Advertisment

ପେରୁରେ ଅଛନ୍ତି ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି, ୧୯୦୦ ମସିହାରେ ହୋଇଥିଲେ ଜନ୍ମ

ତାଙ୍କୁ ୧୨୪ ବର୍ଷ ବୟସ ହୋଇଥିବା ଜାଣି ପେରୁ ସରକାର ତାଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି । ଯାହା ସତ ବୋଲି ପ୍ରମାଣିତ ହୋଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
World Oldest Man

World Oldest Man

ପେରୁରେ ଅଛନ୍ତି ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି । ୧୨୪ ତମ ଜନ୍ମ ଦିନ ପାଳିଲେ ପେରୁର ମାର୍ସେଲିନୋ ଏବାଦ । ସେ ୧୯୦୦ ମସିହାରେ ଜନ୍ମ ହୋଇଥିଲେ । ତାଙ୍କୁ ୧୨୪ ବର୍ଷ ବୟସ ହୋଇଥିବା ଜାଣି ପେରୁ ସରକାର ତାଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି । ଯାହା ସତ ବୋଲି ପ୍ରମାଣିତ ହୋଇଛି । ଏହାପରେ ପେରୁ ସରକାର ତାଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ବୋଲି ଦାବି କରିଛନ୍ତି ।

Advertisment

ମାର୍ସେଲିନୋ ଏବାଦ ଏପ୍ରିଲ୍‌ ୫ରେ ୧୨୪ ତମ ଜନ୍ମଦିନ ପାଳିଥିଲେ । ତାଙ୍କର ବୟସ ବିଷୟରେ ଜଣାପଡ଼ିବା ପରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏବେବି ସୁସ୍ଥ ଅଛନ୍ତି ମାର୍ସେଲିନୋ । ହୁଇଲ ଚେୟାରରେ ଯିବା ଆସିବା କରୁଛନ୍ତି । ତାଙ୍କୁ ସରକାରୀ ପେନସନ ମଧ୍ୟ ମିଳୁଛି । ତାଙ୍କୁ ଦୀର୍ଘ ବର୍ଷ ବଞ୍ଚିବାର ସିକ୍ରେଟକୁ ନେଇ ପ୍ରଶ୍ନ ପଚରାଯାଇଥିବା ବେଳେ ତାଙ୍କ ପ୍ରିୟ ଖାଦ୍ୟ ମେଣ୍ଢା ମାଂସ ଓ ଫଳ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଏହି ଦେଶଗୁଡ଼ିକ ବିଶ୍ୱରେ ସବୁଠାରୁ ଅଧିକ ଦୁଃଖୀ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି...

Advertisment

ଏବାଦଙ୍କ ଜନ୍ମ ପେରୁର ଏକ ଛୋଟ ସହର ‘ଚଗଲା’ରେ ହୋଇଥିଲା । ପେରୁ ସରକାର ତାଙ୍କୁ ୨୦୧୯ରେ ଏକ ଆଇଡି ଏବଂ ପେନ୍‌ସନ୍‌ ପ୍ରଦାନ କରିଥିଲେ। ଏପ୍ରିଲ୍ ୫ରେ ତାଙ୍କର ୧୨୪ ତମ ଜନ୍ମଦିନ ପାଳନ କରାଯାଇଥିଲା। ଏବାଦ୍ କହିଛନ୍ତି ଯେ ଏତେ ବର୍ଷ ଧରି ତାଙ୍କ ଜୀବନର ରହସ୍ୟ ହେଉଛି ଫଳରେ ଭରପୂର ଖାଦ୍ୟ।

ପେରୁର ଅଧିକାରୀମାନେ କହିଛନ୍ତି ଯେ ସେମାନେ ଏବାଦଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ କରିବାରେ ସାହାଯ୍ୟ କରୁଛନ୍ତି । ତେବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡର ଜଣେ ମୁଖପାତ୍ର କହିଛନ୍ତି ଯେ ଗିନିଜ ୱାର୍ଲ୍ଡ ରେକର୍ଡ ପାଇଁ ଅନେକ ଲୋକ ଆବେଦନ କରିଛନ୍ତି ଏବଂ ନିଜକୁ ବୟସ୍କ ବ୍ୟକ୍ତି ବୋଲି ଦାବି କରିଛନ୍ତି । ଏହି ଦାବିକୁ ନିଶ୍ଚିତ କରିବା ପାଇଁ ଏକ ବିଶେଷଜ୍ଞ ଦଳ ଦ୍ୱାରା ସରକାରୀ ଦଲିଲ୍‌ ଓ ଅନ୍ୟାନ୍ୟ ପ୍ରମାଣ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଗିନିଜ ୱାର୍ଲ୍ଡ ରେକର୍ଡରେ ବୟସ୍କ ବ୍ୟକ୍ତିଙ୍କ ବୟସ ୧୧୧ ବର୍ଷ ଅଟେ । ସେ ବ୍ରିଟେନର ବାସିନ୍ଦା। ୧୧୪ ବର୍ଷ ବୟସରେ ଜଣେ ଭେନେଜୁଏଲା ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେ ଏହି ଆଖ୍ୟା ପାଇଥିଲେ । ସେହିପରି ସବୁଠୁ ବୟସ୍କ ଜୀବନ୍ତ ମହିଳାଙ୍କ ବୟସ ୧୧୭ ବର୍ଷ ଅଟେ ।

Peru World's Oldest Man
Advertisment
Advertisment