Advertisment

ମହରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ଦର୍ଶନ ପୂର୍ବରୁ କିଙ୍ଗ ଚାର୍ଲସଙ୍କୁ ଭେଟିଲେ ରାଷ୍ଟ୍ରପତି ମୁର୍ମୁ

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆଜି ଶେଷ ବିଦାୟ। ଆଜି ମହାରାଣୀଙ୍କ ସମ୍ପନ୍ନ ହେବ ଶେଷକୃତ୍ୟ । ମହାରାଣୀଙ୍କ ଅନ୍ତିମ ସଂସ୍କାର କାମରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଅଭିମୁଖେ ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ୨ ଦିନିଆ ସରକାରୀ ଗସ୍ତରେ ଯାଇ ଶନିବାର ଲଣ୍ଡନରେ ପହଞ୍ଚିଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
Elizabeth II's Funeral Today

King Charles meet president Draupadi Murmu

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆଜି ଶେଷ ବିଦାୟ। ଆଜି ମହାରାଣୀଙ୍କ ସମ୍ପନ୍ନ ହେବ ଶେଷକୃତ୍ୟ । ମହାରାଣୀଙ୍କ ଅନ୍ତିମ ସଂସ୍କାର କାମରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଅଭିମୁଖେ ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ୨ ଦିନିଆ ସରକାରୀ ଗସ୍ତରେ ଯାଇ ଶନିବାର ଲଣ୍ଡନରେ ପହଞ୍ଚିଛନ୍ତି। ଶନିବାର ସନ୍ଧ୍ୟାରେ ଲଣ୍ଡନରେ ପହଞ୍ଚିବା ପରେ ରବିବାର ରାଷ୍ଟ୍ରପତି ମୁର୍ମୁ କିଙ୍ଗ ଚାର୍ଲସ ତୃତୀୟ ଙ୍କୁ ତାଙ୍କ ପ୍ୟାଲେସରେ ଭେଟିଥିଲେ। ମହାରାଣୀଙ୍କ ବିୟୋଗରେ ଭାରତ ସରକାରଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଥିଲେ। ଏ ନେଇ ରାଷ୍ଟ୍ରପତି ଭବନରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି।

Advertisment

ବ୍ରିଟେନ ରାଜ ସିଂହାସନରେ ସବୁଠାରୁ ଅଧିକ ଦିନ ବସିଥିବା ମହାରାଣୀ ଏଲଜିବେଥ ଦ୍ୱିତୀୟ ଙ୍କର ୯୬ ବର୍ଷ ବୟସରେ ସେପ୍ଟେମ୍ବର ୮ ତାରିଖ ପରଲୋକ ହୋଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବାପାଇଁ ବିଭିନ୍ନ ଦେଶର ରାଜ ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୫୦୦ରୁ ଅଧିକ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି। ଅନ୍ତିମ ସତ୍କାର ୱେଷ୍ଟମିନିଷ୍ଟର ଆବିରେ ହେବ। ଏହି କାର୍ଯ୍ୟକ୍ରମରେ ୨ ହଜାର ଲୋକ ସାମିଲ ହେବେ । ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

୧୧ଟାରେ କଫିନ୍ ଥିବା ୱେଷ୍ଟମିନ୍‌ଷ୍ଟର ହଲ୍‌ର ଦ୍ୱାର ଜନସାଧାରଣଙ୍କ ପାଇଁ ବନ୍ଦ ହେବ। ଅପରାହ୍ନ ୩ଟା ୧୪ ମିନିଟ୍‌ରେ   ୱେଷ୍ଟମିନ୍‌ଷ୍ଟର ଆବି ଅଭିମୁଖେ ବାହାରିବ ଶୋଭାଯାତ୍ରା । ଷ୍ଟେଟ୍ ଗନ୍ କ୍ୟାରେଜ୍ ବା ରାଜକୀୟ ତୋପ ଗାଡ଼ିରେ ଏଲିଜାବେଥ୍‌ଙ୍କ ମରଶରୀର ଥିବା କଫିନ୍‌କୁ ସସମ୍ମାନେ ରୟାଲ୍ ନେଭିର ୧୪୨ ଜଣ ନୌସୈନିକ ବୋହି ନେବେ। ଏହାସହ ସାଥିରେ ରୟାଲ୍ ମରିନ୍ ବ୍ୟାଣ୍ଡ୍ ବାଦ୍ୟଯନ୍ତ୍ର ପରିବେଷଣ କରିବେ। ପଛରେ କିଙ୍ଗ୍ ଚାର୍ଲସ୍ ତୃତୀୟ ଏବଂ ପ୍ରିନ୍ସ ଓ୍ୱିଲିୟମଙ୍କ ସମେତ ରାଜପରିବାର ଚାଲିବେ। ଅପରାହ୍ନ ୪ଟା ୨୫ରେ   ୱେଷ୍ଟମିନ୍‌ଷ୍ଟର ଆବି ଭିତରେ ଏବଂ ସମଗ୍ର ବ୍ରିଟେନ୍‌ରେ ୨ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯିବ ।   

Advertisment

ଏହା ପରେ ରାଜକୀୟ ପରାମ୍ପରା ଅନୁସାରେ ଅନ୍ତିମ କାର୍ଯ୍ୟ ସମ୍ପାଦନ ହେବା ପରେ ରାତି ୧୨ଟାରେ ୱିଣ୍ଡ୍‌ସର୍‌ କ୍ୟାସେଲ୍‌ର କିଙ୍ଗ୍ ଜର୍ଜ ଷଷ୍ଠ ମେମୋରିଆଲ୍ ଚାପେଲ୍‌ରେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କୁ କବର ଦିଆଯିବ।

Queen Elizabeth II Draupadi Murmu King Charles III President Droupadi Murmu Queen’s Funeral
Advertisment
Advertisment