Advertisment

ଦୁନିଆର ସବୁଠାରୁ ଭୟଙ୍କର ଏୟାରପୋର୍ଟ; ମାତ୍ର ୫୦ ଜଣ ପାଇଲଟ୍‌ କରିଛନ୍ତି ଅବତରଣ...

ଦୁନିଆରେ ଏଭଳି ବି କିଛି ଏୟାରପୋର୍ଟ ରହିଛି, ଯାହା ଭୟର ଅନ୍ୟନାମ କହିଲେ କିଛି ଭୁଲ୍‌ ହେବ ନାହିଁ ।

author-image
Sujit kumar Swain
ଅଦ୍ୟତନ ହୋଇଛି
World's Most Challenging Bhutan Airport, 50 Pilots are Qualified To Land Here

airport

ଦୁନିଆରେ ଏଭଳି ବି କିଛି ଏୟାରପୋର୍ଟ ରହିଛି, ଯାହା ଭୟର ଅନ୍ୟନାମ କହିଲେ କିଛି ଭୁଲ୍‌ ହେବ ନାହିଁ । ସାଧାରଣ ଭାବେ ଏୟାରପୋର୍ଟ ରନୱେର ଲମ୍ବ ୧୮୦୦ମିଟରରୁ ୨୪୦୦ ମିଟର ପର୍ଯ୍ୟନ୍ତ ରହିଥାଏ । ସେଠାରେ ଆମେ ସୁରକ୍ଷିତ ଅନୁଭବ କରୁ । କିନ୍ତୁ ଦୁନିଆରେ ଏଭଳି ବି ରନୱେ ରହିଛି ଯାହା ମନରେ ଭୟ ସୃଷ୍ଟି କରେ । କାରଣ ତାହା ବେଶ୍‌ ଭୟଙ୍କର ଲୋକେସନରେ ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଦୁନିଆର ସର୍ବ ପୁରାତନ ପାଉଁରୁଟି; ୮୬୦୦ବର୍ଷ ପରେ ବି ରହିଛି ସତେଜ, ଜାଣନ୍ତୁ କାରଣ...

ଏମିତି ଅନେକ ସ୍ଥାନ ରହିଛି ଯେଉଁଠିକୁ ଯିବା ମାତ୍ରେ ଡ଼ର ଲାଗେ । ଦୁନିଆର ଏହିସବୁ ସ୍ଥାନକୁ ଖୁବ ବିପଦଜନକ ବୋଲି ମଧ୍ୟ କୁହାଯାଏ । ଏମିତି ସ୍ଥାନ ଅଛି ମୁଣ୍ଡ ଉପରେ ଖୁବ ନିକଟରେ ବିମାନ ଉଡ଼ିଥାଏ । ଆଜି ଆମେ ଦୁନିଆର ଏପରି ଏକ ଭୟଙ୍କର ବିମାନବନ୍ଦର ସମ୍ପର୍କରେ କହିବୁ । ଯେଉଁଠି ବିମାନ ଅବତରଣ କରିବାରେ ଖୁବ୍‌ କମ୍‌ ପାଇଲଟ୍‌ ସଫଳ ହୋଇଛନ୍ତି ।  

Advertisment

ପାରୋ ଭୁଟାନର ଏକମାତ୍ର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଯାହା ସମୁଦ୍ର ପତନରୁ ପାଖାପାଖି ୭ହଜାର ୩୬୪ ଫୁଟ ଉପରେ ତିଆରି ହୋଇଛି। ଏବେ ପର୍ଯ୍ୟନ୍ତ କିଛି ଜଣ ପାଇଲଟଙ୍କୁ ସେଠାକୁ ଯିବାକୁ ଅନୁମତି ମିଳିଛି। ଏଠାରେ କେବଳ ଗୁଡ୍ ଭିଜିବଲ୍‌ କଣ୍ଡିସନରେ ହିଁ ବିମାନକୁ ଲ୍ୟାଣ୍ଡିଂ କରିପାରିବେ। 

ଏହି ସ୍ଥାନରେ ରାଡର ନଥିବା କାରଣରୁ ଲ୍ୟାଣ୍ଡି ସମୟରେ ଅନେକ ସମସ୍ୟା ଦେଖିବାକୁ ମିଳେ। ଏଥିପାଇଁ ମାନୁଆଲ ଆପ୍ରୋଚ ନେବାକୁ ପଡ଼ିଥାଏ। ରନେଓ୍ଵରେ ଲ୍ୟାଣ୍ଡିଂ କରିବା ସମୟରେ ପାହାଡ଼ ଓ ଘର ଆଦିକୁ ଭଲ ଭାବେ ଦେଖିବାକୁ ପଡ଼ିଥାଏ। ଏସବୁ ବିପଦ ଦୃଷ୍ଟିରୁ ମାତ୍ର କିଛି ପାଇଲଟ୍‌ ଏଥିରେ ଏଠାରେ ବିମାନ ଅବତରଣ ପାଇଁ ସଫଳ ହୋଇଛନ୍ତି । 

Airport Pilots
Advertisment
Advertisment