• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଲେ ଜଣେ ସ୍ଥାନୀୟ ଯୁବକ । ଦୁର୍ବୃତ୍ତ ଜଣକ ଇମ୍ରାନ୍‌ଙ୍କୁ ଗୁଳି କଲା ବେଳେ ପଛରୁ ମାଡ଼ି ବସିଲେ ଉକ୍ତ ସାଧାରଣ ଯୁବକ । ଏହି ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଇମ୍ରାନ୍‌ଙ୍କ ଜୀବନ ବଞ୍ଚିଯାଇଛି । ଇମ୍ରାନଙ୍କ ରାଲିରେ ଉକ୍ତ ଯୁବକ ମଧ୍ୟ ସାମିଲ ହୋଇଥିଲେ । ରାଲି ଚାଲିଥିବା ବେଳେ ଦୁର୍ବୃତ୍ତ ଜଣକ ଏକ ମାଉଜରରୁ ଗୁଳି ଚଳାଇଥିଲା । ଦୁର୍ବୃତ୍ତ ଜଣକ ଗୋଟିଏ ଗୁଳି ଫାୟାରିଂ କଲା ପରେ ସାଧାରଣ ଯୁବକ ଜଣକ ତାକୁ ମାଡ଼ି ପଛରୁ ମାଡ଼ି ବସିଥିଲେ । ମାଡ଼ି ବସି ତାକୁ ତଳେ ପକାଇଦେଇଥିଲେ । ଏହି ସମୟରେ ଆଉ କିଛି ଗୁଳି ମଧ୍ୟ ଫୁଟିଥିଲା । ତେବେ ପ୍ରଥମେ ଚଳାଇଥିବା ଗୁଳିରେ ହିଁ ଇମ୍ରାନ ଆହତ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଗୁଳିମାଡ଼, ଗୋଡ଼ରେ ବାଜିଛି ଗୁଳି

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ଙ୍କ ରାଲିକୁ ଗୁଳିମାଡ଼ । ୱଜିରାବାଦ ନିକଟରେ ରାଲି ଚାଲିଥିବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ରେ ଇମ୍ରାନ୍‌ଙ୍କ ସମେତ ୪ ଆହତ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ନେଇ ପାକିସ୍ତାନୀ ମିଡିଆ ପକ୍ଷରୁ ସୂଚନା ମିଳିଛି । ଇମ୍ରାନ୍‌ଙ୍କ ମ୍ୟାନେଜର ରସିଦଙ୍କ ହାତରେ ବାଜିଛି ଗୁଳି । ଚିକିତ୍ସା ପାଇଁ ଇମ୍ରାନଙ୍କୁ ସଡ଼କ ପଥରେ ଲାହୋର ନିଆଯାଉଛି । ଗୁଳିମାଡ଼ କରିଥିବା ସନ୍ଦିଗ୍ଧ ଯୁବକକୁ କାବୁ କରିନେଇଛି ସ୍ଥାନୀୟ ପୋଲିସ ।

ସୂଚନାଯୋଗ୍ୟ, ଏବେ ପାକିସ୍ତାନରେ ଏବେ ପୁଣି ରାଜନୈତିକ ଅସ୍ଥିରତା ଦେଖାଦେଇଛି । କିଛି ଦିନ ପୂର୍ବରୁ ସେହବାଜ୍ ଶରିଫ୍ ସରକାରକୁ ଚୋର କହିଥିଲେ ଇମ୍ରାନ୍ । ପାକିସ୍ତାନ ସେନାକୁ ଦୁର୍ବଳ ବୋଲି ମଧ୍ୟ କହିଥିଲେ । ଆଇଏସ୍ଆଇ ଡିଜିଙ୍କ ଗୁମର ଖୋଲିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ତେବେ ଇମ୍ରାନ୍‌ଙ୍କ ଏଭଳି ବୟାନ୍‌ ପାଇଁ ଆଜି ତାଙ୍କର ଏଭଳି ଅବସ୍ଥା ହୋଇଥିବା ରାଜନୈତିକ ବିଶେଷଜ୍ଞ ଆଶଙ୍କା କରିଛନ୍ତି ।

 

ତେବେ ଇମ୍ରାନ୍‌ ନିଜର ସେହି ଭାଷଣରେ ଭାରତକୁ ଖୁବ୍‌ ପ୍ରଶଂସା ମଧ୍ୟ କରିଥିଲେ । ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ । ଲାହୋରରୁ ଇସଲାମାବାଦ ଅଭିମୁଖେ ହକ୍‌କି ଆଜାଦି ଶୋଭାଯାତ୍ରାରେ ବାହାରି ହଜାର ହଜାର ସମର୍ଥକଙ୍କ ଗହଣରେ ଗର୍ଜିଥିଲେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଅନ୍ୟପଟେ ପୂର୍ବରୁ ISI ଡିଜି ନଦୀମ ଅଞ୍ଜୁମ୍ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନଙ୍କୁ ଟାର୍ଗେଟ୍ କରିଥିଲେ । ତେଣୁ ଏହି ରାଲି ସମୟରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ନିଜେ ଇମ୍ରାନ୍ ।

ଡିଜି ଆଇଏସ୍ଆଇ ଚାପଗ୍ରସ୍ତ ହୋଇ ଏବେକାର ଦୁର୍ନୀତିଗ୍ରସ୍ତ ସରକାରକୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହାସହିତ, ତାଙ୍କର ଗୁମର ଖୋଲିଦେବେ ବୋଲି ଚେତାବନୀ ଦେଇଥିଲେ । ଦରଦାମ ବୃଦ୍ଧି ଏବଂ ୨ ଆଇଏସଆଇ ଅଧିକାରୀଙ୍କ ଦ୍ୱାରା ପିଟିଆଇ ସାଂସଦ ନିର୍ଯାତିତ ହେବା ପ୍ରସଙ୍ଗ ଉଠାଇ ସେହବାଜ ସରକାରକୁ କଡ଼ା ଭାଷାରେ କଟାକ୍ଷ କରିଥିଲେ । ରୁଷଠୁ ତେଲକିଣା ପ୍ରସଙ୍ଗ ଉଠାଇ ଇମ୍ରାନ୍ ପୁଣିଥରେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ ଏବଂ ପାକିସ୍ତାନ ସରକାରକୁ ବିଦେଶୀ ଚାପରୁ ମୁକ୍ତ ହେବାକୁ ଆହ୍ୱାନ ଦେଇଛନ୍ତି ।

ଗତ ଏପ୍ରିଲ୍‌ରେ ପ୍ରଧାନମନ୍ତ୍ରୀ ପଦ ଯିବା ପରଠୁ ରକ୍ତ ଚାଉଳ ଚୋବାଇ ଆସୁଛନ୍ତି ଇମ୍ରାନ୍ । ବାରମ୍ବାର ସାନି ସାଧାରଣ ନିର୍ବାଚନ ପାଇଁ ଦାବି କରିଆସୁଥିଲେ ବି ତାହା ସଫଳ ହେଉନି । ତେବେ ଗତ ସପ୍ତାହରେ ନିର୍ବାଚନ କମିଶନ ନ୍ୟାସନାଲ ଆସେମ୍ବଲିରୁ ତାଙ୍କ ସଦସ୍ୟତା ରଦ୍ଦ କରିବା ଘଟଣା, ନିଆଁରେ ଘିଅ ଢାଳିବା ଭଳି ହୋଇଥିଲା । ପ୍ରଧାନମନ୍ତ୍ରୀତ୍ୱ କାଳରେ ମିଳିଥିବା କିଛି ଉପହାରକୁ ଇମ୍ରାନ୍ ଖାନ୍ ଗୁପ୍ତ ଭାବେ ବିକି ଦେଇଥିବା ଅଭିଯୋଗ ଆସିବା ପରେ, ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ପାକିସ୍ତାନ ନିର୍ବାଚନ କମିଶନ ।