କାନ୍ଦିବା ଏତେ ସହଜ ନୁହେଁ । ମଣିଷକୁ ସେତିକି କଷ୍ଟ ନହେଲେ ଆଖିରୁ ଲୁହ ବାହାରେ ନାହିଁ । ମଣିଷ ଦୁଃଖରେ କାନ୍ଦେ ତ କେବେକେବେ ଖୁସିରେ ମଧ୍ୟ ଆଖିରେ ଲୁହ ଆସିଯାଏ । ତେବେ ଯଦି କାନ୍ଦିବାକୁ ବାଧ୍ୟ କରାଯାଏ, ତା ପୁଣି ଦୀର୍ଘ ୧୦ ଦିନ ପାଇଁ ତାହା ହୁଏତ କଷ୍ଟକର ହୋଇପାରେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଘଟଣା ଉତ୍ତର କୋରିଆର ଲୋକଙ୍କ ସହ ଘଟିସାରିଛି । ଜଣେ ଲୋକଙ୍କ ମୃତ୍ୟୁରେ ୧୦ ଦିନ କାନ୍ଦିବାକୁ ବାଧ୍ୟ କରାଯାଇଛି ।
ବର୍ଷ ୧୯୪୮ ସେପ୍ଟେମ୍ବର ୯ ତାରିଖରେ ଡେମୋକ୍ରାଟିକ୍ ପିପୁଲ୍ସ ରିପ୍ଳବିକ୍ ଅଫ୍ କୋରିଆର ପ୍ରତିଷ୍ଠା ହୋଇଥିଲା । କିମ୍ ଇଲ୍ ସୁଙ୍ଗଙ୍କୁ ନେତା ଚୟନ କରାଯାଇଥିଲା । ବର୍ତ୍ତମାନର ନେତା କିମ ଜୋଙ୍ଗଙ୍କ ଜେଜେବାପା ହେଉଛନ୍ତି କିମ ଇଲ । ସେ ଔପଚାରିକ ଭାବେ ୧୯୪୮ରେ ଶାସନ ଆରମ୍ଭ କରିଥିଲେ । ତେବେ ସୋଭିଏତ ସଂଘ ଏହାପୂର୍ବରୁ ତାଙ୍କୁ ୧୯୪୫ରେ ବିଜୟ ମୁକୁଟ ପିନ୍ଧାଇ ସାରିଥିଲା । ବର୍ଷ ୧୯୯୪ ଜୁଲାଇ ୮ରେ ଯେବେ ତାଙ୍କର ନିଧନ ହେଲା, ସାରା ଦେଶରେ ୧୦ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିଲା । ସାର୍ବଜନିକ ଭାବେ ଏହି ୧୦ ଦିନ କାନ୍ଦିବା ବାଧ୍ୟତାମୂଳକ କରି ଦିଆଯାଇଥିଲା । କେବଳ ସେତିକି ନୁହେଁ, ଅସଲରେ ଲୋକେ ଶୋକ ପାଳନ କରୁଛନ୍ତି କି ନାହିଁ ଯାଞ୍ଚ କରିବାକୁ ଜାସୁସଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା ।
ଷ୍ଟାଲିନଙ୍କ ନିଷ୍ପତ୍ତି ଯୋଗୁଁ କିମ ଇଲ୍ ସୁଙ୍ଗ କ୍ଷମତାକୁ ଆସିବା ସମ୍ଭବ ହୋଇଥିଲା । ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷହେବାପରେ ଜାପାନ ଆତ୍ମସମର୍ପଣ କରିଥିଲା ଓ କୋରିଆ ମୁକ୍ତ ବୋଲି ଘୋଷଣା ହୋଇଥିଲା । ଷ୍ଟାଲିନ ପ୍ରଥମେ ଚୋ ମ୍ୟାନ୍-ସିଲ୍କଙ୍କୁ ପ୍ରାରମ୍ଭିକ ଭାବେ ନେତା ଭାବେ ଚାହଁଥିଲେ ମାତ୍ର ସୋଭିଏତର ହିତରେ ସେବା କରିପାରିବେ ନାହିଁ ବିଚାର କରି ନିଷ୍ପତ୍ତି ବଦଳାଇବା ସହ କିମ ଇଲ ସୁଙ୍ଗଙ୍କୁ ବାଛିଥିଲେ ।
Also Read
୧୪ ଅକ୍ଟୋବର ୧୯୪୫ରେ କିମ ଇଲ ସୁଙ୍ଗଙ୍କ ପ୍ରଥମ ଭାଷଣ ବିଫଳ ରହିଥିଲା । ୩୩ ବର୍ଷ ବୟସରେ ସେ ନିର୍ବାସନରେ ରହିବା ପରେ ନିଜର କୋରିଆନ ଭାଷା କହିବାରେ ସମସ୍ୟା ହୋଇଥିଲା । ଏହା ସତ୍ତ୍ୱେ କିମ ବହୁତ ଶୀଘ୍ର ଦେଶରେ ନିଜ ଆଧିପତ୍ୟକୁ ଟାଣ କରିବା ସହ ନିଜକୁ ଭଗବାନ ଭଳି ଦର୍ଶାଇଥିଲେ । ୧୯୫୦ ଦଶକ ପର୍ଯ୍ୟନ୍ତ ସେ ଉତ୍ତର କୋରିଆ ଉପରେ ନିଜର ଦବଦବା ବନାଇ ରଖିଥିଲେ । ଏଥିସହ ଷ୍ଟାଲିନଙ୍କ ଭାବମୂର୍ତ୍ତିକୁ ନିଜର ଭାବମୂର୍ତ୍ତିରେ ପରିବର୍ତ୍ତିତ କରିଦେଇଥିଲେ ।
କିମ ଇଲଙ୍କ ଶାସନକାଳରେ ଜନସଂଖ୍ୟା ତିନୋଟି ଶ୍ରେଣୀରେ ବିଭାଜିତ ଥିଲା । ଧନୀ, ଗରିବ ଓ ପୀଡିତ । ଧନୀ ଶ୍ରେଣୀର ବ୍ୟକ୍ତି ଭରପୁର ଲାଭ ପାଉଥିଲେ କାରଣ ସେମାନେ କିମଙ୍କର ପୂଜା କରୁଥିଲେ । ଗରିବଙ୍କୁ କମ ଲାଭ ମିଳୁଥିଲା । ଆଉ ଯେଉଁମାନେ ବିରୋଧ କରୁଥିଲେ, ସେମାନଙ୍କୁ ପୃଥକ କରି ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିଲା । ପ୍ରେମ ସଙ୍ଗୀତ, ରୋମାଣ୍ଟିକ୍ ଫିଲ୍ମ ଓ ସାର୍ବଜନିକ ଭାବେ ପ୍ରେମ କରିବା ସମେତ ସାଂସ୍କୃତିକ ପ୍ରତିବନ୍ଧକ ଲାଗିଥିଲା ।
୧୯୯୪ରେ ଯେବେ କିମ ଇଲ ସୁଙ୍ଗଙ୍କ ମୃତ୍ୟୁ ହେଲା, ସରକାର ଅଶାନ୍ତି ରୋକିବାକୁ ତାଙ୍କର ମୃତ୍ୟୁର ଘୋଷଣା କରିବାକୁ ୩୪ ଘଣ୍ଟା ବିଳମ୍ବ କରିଥିଲେ । ରାଷ୍ଟ୍ରୀୟ ଶୋକର ଅବଧି ୧୦ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ମଧ୍ୟରେ ସାର୍ବଜନୀକ ଭାବେ ଶୋକ ପ୍ରକଟ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଏମିତି କି ସତରେ କାନ୍ଦୁଛନ୍ତି କି ନାହିଁ ଜାଣିବାକୁ ଲୋକଙ୍କ ଉପରେ ନଜର ରଖିବାକୁ ଜାଜୁସଙ୍କୁ ନିଯୁକ୍ତ କରାଯାଇଥିଲା ।