• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ ସମୟରେ ଇ-ଯାନ ପ୍ରତି ଲୋକମାନେ ଆକୃଷ୍ଟ ହେଉଛନ୍ତି । ତୈଳଦରର ଅହେତୁକ ବୃଦ୍ଧି କାରଣରୁ ବୈଦ୍ୟୁତିକ ଯାନ କିଣିବାକୁ ପସନ୍ଦ କରୁଛନ୍ତି ଲୋକେ । ତାହାସହ ବାୟୁ ପ୍ରଦୁଷଣ ଓ ଶବ୍ଦ ପ୍ରଦୁଷଣ ପରି ସମସ୍ୟାକୁ ଦୃଷ୍ଟିରେ ରଖି ଇ-ଯାନ କିଣିବାକୁ ସରକାର ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ କିଣିବାକୁ ଆଗ୍ରୀମ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

ଏପରି ସମୟରେ ବୈଦ୍ୟୁତିକ ଯାନକୁ ନେଇ ଏକ ବିଶେଷ ଖବର ସାମ୍ନାକୁ ଆସିଛି । ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଇଲେକ୍ଟ୍ରିକ୍‌ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆସନ୍ତା ସେପ୍ଟେମ୍ୱର ୧ ତାରିଖରୁ ପ୍ୟାରିସରେ ଇଲେକ୍ଟ୍ରିକ୍‌ ସ୍କୁଟର ଚଳାଇବାକୁ ବାରଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ଇଂରାଜୀ କହିଲେ ଦେବାକୁ ପଡ଼ିବ ଜୋରିମାନା ! ! ଏହି ଦେଶରେ ଲାଗୁ ହେଲା ନିୟମ

ଫ୍ରାନ୍ସ ରାଜଧାନୀର ମେୟର ଇଲେକ୍ଟ୍ରିକ୍‌ ସ୍କୁଟର ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜରାସ୍ତାରୁ ଇଲେକ୍ଟ୍ରିକ୍‌ ସ୍କୁଟର ହଟାଇବା ନେଇ ଜନତାଙ୍କ ମତ ଲୋଡ଼ାଯାଇଥିଲା । ଜନତା ଏହାକୁ ସମର୍ଥନ ଜଣାଇବା ସହ ଇଲେକ୍ଟ୍ରିକ୍‌ ସ୍କୁଟର ବିପକ୍ଷରେ ମତ ସାବ୍ୟସ୍ତ କରିଛନ୍ତି । ତେଣୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଥାଉକି ବର୍ତ୍ତମାନ ପ୍ୟାରିସରେ ଇଲେକ୍ଟ୍ରିକ୍‌ ସ୍କୁଟର ଭଡ଼ାରେ ଲଗାଯାଉଛି । କିଛି କମ୍ପାନୀ ଏହାକୁ ଲୋକମାନଙ୍କୁ ଭଡ଼ାରେ ଦେଉଛନ୍ତି । ଯାହାକୁ ନେଇ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ସରକାର ରାସ୍ତାରୁ ଇ-ସ୍କୁଟର ହଟାଇବାକୁ ଭୋଟିଂ ଜରିଆରେ ଲୋକଙ୍କ ମତ ଲୋଡ଼ିଥିଲେ । ସେଠାର ଲୋକମାନେ ରାସ୍ତାରୁ ଇଲେକ୍ଟ୍ରିକ୍‌ ସ୍କୁଟର ହଟାଇବାକୁ ମତ ଦେଇଥିବା ଜଣାପଡ଼ିଛି । ଦିଆଯାଇଥିବା ସୂଚନା ଅଧାରରେ ଇ-ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଇବାକୁ ୮୯% ପ୍ରତିଶତ ଲୋକ ଭୋଟ୍‌ ଦେଇଛନ୍ତି ।

ମୃତ୍ୟୁର କାରଣ ପାଲଟିଛି ଇଲେକ୍ଟ୍ରିକ୍‌ ସ୍କୁଟର

ସର୍ବ ପ୍ରଥମେ ଆମେ ଅପଣଙ୍କୁ କହିବାକୁ ଚାହିଁବୁ ଭାରତରେ ବ୍ୟବହାର କରାଯାଉଥିବା ଇଲେକ୍ଟ୍ରିକ୍‌ ସ୍କୁଟର ପରି ଏହି ସ୍କୁଟର ନୁହେଁ । ଏହା ସାଧାରଣତଃ ଦେଖିବାକୁ ସ୍କେଟ୍‌ବୋର୍ଡ ସଦୃଶ । ଏଥିରେ କେବଳ ଜଣେ ବ୍ୟକ୍ତି ଛିଡ଼ା ହୋଇ ଏହାକୁ ଚଳାଇପାରିବେ । ପୁରୁଷ ଏବଂ ମହିଳା ସମସ୍ତେ ଏହାକୁ ପ୍ୟାରିସରେ ଚଳାଇଥାନ୍ତି । ଆଉ ଏହି ସ୍କୁଟର ଚଳାଇବା କରଣରୁ ଅନେକ ଦୁର୍ଘଟଣା ହେଉଥିବା ମଧ୍ୟ ନଜରକୁ ଆସିଛି । ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଯାହାକୁ ନେଇ ସରକାର ଚିନ୍ତାରେ ରହିବା ସହ ଏପରି ଏକ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।