/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673789445.jpg)
Terrible plane crash in Nepal’s Pokhara
ନେପାଳରେ ପୋଖରା ବିମାନବନ୍ଦରରେ ଲାଣ୍ଡିଂ ବେଳେ ବିମାନ ଦୁର୍ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ। ୟେତି କମ୍ପାନୀର ଯାତ୍ରୀବାହୀ ବିମାନ ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରୁ ଏବେ ସୁଦ୍ଧା ୭୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିମାନଟି ନେପାଳର କାଠମାଣ୍ଡୁରୁ ପୋଖରା ଯାଉଥିଲା ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଯାଇଥିଲା ବିମାନ। ପୋଖରା ସହରର ନୂଆ ଓ ପୁରୁଣା ଏୟାରପୋର୍ଟ ମଝିରେ ବିମାନଟି କ୍ରାସ୍ ହୋଇଯାଇଛି। ହେଲେ ଦୁର୍ଘଟଣା ଘଟିବାର କାରଣ କଣ ?
Advertisment
ନେପାଳରେ ବିମାନ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଏଠାରେ ଥିବା ଉଚ୍ଚ ଗିରି ଶୃଙ୍ଗ। ଏଭରେଷ୍ଟ ସହ ବିଶ୍ୱର ୧୪ଟି ଉଚ୍ଚତମ ଗିରିଶୃଙ୍ଗ ଏହି ଦେଶରେ ରହିଛି।ନେପାଳରେ ଗତବର୍ଷ ମେ ମାସରେ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଭାରତୀୟଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା।
- ୨୦୧୬ରେ ସେହି ତାରା ଏୟାରଲାଇନ୍ସର ବିମାନ ଉଡ଼ାଣ ଭରିବାର ଅଳ୍ପ ସମୟ ପରେ କ୍ରାସ୍ ହୋଇଥିଲା। ଏଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା।
- ୨୦୧୮ ମାର୍ଚ୍ଚରେ ନେପାଳର ତ୍ରିଭୂବନ ଇଣ୍ଟନ୍ୟାସନାଲ ଏୟାରପୋର୍ଟରେ ୟୁଏସ୍-ବାଂଗଲା ଏୟାର ନାମକ ବିମାନ କ୍ରାସ୍ ଯୋଗୁ ବିମାନରେ ଥିବା ୫୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
- ୨୦୧୨ରେ ସୀତା ଏୟାର ନାମକ ବିମାନ ଜରୁରୀକାଳୀନ ଅବତରଣ ବେଳେ ତ୍ରିଭୂବନ ଇଣ୍ଟନ୍ୟାସନାଲ ଏୟାରପୋର୍ଟରେ କ୍ରାସ୍ ହୋଇଯାଇଥିଲା। ଏଥିରେ ୧୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
- ୨୦୧୨ ମେ ମାସ ୧୪ରେ ପୋଖରାରୁ ଜମସମ୍ ଯାଉଥିବା ବିମାନ ଜମସମ୍ ବିମାନ ବନ୍ଦର ନିକଟରେ କ୍ରାସ୍ ହୋଇଥିଲା। ଏହି ଦୁର୍ଘଟଣାରେ ସେତେବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା।
- ୧୯୯୨ରେ ନେପାଳରେ ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା। ପାକିସ୍ତାନ ଇଣ୍ଡରନ୍ୟାସନାଲ ଏୟାରଲାଇନ୍ସର ବିମାନ କାଠମାଣ୍ଡୁ ଆସୁଥିବା ବେଳେ କ୍ରାସ୍ ହେବାରୁ ୧୬୭ ଜଣଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)