Advertisment

Sunita Williams Return:ଏବେ ଫେରିବେନି ସୁନିତା, ହାଇଡ୍ରଲିକ୍ ସିଷ୍ଟମରେ ତ୍ରୁଟି କାରଣରୁ ମିଶନ ସ୍ଥଗିତ

ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ ୱିଲମୋର ବୁଚଙ୍କର ଫେରିବା ଆହୁରି ବିଳମ୍ବ ହେବ । ତେବେ ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମସ ଓ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
sunita

sunita

Advertisment

ମହାକାଶରୁ ଏବେ ଫେରିବେନି ସୁନିତା । ପୁଣି ଫେରିବାରେ ବିଳମ୍ୱ । ମହାକାଶରୁ ସୁନିତାଙ୍କୁ ଆଣିବା ପାଇଁ ବାରମ୍ବାର ମିଶନ ରଦ୍ଦ ହେଉଛି। ଫଳରେ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ ୱିଲମୋର ବୁଚଙ୍କର ଫେରିବା ଆହୁରି ବିଳମ୍ବ ହେବ । ତେବେ ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମସ ଓ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସ୍ପେସ୍ ଏକ୍ସର ଫାଲକନ୍ -୯ ରକେଟ କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେବ ବୋଲି ସ୍ଥିର ହୋଇଥିଲା।

Advertisment

ଏହି ରକେଟର ହାଇଡ୍ରଲିକ୍ ସିଷ୍ଟମରେ ତ୍ରୁଟି ପରିଲକ୍ଷିତ ହେବା ଫଳରେ ଉତକ୍ଷେପଣ ପ୍ରକ୍ରିୟା ଶୁକ୍ରବାରକୁ ସ୍ଥଗିତ ରଖାଯାଇଛି। ନାସାର ୪ ଜଣ ମହାକାଶଚାରୀ ଫାଲକନ-୯ ରକେଟ ସାହାଯ୍ୟରେ ମହାକାଶକୁ ଯାତ୍ରା କରିବେ। ଏମାନଙ୍କୁ ଆଇଏସଏସରେ ଛାଡିବା ପରେ ରକେଟ୍ ସୁନିତା ଓ ୱିଲମୋରଙ୍କୁ ନେଇ ମାର୍ଚ୍ଚ ୧୯ ସୁଦ୍ଧା ପୃଥିବୀପୃଷ୍ଠକୁ ଫେରିବ ବୋଲି ନାସା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ: ମୋଦିଙ୍କୁ ମିଳିବ ମରିସସର ସର୍ବୋଚ୍ଚ ସମ୍ମାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହୀ ଥିଲେ । ସେ ଏହି ଦାୟିତ୍ୱ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବି ଦେଇଥିଲେ । ଟ୍ରମ୍ପ କିଛି ଦିନ ପୂର୍ବରୁ କହିଥିଲେ ଯେ, ବାଇଡେନ ସୁନିତା ଓ ୱିଲମୋରଙ୍କୁ ମହାକାଶରେ ଛାଡି ଦେଇଛନ୍ତି। ହେଲେ ସେ ଏଲନ ମସ୍କଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି ଶୀଘ୍ର ଫେରାଇ ଆଣିବାକୁ ଉଦ୍ୟମ କରିବେ। ଏହା ପରେ, ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଦିଗରେ କାମ କରିବା ଆରମ୍ଭ କରିଥିଲା । କ୍ରୁ-୧୦ ଲଞ୍ଚ କରିବାକୁ ଯାଉଥିଲା। ହେଲେ ଯାନ୍ତ୍ରିକ ତ୍ରୁଟି ହେତୁ ଏହାର ଲଞ୍ଚକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ନାସା ଅନୁଯାୟୀ ୧୯ ମାର୍ଚ୍ଚ ସୁଦ୍ଧା ସୁନିତା ପୃଥିବୀ ପୃଷ୍ଠକୁ ଫେରି ପାରିବେ ।

Advertisment

ଏହି ତାରିଖ ମଧ୍ୟ ସ୍ଥିର ନୁହେଁ ଏବଂ ପାଗ ସମେତ ଅନ୍ୟାନ୍ୟ କାରଣଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କ୍ରୁ-୧୦ ହେଉଛି ସ୍ପେସଏକ୍ସର ମାନବ ମହାକାଶ ପରିବହନ ପ୍ରଣାଳୀର ରୋଟେସନ୍ ମିଶନ। ଗତ ବର୍ଷ ଜୁନ୍ ୫ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ ସୁନିତା ଏବଂ ବୁଚ୍ । ତାଙ୍କର ଗୋଟିଏ ସପ୍ତାହ ପରେ ଫେରିବାର ଥିଲା, କିନ୍ତୁ ବୋଇଂ ଷ୍ଟାରଲାଇନରରେ ସମସ୍ୟା ଯୋଗୁଁ ସେ ସେଠାରେ ଫସି ରହିଲେ। ଉଭୟ ମହାକାଶଚାରୀ ବୋଇଂ ଏବଂ ନାସାର ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନରେ ମହାକାଶକୁ ଯାଇଥିଲେ। ଏହା ପରେ ତାଙ୍କୁ ଫେରାଇ ଆଣିବା ପାଇଁ ଅନେକ ପ୍ରୟାସ କରାଯାଉଛି।

ଅଧିକ ପଢ଼ନ୍ତୁ: ‘୨୦ ଘଣ୍ଟାରେ ଦାବି ନମାନିଲେ ସବୁ ବନ୍ଧକଙ୍କୁ କରିବୁ ହତ୍ୟା’

NASA Sunita Williams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ