• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ପୁଟିନଙ୍କ ପରମାଣୁ ଧମକ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍‌ କରି ଚେତାଇ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୭ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଥମିନି ଉତ୍ତେଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ନେତା ଶାନ୍ତି ପାଇଁ ପ୍ରସ୍ତାବ ଦେଉଥିଲେ ମଧ୍ୟ ୟୁକ୍ରେନ୍ ସୀମାରେ ଆହୁରି ସୈନ୍ୟ ଠୁଳ କରିବାକୁ ଧମକ ଦେଇଛି ରୁଷିଆ । ଏଥିପାଇଁ ୨୦ ଲକ୍ଷ ସୈନ୍ୟ ପଠାଯିବ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ରାଷ୍ଟ୍ରପତି ଭାଦିମିର ପୁଟିନ୍ ।

ପାଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷିଆକୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁ ନାହାନ୍ତି । ଏହାସହ ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ରୁଷିଆକୁ ଧ୍ୱଂସ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଉଦ୍ୟମ କରୁଛନ୍ତି । ଆଉ ଏଥିରେ ୟୁକ୍ରେନ୍‌ ସେମାନଙ୍କ ପାଇଁ ଅସ୍ତ୍ର ସାଜିଛି । ଏପରିସ୍ଥଳେ ଦରକାର ହେଲେ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବ  ।

ଋଷୀୟ ନ୍ୟୁଜ୍ ଏଜେନ୍ସି ଆରଟିଓ ସହ ପୁଟିନ ଆଲୋଚନା କରିଛନ୍ତି । ପାଶ୍ଚାତ୍ୟ ଦେଶ ଗୁଡ଼ିକ ଋଷକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଦେଶବାସୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ସରକାର ପଦକ୍ଷେପ ନେଉଛନ୍ତି । ସେହିପରି 'ୟୁକ୍ରେନ ଯୁଦ୍ଧ'ର ଲକ୍ଷ୍ୟ ଅପରିବର୍ତ୍ତିନୀୟ ରହିଛି । ରୁଷିଆର ଅଂଚଳକୁ ସୁରକ୍ଷା ଦେବା ପାଇଁ ସେନା ଅଧିକାରୀଙ୍କ ନିଷ୍ପତ୍ତିକୁ ସେ ସମର୍ଥନ କରୁଥିବା କହୁଛନ୍ତି । ପୂର୍ବ ୟୁକ୍ରେନରେ ଥିବା ଡନବାସ୍ ଅଂଚଳକୁ ସ୍ୱାଧୀନ କରିବାକୁ ପଦକ୍ଷେପ ନିଆଯିବ ।

 

ପଶ୍ଚିମୀ ଦେଶକୁ ଚେତାବନୀ

ଏଥି ସହିତ ପୁଟିନ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରମାନେ ପରମାଣୁ ଯୁଦ୍ଧର ଧମକ ଦେଇ ବ୍ଳାକମେଲ୍ କରୁଛନ୍ତି । କିନ୍ତୁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ରୁଷିଆ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି । ଋଷିଆର ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ଆସିଲେ କୌଣସି ପ୍ରକାର ସାଲିସ୍‌ କରାଯିବ ନାହିଁ ।  ସମସ୍ତ ସାଧନା ଉପଯୋଗ କରି ଲଢ଼େଇ ହେବ । ନିଜର ସୁରକ୍ଷା  ପାଇଁ ରୁଷିଆ ଯେ କୌଣସି ପଦକ୍ଷେପ ନେଇପାରେ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି । ଏହାକୁ କେବଳ ଏକ ଧମକ୍‌ ଭାବିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି ।

ସେହିପରି ପୁଟିନ ତାଙ୍କ ଦେଶର ସାମରିକ ବ୍ୟାରିକେଡ ସମ୍ପର୍କୀତ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି, ଯାହା ଆଜିଠାରୁ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶ ଅନୁସାରେ ଦେଶରେ ବର୍ତ୍ତମାନ ୩୦୦୦,୦୦ ସୈନ୍ୟ ନିୟୋଜିତ ହେବେ ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।