Advertisment

Sunita Williams Spacewalk: ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍

ସୁନୀତା ୱିଲିୟମ୍ସ ଓ ସାଥୀ ବୁଚ୍ ୱିଲମୋର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ବାହାରକୁ ଯାଇ ପ୍ରାୟ ସାଢେ ୫ ଘଣ୍ଟାର ସ୍ପେସୱାକ୍ କରିଛନ୍ତି। ଏହା ସୁନୀତାଙ୍କର ନବମ ଏବଂ ୱିଲମୋରଙ୍କ ପଞ୍ଚମ ସ୍ପେସୱାକ୍ ଥିଲା। ସୁନୀତାଙ୍କ ପାଖରେ ମୋଟ୍ ୬୨ ଘଣ୍ଟା ୬ମିନିଟ୍ ର ସ୍ପେସୱାକ୍ ରେକର୍ଡ ଅଛି ଯାହା ନାସାର ସର୍ବକାଳୀନ ତାଲିକାରେ ଚତୁର୍ଥ।

ଅଦ୍ୟତନ ହୋଇଛି
Spacewalk

Spacewalk

Advertisment

ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ସୁନୀତା ଓ ତାଙ୍କ ସାଥିଙ୍କୁ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଏଥିରେ ବିଳମ୍ୱ ଘଟୁଛି। ତେବେ ଏହାରି ଭିତରେ ସେ ଚାଲିବା ଭୁଲି ଯାଇଥିବା ଅନେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ NASA ପକ୍ଷରୁ ଏକ ନୂଆ ସୂଚନା ଦିଆଯାଇଛି। ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମହାକାଶରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି।

Advertisment

ସୁନୀତା ୱିଲିୟମ୍ସ ଓ ସାଥୀ ବୁଚ୍ ୱିଲମୋର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ବାହାରକୁ ଯାଇ ପ୍ରାୟ ସାଢେ ୫ ଘଣ୍ଟାର ସ୍ପେଶୱାକ୍ କରିଛନ୍ତି। ଏହା ସୁନୀତାଙ୍କର ନବମ ଏବଂ ୱିଲମୋରଙ୍କ ପଞ୍ଚମ ସ୍ପେଶୱାକ୍ ଥିଲା। ସୁନୀତାଙ୍କ ପାଖରେ ମୋଟ୍ ୬୨ ଘଣ୍ଟା ୬ମିନିଟ୍ ର ସ୍ପେଶୱାକ୍ ରେକର୍ଡ ଅଛି ଯାହା ନାସାର ସର୍ବକାଳୀନ ତାଲିକାରେ ଚତୁର୍ଥ। ଆମେରିକୀୟ ମହାକାଶ ସଂସ୍ଥା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ନାସା କହିଛି, ସୁନୀତା ଏବଂ ୱିଲମୋର ସେମାନଙ୍କର ପ୍ରାଥମିକ ଉଦ୍ଦେଶ୍ୟ ପୂରଣ କରିଛନ୍ତି। ସେମାନଙ୍କୁ ଷ୍ଟେସନର ଟ୍ରସ୍ ରୁ ରେଡିଓ ଫ୍ରିକ୍ୱେନ୍ସି ଗ୍ରୁପ୍ ଆଣ୍ଟେନା ଆସେମ୍ବଲିକୁ ଅପସାରଣ କରିବା ସହ ଡେସଟିନି ପରୀକ୍ଷାଗାର ଓ କ୍ୱେଷ୍ଟ ଏୟାରଲକ୍ ରୁ ବିଶ୍ଳେଷଣ ପାଇଁ ପୃଷ୍ଠ ସାମଗ୍ରୀର ନମୁନା ସଂଗ୍ରହ କରିବାର ଥିଲା। ସେମାନେ ଏହାକୁ କରି ଦେଖାଇଛନ୍ତି।

Advertisment

ତେବେ ନାସା ବୁଧବାର ଏକ ବିବୃତ୍ତିରେ କହିଛି, ଖୁବଶୀଘ୍ର ଉଭୟଙ୍କୁ ଅନ୍ତରୀକ୍ଷରୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି। ଏନେଇ ଏଲନ ମସ୍କଙ୍କ ସ୍ପେସଏକ୍ସ ସମସ୍ତ ପ୍ରସ୍ତୁତି କରିଛି। ମାସ ମାସ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରେ ଫସି ରହିଥିବା ଦୁଇ ମହାକାଶଚାରୀ ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠକୁ ଫେରିବେ। । ଯେତେ ଶୀଘ୍ର ସଂଭବ ଏ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଅଧିକ ପଢ଼ନ୍ତୁ: ବଢୁଛି ସଂକଟ, ଫେବୃଆରୀରେ ଫେରିବେନି ସୁନୀତା ଓ୍ୱିଲିୟମ୍ସ-ବୁଚ୍

କାହିଁକି ମହାକାଶ ଯାଇଛନ୍ତି ସୁନୀତା ?

‘ନାସା’ ଏବଂ ‘ବୋଇଂ’ ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନର ଏକ ଅଂଶ ହେଉଛନ୍ତି ସୁନୀତା ୱିଲିୟମ୍ସ । ବୋଇଂ ଷ୍ଟାରଲାଇନର କ୍ୟାପସୁଲ ମଣିଷକୁ ନେଇ ମହାକାଶ ଯାତ୍ରା କରିଥିବା ପ୍ରଥମ ‘ସ୍ପେଶ କ୍ୟାପସୁଲ’ । ‘ନାସା’ ୨୦୨୨ ମସିହା ଜୁଲାଇରେ ଏହି ମିଶନ ଆରମ୍ଭ କରିଥିବା ବେଳେ କୋରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ମଣିଷକୁ ନେଇ ମହାକାଶକୁ ଯିବା ଓ ଫେରାଇ ଆଣିବା ନେଇ ଦ୍ୱିତୀୟ ମହାକାଶଯାନକୁ ସଫଳ କରିବାକୁ ଚାହୁଁଛି ଆମେରିକା ।

Advertisment

ଏହି ଉଦ୍ଦେଶ୍ୟରେ ସୁନୀତା ମିଶନ ପାଇଲଟ ରୂପରେ ଏହି ମିଶନରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ବୋଇଂର ଷ୍ଟାରଲିନର୍ ମହାକାଶଯାନରେ ଆଠ ଦିନିଆ ମିଶନରେ ଯାଇଥିଲେ ସୁନୀତା ୱିଲିୟମ୍ସ ଏବଂ ବ୍ରୁଚ ୱିଲମୋର । ଅବଶ୍ୟ, ଯାନ୍ତ୍ରିକ ତ୍ରୁଟି ହେତୁ ମହାକାଶଯାନ ସେମାନଙ୍କ ବିନା ପୃଥିବୀକୁ ଫେରିଥିଲା। ବର୍ତ୍ତମାନ ସେମାନଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ବିବୃତ୍ତି ରଖିବାର ଗୋଟିଏ ଦିନ ପରେ ସ୍ପେଶଏକ୍ସ ଦୁଇ ଆମେରିକୀୟ ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ଖୁବଶୀଘ୍ର ଏକ ମିଶନ ଆରମ୍ଭ କରିବ ବୋଲି କହିଛି।

ଅଧିକ ପଢ଼ନ୍ତୁ: ମହାକାଶରେ ପୁଣି ପାଦ ଥାପିଲେ ସୁନୀତା, ଖୁସିରେ କଲେ ଡ୍ୟାନ୍ସ...ଦେଖନ୍ତୁ ଭିଡିଓ

NASA SpaceX Sunita Williams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ