/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665813546.jpg)
Russian President Vladimir Putin Warned Global Catastrophe
ବିଶ୍ୱକୁ ରୁଷିଆର ଧମକ। ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ୱକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚେତାବନୀ ଦେଇଛନ୍ତି। କୌଣସି ପରିସ୍ଥିତିରେ ଯଦି ରୁଷ୍ ସେନା ସହ ନାଟୋ ସୈନ୍ୟଙ୍କର ସିଧାସଳଖ ସଂଘର୍ଷ ହେଉଛି, ତା’ହେଲେ ଏହାର ପରିଣାମ ଅତି ଭୟଙ୍କର ହେବ ବୋଲି ପୁଟିନ୍ କହିଛନ୍ତି। ଏପରିକି ବଡ଼ଧରଣର ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇନପାରେ ବୋଲି ସେ କହିଛନ୍ତି।
କାଜାଖସ୍ତାନର ରାଜଧାନୀ ଆସ୍ତାନାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପୁଟିନ୍ ଏହି ଚେତାବନୀ ଦେଇଛନ୍ତି। ଏଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।କିଛିଦିନ ପୂର୍ବରୁ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବା ପରେ ପୁଟିନ୍ କହିଥିଲେ ଯେ, ରୁଷ୍ର ସାମ୍ରାଜ୍ୟକୁ ସୁରକ୍ଷା ଦେବାକୁ ସେ ଆଣବିକ ଅସ୍ତ୍ରର ପ୍ରୟୋଗ କରିବାକୁ ବି ପଛେଇବେ ନାହିଁ। ତେବେ ଏହାକୁ ମିଳିତ ଜାତିସଂଘ ତୀବ୍ର ନିନ୍ଦା କରିଥିଲା। ଏହାପରେ ଜି-୭ ରାଷ୍ଟ୍ରସମୂହ ଏହାକୁ ଭର୍ତ୍ସନା କରିବା ସହ ୟୁକ୍ରେନ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ପରିଣାମ ସାଂଘାତିକ ହେବ ବୋଲି କହିଥିଲେ।
ସୂଚନାଥାଉ କି, କିଛିଦିନ ପୂର୍ବେ ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ପୁଟିନ୍ ପରମାଣୁ ଧମକ ଦେଇଥିଲେ। ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକୁ ଟାର୍ଗେଟ୍ କରି ଚେତାଇଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ।ରୁଷିଆକୁ ଧ୍ୱଂସ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଉଦ୍ୟମ କରୁଛନ୍ତି । ଆଉ ଏଥିରେ ୟୁକ୍ରେନ୍ ସେମାନଙ୍କ ପାଇଁ ଅସ୍ତ୍ର ସାଜିଛି । ଏପରି ସ୍ଥଳେ ଦରକାର ହେଲେ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବ।ପାଶ୍ଚାତ୍ୟ ରାଷ୍ଟ୍ରମାନେ ପରମାଣୁ ଯୁଦ୍ଧର ଧମକ ଦେଇ ବ୍ଳାକମେଲ୍ କରୁଛନ୍ତି। କିନ୍ତୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରୁଷିଆ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି ବୋଲି ପୁଟିନ୍ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)