Advertisment

୯/୧୧ ଆକ୍ରମଣକୁ ପୁରିଲା ୨୩ ବର୍ଷ, ଚାଲିଯାଇଥିଲା ୩ ହଜାରରୁ ଅଧିକ ଲୋକଙ୍କ ଜୀବନ

ଏହି ଆକ୍ରମଣ ପଛର ମୁଖ୍ୟ ଖଳନାୟକ ଥିଲା ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ । ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ପୁରା ପ୍ଲାନ କରିଥିଲା ଲାଡେନ୍ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Remembering the Darkest Day in American History as US 9/11 Attack Clocks 23 Years

9/11 Attack

ଆଜିକୁ ଠିକ୍ ୨୩ ବର୍ଷ ତଳେ ଅର୍ଥାତ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକା ଉପରେ ହୋଇଥିଲା ବଡ଼ ଧରଣର ଆକ୍ରମଣ । ଏଥିରେ ପାଖାପାଖି ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଜି ଏହି କଳାଦିନକୁ ୨୩ ବର୍ଷ ପୂରଣ ହୋଇଛି । ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ବା ୱାଲର୍ଡ ଟ୍ରେଡ୍ ସେଣ୍ଟର ଉପରେ ଆତଙ୍କବାଦୀ ବିମାନ ଅପହରଣ କରିବା ପରେ ସିଧା ନେଇ ମାଡ଼ କରିଥିଲେ ନର୍ଥ ଟାୱାରରେ । ଚାହୁଁଚାହୁଁ ଆକାଶରେ ଘୋଟିଥିଲା କଳାବାଦଲ । ମୃତ୍ୟୁର ତାଣ୍ଡବ ରଚିଥିଲେ ଆତଙ୍କବାଦୀ ।

Advertisment

ଏହି ଆକ୍ରମଣ ପଛର ମୁଖ୍ୟ ଖଳନାୟକ ଥିଲା ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ । ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ପୁରା ପ୍ଲାନ କରିଥିଲା ଲାଡେନ୍ । ଅବଶ୍ୟ ଘଟଣାର କିଛି ବର୍ଷ ପରେ ଲାଡେନଙ୍କୁ ଧରି ଚିରନିଦ୍ରାରେ ଶୁଆଇ ଦେଇଥିଲା ଆମେରିକା । ଆମେରିକା ଇତିହାସରେ ଏହାକୁ ସବୁଠାରୁ ଭୟଙ୍କର ତଥା ହୃଦୟବିଦାରକ ଘଟଣା ବୋଲି ବିବେଚନା କରାଯାଉଛି।

ଅଧିକ ପଢ଼ନ୍ତୁ: ଏହି ଦେଶରେ ୧୦ଦିନ କାନ୍ଦିବାକୁ କରାଯାଇଥିଲା ବାଧ୍ୟ, ଲୁହ ପରଖିବାକୁ ନିଯୁକ୍ତ ହୋଇଥିଲେ ଜାସୁସ୍

Advertisment

୨୦୦୧ ସେପ୍ଟେମ୍ବର ୧୧ରେ କେବଳ ଆମେରିକା ନୁହେଁ ବରଂ ପୂରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ଏହି ବିସ୍ଫୋରଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶକୁ ଥରାଇ ଦେଇଥିଲା । ଆତଙ୍କବାଦୀ ସଂଗଠନ ଅଲକାଏଦା ସେପ୍ଟେମ୍ବର ୧୧, ୨୦୦୧ରେ ଦୁଇଟି ବିମାନ ସହିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରି ଆତଙ୍କ ବିସ୍ତାର କରିଥିଲା । ମାତ୍ର ୪୫ ମିନିଟ୍ ମଧ୍ୟରେ ୧୧୦ ମହଲା ବିଶିଷ୍ଟ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଦୁଇଟି କୋଠା ତାସ୍‌ ପତା ପରି ଭୁଶୁଡ଼ି ପଡ଼ିଥିଲା ।

ସୂଚନା ଅନୁସାରେ, ଅଲ କାଏଦା ଆତଙ୍କବାଦୀମାନେ ୪ଟି ବିମାନକୁ ଅପହରଣ କରି ନେଇଥିଲେ । ଏହା ପରେ ଚାରିଟି ବିମାନ ମଧ୍ୟରୁ ଦୁଇଟି ନ୍ୟୁୟର୍କ ସହରର ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ମାଡ଼ କରିଥିଲେ । ତୃତୀୟ ବିମାନ ପେଣ୍ଟାଗନ୍ ଉପରେ ଏବଂ ଚତୁର୍ଥ ବିମାନ ଏକ କ୍ଷେତରେ ଖସିପଡିଥିଲା ।

ଆମେରିକାରେ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୯୭୪ ଜଣ ପ୍ରାଣ ହରାଇଥିଲେ। ଆମେରିକା ସମେତ ୭୦ଟି ଦେଶର ନିର୍ଦ୍ଦୋଷ ନାଗରିକ ଆତଙ୍କବାଦୀଙ୍କ ରକ୍ତାକ୍ତ ହିଂସାର ଶିକାର ହୋଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୩୪୩ ଅଗ୍ନିଶମ ବିଭାଗ ଏବଂ ୬୦ ପୋଲିସ କର୍ମଚାରୀ ମଧ୍ୟ ଥିଲେ ।

Terrorist Attack
Advertisment
Advertisment