Advertisment

Red River: ରେଡ୍ ରିଭର ଉପରୁ ଭଙ୍ଗାଗଲା ୩୦୦ ଡ୍ୟାମ; ୩୪୨ ହାଇଡ୍ରୋପାୱାର ଷ୍ଟେସନର କାର୍ଯ୍ୟକ୍ଷମ ବନ୍ଦ

ଚାଇନାର ଚିଶହୁଇ ହେ ନଦୀ ଉପରେ ଥିବା ୩୦୦ଟି ଡ୍ୟାମକୁ ଭାଙ୍ଗିବା ସହ ୩୪୨ଟି ହାଇଡ୍ରୋପାୱାର ଷ୍ଟେସନକୁ ଅକାମୀ କରି ଦିଆଯାଇଛି । ବିଲୁପ୍ତ ପ୍ରଜାତିର ମାଛ ୟାଙ୍ଗତଜେ ଷ୍ଟର୍ଜନକୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଚାଇନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
China

China

ମାଛଙ୍କ ସୁରକ୍ଷିତ ବାସସ୍ଥାନ ଓ ନଦୀର ସ୍ୱାସ୍ଥ୍ୟକୁ ବିପଦ ନ ପହଞ୍ଚାଇବା ପାଇଁ ଚାଇନା ନେଇଛି ବଡ ପଦକ୍ଷେପ । ଚାଇନା ୩୦୦ଟି ଡ୍ୟାମ ଭାଙ୍ଗି ସାରିଥିବା ବେଳେ ୟାଙ୍ଗତଜେ ନଦୀର ଶାଖାନଦୀଗୁଡିକରେ ଥିବା ଛୋଟ ଛୋଟ ହାଇଡ୍ରୋପାୱାର ଷ୍ଟେସନକୁ କାର୍ଯ୍ୟକ୍ଷମ କରିବା ବନ୍ଦ କରି ସାରିଲାଣି । 
ଡିସେମ୍ବର ୨୦୨୪ ସୁଦ୍ଧା ଚିଶହୁଇ ହେ ନଦୀ ଉପରେ ଥିବା ୩୫୭ଟି ଡ୍ୟାମରୁ ୩୦୦ଟି ଡ୍ୟାମକୁ ଭାଙ୍ଗି ଦିଆଯାଇଛି ଏବଂ ୩୭୩ଟି ଛୋଟ ହାଇଡ୍ରୋପାୱାର ଷ୍ଟେସନରୁ ୩୪୨ଟିକୁ କାର୍ଯ୍ୟକ୍ଷମ କରିବା ବନ୍ଦ କରି ଦିଆଯାଇଛି ।

Advertisment

ଚିଶହୁଇ ହେ ନଦୀ ରେଡ୍ ରିଭର ଭାବରେ ଜଣାଶୁଣା । ଏହା ୟୁନ୍ନାନ, ଗିଜହୋଉ ଏବଂ ସିଚୁଆନ ପ୍ରଦେଶ ଦେଇ ପ୍ରବାହିତ ହେଉଛି । ଏହି ନଦୀ ବିରଳ ପ୍ରଜାତିର ମାଛ ୟାଙ୍ଗତଜେ ଷ୍ଟର୍ଜନ ପାଇଁ ଏକ ନିରାପଦ ସ୍ଥାନ ବୋଲି ପରିବେଶବିତ୍ ମାନେ କୁହନ୍ତି । ବହୁ ବର୍ଷ ଧରି ଏହି ନଦୀ ଉପରେ ଥିବା ଡ୍ୟାମ ଓ ହାଇଡ୍ରୋପାୱାର ଷ୍ଟେସନ ଯୋଗୁଁ ମାଛମାନଙ୍କ ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଉଛି । 

୨୦୨୦ରେ ଆରମ୍ଭ ହୋଇଥିବା ଏହି ଯୋଜନା ପରେ ୟାଙ୍ଗତଜେ ଷ୍ଟର୍ଜନ ପ୍ରଜାତିର ମାଛମାନେ ନଦୀକୁ ଫେରୁଛନ୍ତି । ୟାଙ୍ଗତଜେ ଷ୍ଟର୍ଜନ ପ୍ରଜାତିର ମାଛଙ୍କୁ ଏହି ନଦୀର ସବୁଠୁ ବିଶାଳ ପ୍ରାଣୀ ବୋଲି କୁହାଯାଏ । ୨୦୨୨ ମସିହାରେ ଇଣ୍ଟରନ୍ୟାସନାଲ ୟୁନିଅନ ଫର କନଜର୍ଭେସନ ଅଫ ନେଚର ପକ୍ଷରୁ ଏହି ମାଛକୁ ବିଲୁପ୍ତ ଘୋଷଣା କରାଯାଇଥିଲା । ନଦୀର ପରିବେଶକୁ ସୁରକ୍ଷା ଦେବା ପାଇଁ ୨୦୨୦ରେ ୧୦ ବର୍ଷ ପାଇଁ ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଯିବା ଦିନଠାରୁ ଜୈବ ବିବିଧତାରେ ଉନ୍ନତି ଘଟିଛି । ଜଳର ମାନ ବୃଦ୍ଧି ପାଇଛି ।

Advertisment

ଅଧିକ ପଢନ୍ତୁ: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଦେଶ, ଯେଉଁଠି ରହନ୍ତି ମାତ୍ର ୩୩ ଲୋକ...

China
Advertisment
Advertisment