/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710144368.jpg)
World's Oldest Bread
କାହିଁ କେଉଁ କାଳରୁ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି। ଧିରେ ଧିରେ ଜୀବ ଜଗତ ସୃଷ୍ଟି ହେବା ପରେ ମାନବ ଜଗତ ସୃଷ୍ଟି ହେଲା। ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବା ପରେ ସଭ୍ୟ ସମାଜରେ ପହଞ୍ଚିଛନ୍ତି। ପ୍ରାଚୀନ ପ୍ରସ୍ତର ଯୁଗଠାରୁ ଆଧୁନିକ ଓ ଅତ୍ୟାଧୁନିକ ଯୁଗରେ ପାଦ ଦେଇଛେ। ଅନେକ ଆବିଷ୍କାର ଓ ଉଦ୍ଭାବନ କରିଛି ମଣିଷ। ଆଜିବି ମାଟିତଳୁ ପୁରାତନ ସାମଗ୍ରୀ ମିଳିବା ପରେ ଏହାକୁ ନେଇ ଗବେଷଣା ଚଳାଇଛନ୍ତି ଐତିହାସିକ। ତେବେ ଏହାରି ଭିତରେ ମିଳିଛି ଦୁନିଆର ସର୍ବପୁରାତନ ପାଉଁରୁଟି, ଯାହାକି ପ୍ରାୟ ୮୬୦୦ବର୍ଷ ପୁରୁଣା।
ପ୍ରତ୍ନତତ୍ତ୍ୱବିତମାନେ ବିଶ୍ୱର ସର୍ବ ପୁରାତନ ପାଉଁରୁଟି ଆବିଷ୍କାର କରିଛନ୍ତି। ୮୬୦୦ବର୍ଷ ପୁରୁଣା ପାଉଁରୁଟି ଦକ୍ଷିଣ ତୁର୍କୀର କୋନିଆ ପ୍ରଦେଶର ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ କାଟାଲହୋଇକରୁ ମିଳିଛି। ତେବେ ବ୍ରେଡଟି ଆଜି ବି କଞ୍ଚା ଏବଂ ସତେଜ ରହିଛି।ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, 'ମେକାନ୍ ୬୬' ଅଞ୍ଚଳରୁ ଆଂଶିକ ଭାବରେ ନଷ୍ଟ ହୋଇଥିବା ଓଭାନରୁ ଏହି ଅବଶିଷ୍ଟାଂଶ ମିଳିଛି।
World's oldest bread discovered!
(Older than Egyptian loaves)“It hasn’t been baked in the oven but has fermented, preserving the starches."
Intact 8,600-year-old bread found in oven in Neolithic's largest settlement, Çatalhöyük in central Turkey.https://t.co/lhnMRWGyHxpic.twitter.com/vRK4juD7Qt
— 𝚃𝚑𝚎 𝙻𝚘𝚜𝚝 𝚂𝚞𝚙𝚙𝚎𝚛 📘 (@lostsupper) March 6, 2024
ତୁର୍କୀର ନେକମେଟ୍ଟିନ ଏରବାକାନ ବିଶ୍ୱବିଦ୍ୟାଳୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଅନୁସନ୍ଧାନ ଏବଂ ପ୍ରୟୋଗ କେନ୍ଦ୍ର (ବିଟାମ) ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏହି ପାଉଁରୁଟିଟି ଗୋଲାକାର ଏବଂ ନରମ । ତୁର୍କୀ ରାଜ୍ୟ ସମ୍ବାଦପତ୍ର ଆନାଡୋଲୁ ଏଜେନ୍ସି ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ଆନାଡୋଲୁ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ପ୍ରତ୍ନତତ୍ତ୍ୱବିତ୍ ଅଲି ଉମୁତ୍ ତୁର୍କାନ୍ କହିଛନ୍ତି, ଏହା ହେଉଛି ବିଶ୍ୱର ସର୍ବ ପୁରାତନ ପାଉଁରୁଟି।
ପାଉଁରୁଟି ମଝିରେ ଆଙ୍ଗୁଠି ଦ୍ୱାରା ଚିହ୍ନ କରାଯାଇଛି। ଏହାକୁ ସେକିବା ପରିବର୍ତ୍ତେ ଫେମେଣ୍ଟେଡ୍ କରାଯାଇଛି ଏବଂ ଭିତରର ଷ୍ଟାର୍ଚ୍ଚ ଆଜି ବି ସତେଜ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଏପରି ପାଉଁରୁଟି ମିଳିନାହିଁ। ସ୍କାନିଂ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପରୁ ମିଳିଥିବା ଫଟୋ ଚିତ୍ର ଅନୁଯାୟୀ, ରୁଟି ଭିତରେ ଷ୍ଟାର୍ଚ୍ଚ କଣିକା ରହିଛି।
ତୁର୍କୀର ଗାଜିଆଣ୍ଟେପ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀ ସାଲିହ କଭାକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଏହାକୁ ନେଇ ଥିବା ଆମର ସନ୍ଦେହ ଦୂର ହୋଇଛି। ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ ପାଉଁରୁଟି ତିଆରି କରିବା ପାଇଁ ମଇଦା ଏବଂ ପାଣି ବ୍ୟବହୃତ ହୋଇଛି।ଏହାପରେ ଏକ ଓଭାନରେ ସଂରକ୍ଷିତ ରଖାଯାଇଥିଲା। ସେ କହିଛନ୍ତି, ଏହା ତୁର୍କୀ ଏବଂ ବିଶ୍ୱ ପାଇଁ ଏକ ରୋମାଞ୍ଚକର ଆବିଷ୍କାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)