Advertisment

Axiom-4 Mission: ଜୁନ ୨୨ରେ ISSକୁ ଯିବେନି ଶୁଭାଂଶୁ ଶୁକ୍ଳା; ସ୍ପେଶ୍ ମିଶନ୍ Axiom-4 ସ୍ଥଗିତ

ଜୁନ ୨୨ରେ ହେବାକୁ ଥିବା Axiom-4 ଲଞ୍ଚିଂକୁ ସ୍ଥଗିତ ରଖିଛି ନାସା । ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ମହାକାଶଚାରୀ ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିଥାନ୍ତେ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Axiom-4

Axiom-4

ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ Axiom-4 । ଇଣ୍ଟରନ୍ୟାସନାଲ ସ୍ପେଶ ସେଣ୍ଟରକୁ ଯାତ୍ରା ପୁନର୍ବାର ସ୍ଥଗିତ ହୋଇଛି । ଏ ନେଇ ଆଇଏସଏସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଘୋଷଣା କରାଯାଇଛି । ଆଇଏସଏସ କହିଛି ଯେ, ଜୁନ ୨୨ରେ ହେବାକୁ ଥିବା Axiom-4 ଲଞ୍ଚିଂକୁ ସ୍ଥଗିତ ରଖିଛି ନାସା । ଜବେଜଦା ସର୍ଭିସ ମୋଡ୍ୟୁଲରେ ମରାମତି କାର୍ଯ୍ୟ ବାକି ଥିବାରୁ ମିଶନ ଲଞ୍ଚିଂ ପାଇଁ ନାସାକୁ ଆହୁରି ସମୟ ଆବଶ୍ୟକ । ଆଇଏସଏସକୁ ଯାତ୍ରା କରିବାକୁ ଥିବା କ୍ରିଉ ମେମ୍ବରଙ୍କ ସୁରକ୍ଷାକୁ ମୁଖ୍ୟତଃ ପ୍ରାଧାନ୍ୟ ଦେଉଛି ନାସା ।

Advertisment

ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିଥାନ୍ତେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା ହେବା ପରେ ମିଶନରେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ। ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶକୁ ଉଡ଼ାଣ ଭରିବେ। Axiom-4 ପାଇଁ ମିଶନ୍ ପାଇଲଟ୍ ଭାବେ ଗୁରୁଦାୟିତ୍ବ ତୁଲାଇବେ ଏହି ଭାରତୀୟ ବାୟୁସେନା ଅଧିକାରୀ। ଇସ୍ରୋର ମିଶନ୍ ଗଗନଯାନ ପାଇଁ ସାଉଁଟିବେ ବହୁମୂଲ୍ୟ ଅଭିଜ୍ଞତା। ଏହି ଅଭିଯାନ ଆକ୍ସିଅମ୍ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋର ମିଳିତ ପ୍ରୟାସ।

ଅଧିକ ପଢନ୍ତୁ: ଆଜି ଲଞ୍ଚ ହେବ ଆକ୍ସିଅମ୍-୪ ମିଶନ: ISSକୁ ଯାତ୍ରା କରିବେ ଶୁଭାଂଶୁ

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଏହି ମିଶନର ପାଇଲଟ ଥିବା ବେଳେ, ନାସାର ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନ ଏହି ମିଶନର କମାଣ୍ଡର ରହିବେ । ଏମାନଙ୍କ ସହ ମିଶନରେ ଯୋଗ ଦେବେ ପୋଲାଣ୍ଡର ୟୁରୋପୀୟ ସ୍ପେଶ ଏଜେନ୍ସିର ପ୍ରୋଜେକ୍ଟ ମହାକାଶଚାରୀ ସାଓସ୍‌ଜ ଉଜନାସ୍କି ୱିନିଏସ୍କି ଏବଂ ହଙ୍ଗେରୀର ତିବୋର କାପୁ ।

Advertisment

ସୂଚନାଯୋଗ୍ୟ, ସ୍ପେଶଏକ୍ସର ଫାଲକନ ୯ ରକେଟ ଓ ଡ୍ରାଗନ ସ୍ପେଶକ୍ରାଫ୍ଟରେ ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରରୁ ଲଞ୍ଚ କରିବ । ଫାଲକନ ୯ ଏକ ପୁନଃବ୍ୟବହାର ଯୋଗ୍ୟ ରକେଟ। ଏହାର ପ୍ରଥମ ପର୍ଯ୍ୟାୟ ବୁଷ୍ଟର ମିଶନରୁ ଅଲଗା ହେବା ପରେ ପୃଥିବୀକୁ ଫେରିବ। ପୁନଃନିର୍ମାଣ ପରେ ପୁଣି ବ୍ୟବହାର କରାଯିବ। Axiom-4 ମିଶନରେ ଏହା ଦ୍ବିତୀୟ ଥର ବ୍ୟବହାର କରାଯିବ। ଚଳିତ ବର୍ଷ ଏପ୍ରିଲରେ ଷ୍ଟାରଲିଙ୍କ ମିଶନରେ ଉଡାଣ ଭରିଥିଲା।

ପ୍ରଥମେ ମେ ୨୯ରେ Axiom-4 ଲଞ୍ଚ ପାଇଁ ତାରିଖ ସ୍ଥିର ହୋଇଥିବା ବେଳେ ଜୁନ ୮କୁ ଘୁଞ୍ଚା ଯାଇଥିଲା । ଏହାପରେ ପୁଣି ଜୁନ ୧୦ରେ ମିଶନ ଲଞ୍ଚ ପାଇଁ ସ୍ଥିର ହୋଇଥିଲା । ହେଲେ ଖରାପ ପାଗ ଯୋଗୁଁ ପୁଣି ଘୁଞ୍ଚିଥିଲା Axiom-4 ମିଶନ। ଜୁନ ୧୧ରେ ଫାଲକନ୍ ୯ ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ପରୀକ୍ଷଣ ସମୟରେ ପ୍ରପଲ୍ସନ ବେରେ ଲିକୁଇଡ ଅକ୍ସିଜେନ ଲିକେଜ ହେଉଥିବାର ଜଣା ପଡିବା ପରେ ଆଇଏସଏସ ଯାତ୍ରା ସ୍ଥଗିତ ରହିଥିଲା । ଏହା ପରେ ଜୁନ ୧୯ ଓ ୨୨କୁ ଘୁଞ୍ଚିଥିଲା ।

ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଲା ମହାକାଶକୁ ଯିବେ। ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବେ। ସେଠାରେ ଶୁଭାଂଶୁଙ୍କ ସମେତ ଅନ୍ୟ ମହାକାଶଚାରୀମାନେ ୧୪ ଦିନ ରହିବେ।

ଅଧିକ ପଢନ୍ତୁ: ପୁଣି ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍ Axiom-4; ଏଇ କାରଣରୁ ସ୍ଥଗିତ ହେଲା ISS ଯାତ୍ରା

International Space Station NASA
Advertisment
Advertisment