍‌ ଅଧିକାରୀମାନଙ୍କ ସହ ବୈଠକରେ ଇକବାଲ ପାକିସ୍ତାନର ସ୍ପେସ୍ ଓ ନ୍ୟୁକ୍ଲିୟର ପ୍ରୋଗ୍ରାମରେ ଅଭାବ ପୂରଣ ପାଇଁ ଚୀନ୍‌ ଉପରେ ବହୁତ ନିର୍ଭର କରିବ।

Advertisment

ଗୋଟିଏ ପଟେ ପାକିସ୍ତାନ ପୁରୁଣା ଋଣ ପରିଶୋଧ ପାଇଁ ନୂଆ ଋଣ ନେଉଛି ଓ ଅନ୍ୟପଟେ ଚନ୍ଦ୍ରକୁ ପହଞ୍ଚିବାର ସ୍ବପ୍ନ ଦେଖୁଛି। ୨୦୨୩ ମସିହାରେ ଭାରତ ଚନ୍ଦ୍ରଯାନ-୩କୁ ସଫଳତାର ସହ ଚନ୍ଦ୍ରରେ ଅବତରଣ କରାଇବା ପରେ ପାକିସ୍ତାନ ଏବେ ଭାରତ ସହ ପ୍ରତିଯୋଗିତା କରିବାକୁ ଚାହୁଁଛି। ପାକିସ୍ତାନର ମହାକାଶ କାର୍ଯ୍ୟକ୍ରମ ଭାରତଠାରୁ ଅତି କମରେ ୧୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ପାକିସ୍ତାନ ତାର ମହାକାଶ କାର୍ଯ୍ୟକ୍ରମରେ ଭାରତଠାରୁ ୨୫ ବର୍ଷ ପଛରେ ଅଛି।

ଏବେ ସେ ଘୋଷଣା କରିଛି ଯେ ୨୦୩୫ ସୁଦ୍ଧା ସେ ନିଜର ପ୍ରଥମ ଅନ୍ତରୀକ୍ଷ ମିଶନକୁ ଚନ୍ଦ୍ରକୁ ପଠାଇବ। ମୂଳ କଥା ହେଲା, ଯେଉଁ ପାକିସ୍ତାନରେ ଅନ୍ତରୀକ୍ଷ ବିଜ୍ଞାନ ପଢ଼ାଇବା ପାଇଁ ଉପଯୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟ ନାହିଁ, ସେ ଏହା କିପରି କରିବ?

Advertisment

ଖବର ଅନୁଯାୟୀ, ପାକିସ୍ତାନର SUPARCO ବା ସ୍ପେସ୍ ଆଣ୍ଡ ଅପର ଆଟମୋସ୍ଫିଅର ରିସର୍ଚ୍ଚ କମିଶନକୁ ଏହି ମିଶନ ଦାୟତ୍ବ ଦିଆଯାଇଛି। ବିଶେଷ କଥା ହେଲା, ଏ ପର୍ଯ୍ୟନ୍ତ SUPARCO ନିଜେ ଚୀନ୍‌ର ସାହାଯ୍ୟ ବିନା କୌଣସି ସ୍ପେସ୍ ମିଶନ କିମ୍ବା ସାଟେଲାଇଟ୍ ଲଞ୍ଚ କରିନାହିଁ।

ଇକବାଲଙ୍କ କହିବାନୁସାରେ, ପାକିସ୍ତାନ ଚୀନ୍ ସହାୟତାରେ ମହାକାଶକୁ ୩ଟି ଉପଗ୍ରହ ପଠାଇଛି ଏବଂ ସେମାନଙ୍କର ଯୋଜନା ହେଉଛି ଚୀନ୍ ର ମହାକାଶ ଷ୍ଟେସନ୍ ସହାୟତାରେ ୨୦୨୬ ସୁଦ୍ଧା ପ୍ରଥମ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା।

ଚୀନ୍‌ ୨୦୨୮ ମସିହାରେ Chang’e-8 ମିଶନ ମାଧ୍ୟମରେ ଚନ୍ଦ୍ରକୁ ଯିବା ଯୋଜନା କରୁଛି, ଯେଉଁଥିରେ ପାକିସ୍ତାନ ୩୫ କିଲୋଗ୍ରାମର ଏକ ରୋଭର ଯୋଗାଇବ। ଚୀନ୍‌ ଏହି ମିଶନ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛି। ବିଶେଷ କଥା ହେଲା, ଭାରତ ୨୦୨୩ ମସିହାରେ ଚନ୍ଦ୍ରୟାନ-୩ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରି ଇତିହାସ ସୃଷ୍ଟି କରିଥିଲା।

ରିପୋର୍ଟ ଅନୁଯାୟୀ, SUPARCO ସରକାରୀ ଅର୍ଥାଭାବ ଯୋଗୁଁ ଠିକ୍‌ ଭାବେ କାମ କରିପାରୁନାହିଁ। ଏହା ସହିତ, ନେତୃତ୍ୱ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ରହିଛି। ଏହା ବ୍ୟତୀତ, ପାକିସ୍ତାନ ସାଟେଲାଇଟ୍ ଲଞ୍ଚ ପାଇଁ ଚୀନ୍‌ ଉପରେ ବହୁତ ନିର୍ଭରଶୀଳ। ଏହା ସହ, ପାକିସ୍ତାନରେ କେବଳ ଅଳ୍ପ କିଛି ବିଶ୍ୱବିଦ୍ୟାଳୟ ଅଛି ଯେଉଁଠାରେ ମହାକାଶ ସମ୍ପର୍କିତ ଶିକ୍ଷା ଦିଆଯାଏ।

ଅଧିକ ପଢନ୍ତୁ: ସଫଳ ହେଲାନି ଇସ୍ରୋର EOS-09 ମିଶନ

China Pakistan Chandrayaan-3 Moon Mission
Advertisment
Advertisment