Advertisment

ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

ଆମେରିକାରେ ଉତ୍ତରୀ ପ୍ରାନ୍ତ କେରୋଲିନାର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଗୁରୁବାର ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ପୋଲିସ ଅଫିସରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କେରୋଲିନା

author-image
Minati Mishra
ଅଦ୍ୟତନ ହୋଇଛି
America Firing Case

firing in america

ଆମେରିକାରେ ଉତ୍ତରୀ ପ୍ରାନ୍ତ କେରୋଲିନାର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଗୁରୁବାର ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ପୋଲିସ ଅଫିସରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କେରୋଲିନା

Advertisment

ମେୟର ସମ୍ବାଦଦାତାଙ୍କୁ ଦେଇଥିବା ଖବର ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୫ଟାରେ ନେଓଜ ନଦୀର ଗ୍ରୀନ୍‌ୱେ ନିକଟରେ କେତେକ ଦୁର୍ବୃର୍ତ୍ତ ଆଖିବୁଜା ଗୁଳିଚାଳନା କରିଥିଲେ। ପରେ ପାଲିସ ଉକ୍ତ ଅଞ୍ଚଳକୁ ନାକାବନ୍ଦୀ କରି ଦେଇଥିଲା। ଉକ୍ତ ଇଲାକାରେ ଏକ ଘରେ ଆତଙ୍କୀମାନେ ଲୁଚି ରହିଥିଲେ। ପୋଲିସ ସଂପୃକ୍ତ ଆତଙ୍କୀଙ୍କୁ ଗିରଫ କରିଛି। ଉକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଥିବାବେଳେ ସେଠାରେ ଆମ୍ବୁଲାନ୍ସକୁ ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଧରି ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ରହି ଛାନଭିନ କରୁଥିବା ଦେଖାବାକୁ ମିଳିଥିଲା । ତେବେ ଏ ନେଇ ସବିଶେଷ ତଥ୍ୟ ପୋଲିସ ପକ୍ଷରୁ ଦିଆଯାଇ ନାହିଁ।

ଅଧିକ ପଢ଼ନ୍ତୁ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ: ଆଖିବୁଜା ଗୁଳିମାଡ଼ରେ ରକ୍ତରଞ୍ଜିତ ହେଲା ଚିକାଗୋ

Advertisment

ସନ୍ଧ୍ୟାରେ ଗଭର୍ଣ୍ଣର ଏକ ଟୁଇଟ କରି କହିଛନ୍ତି, ଘଟଣାସ୍ଥଳରେ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଆତଙ୍କୀ କାର୍ଯ୍ୟକଳାପ ରୋକିବା ଏବଂ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷେ ଡାକ୍ତରଖାନା କର୍ତ୍ତପକ୍ଷଙ୍କ କହିବା ଅନୁଯାୟୀ, ଗୁଳିମାଡରେ ଆହତ ୪ ଜଣ ଲୋକଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ପୋଲିସ ଉକ୍ତ ରାସ୍ତାକୁ ସିଲ କରିଦେଇଛି।

ଏଠି କହିରଖିବୁ, ଆମେରିକାର ଏହି ଅଞ୍ଚଳରେ ଗୁଳିମାଡ ଏକ ସାଧାରଣ ଘଟଣା ହୋଇଗଲାଣି। ଏହା ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୯ ତାରିଖରେ ଉତ୍ତରୀ-ଦକ୍ଷିଣ କେରୋଲାନାର ଏକ ଘର ଉପରକୁ ଗୁଳିମାଡ କରାଯାଇଥିଲା। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

Shooting America
Advertisment
Advertisment