Advertisment

ଉଡ଼ାଣ ଭରିବାର ୨୦ ମିନିଟ୍‌ ପରେ ଜଳିଗଲା ବିମାନ, ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଦୃଶ୍ୟ...

ନେପାଳର ପୋଖରାରେ ଯାତ୍ରୀବାହୀ ବିମାଦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର ୨୦ ମିନିଟ୍‌ ପରେ ପଶ୍ଚିମ ନେପାଳର ଓଲ୍ଡ ଓ ନିୟୁ ଏୟାରପୋର୍ଟ ମଧ୍ୟରେ ୭୨ ସିଟ୍‌ ବିଶିଷ୍ଟ ATR-72 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Nepal Plane With 72 On Board Crashes

Nepal Plane With 72 On Board Crashes

ନେପାଳର ପୋଖରାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ସେତୀ ନଦୀ ପାର୍ଶ୍ୱରେ ଖସି ଯିବା ଯୋଗୁ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଯାଇଥିଲା। ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛଇ। ଆଜି ସକାଳେ ୟେଟି ଏୟାରଲାନ୍ସର ଏହି ବିମାନଟି କାଠମାଣ୍ଡୁରୁ ପୋଖରା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୬୮ ଯାତ୍ରୀ ଓ ୪ କ୍ରିଉ ମେମ୍ବର୍ସ ଥିଲେ। 

Advertisment

ଉଡ଼ାଣ ଭରିବାର ୨୦ ମିନିଟ୍‌ ପରେ କ୍ରାଶ୍‌...

ଉଡ଼ାଣ ଭରିବାର ୨୦ ମିନିଟ୍‌ ପରେ ପଶ୍ଚିମ ନେପାଳର ଓଲ୍ଡ ଓ ନିୟୁ ଏୟାରପୋର୍ଟ ମଧ୍ୟରେ ୭୨ ସିଟ୍‌ ବିଶିଷ୍ଟ ATR-72 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନେପାଳର ସିଭିଲ୍‌ ଆଭିଏସନ୍‌ ଅଥରିଟି ଅନୁସାରେ, ଆଜି ସକାଳ ୧୦ଟା ୩୩ ମିନିଟ୍‌ରେ ୟେଟି ଏୟାରଲାଇନ୍ସର 9N-ANC ATR-72 ଏୟାରକ୍ରାଫ୍ଟ କାଠମାଣ୍ଡୁରୁ ଉଡ଼ାଣ ଭରି ଥିଲା। ତେବେ ପୋଖରା ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ବିମାନଟି କ୍ରାଶ୍‌ ହୋଇଯାଇଥିଲା। ଧ୍ୱଂସାବଶେଷରୁ ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। 

ଅଧିକ ପଢ଼ନ୍ତୁ: ମଝି ଆକାଶରେ ଖୋଲିଗଲା ବିମାନର ଡୋର୍, ବିପଦରେ ୩୧ ଜୀବନ! ଦେଖନ୍ତୁ ଭିଡିଓ

Advertisment

ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଦୃଶ୍ୟ...

ସେପଟେ ଏହି ଭୟଙ୍କର ଦୁର୍ଘଟଣା ପୂର୍ବର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ବିମାନଟି ଉଡ଼ୁଥିବା ବେଳେ କେହି ଜଣେ ଏହାକୁ କ୍ୟାମେରାରେ କଏଦ କରିଥିବା ଜଣାପଡ଼ିଛି। 


ଦୁର୍ଘଟଣାଗ୍ରସ୍ତ ବିମାନରେ ୫ ଭାରତୀୟ...

ଦୁର୍ଘଟଣାଗ୍ରସ୍ତ ବିମାନରେ ୫ ଭାରତୀୟ ଥିଲେ। ୫ ଭାରତୀୟଙ୍କ ସମେତ ୧୩ ଜଣ ବିଦେଶୀ ନାଗରିକ ଓ ୫୩ ନେପାଳୀ ନାଗରିକ ଥିବା ଏୟାରପୋର୍ଟ ପକ୍ଷରୁ ସୂଚନା ମିଳିଛି।

ଦୁର୍ଘଟଣା ପରେ ଜରୁରୀ ବୈଠକ...

ଦୁର୍ଘଟଣା ପରେ ନେପାଳ ସରକାର ଜରୁରୀ ବୈଠକ ଡାକିଛନ୍ତି। ଏହାସହ କାଠମାଣ୍ଡୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପହଞ୍ଚିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟରେ ନେପାଳ ସେନାବାହିନୀ ସାମିଲ ହୋଇଛନ୍ତି।

ସୂଚନାଥାଉ କି, ଏହା ପୂର୍ବରୁ ମଧ୍ୟ ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି। ଗତବର୍ଷ ମେ’ରେ Tara Air ବିମାନ କ୍ରାଶ୍‌ ହେବା ଯୋଗୁ ୨୨ ଜଣଙ୍କ ଜୀବନ ଚାଲି ଯାଇଥିଲା। ମୃତକଙ୍କ ମଧ୍ୟରେ ୧୬ ଜଣ ନେପାଳର, ୪ ଜଣ ଭାରତୀୟ ଓ ୨ ଜଣ ଜର୍ମାନର ଥିଲେ। ସେହିପରି ୨୦୧୮ ମସିହା, ମାର୍ଚ୍ଚରେ କାଠମାଣ୍ଡୁ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣା ହୋଇଥିଲା। ଲ୍ୟାଣ୍ଡିଂ ବେଳେ US-Bangla ଏୟାରଲାଇନ୍ସ କ୍ରାଶ ହୋଇଯାଇଥିଲା। ଏଥିରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା। 

Plane Crash Nepal Plane Crash
Advertisment
Advertisment