Advertisment

Pak PM signals intent for peace talks with India: ଭାରତର ଶରଣ ପଶିଲା ପାକିସ୍ତାନ; ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଶେହବାଜ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇରାନ୍ ଗସ୍ତରେ ଥିବା ବେଳେ ସେଠାରେ କାଶ୍ମୀର, ଆତଙ୍କବାଦ, ଜଳ ବିବାଦ ଓ ବାଣିଜ୍ୟ ସମେତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭାରତ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି।

ଅଦ୍ୟତନ ହୋଇଛି
Pakistan

Pakistan

Advertisment

ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ତୋଡ ଭାଙ୍ଗିଛି। ଅପରେସନ୍ ସିନ୍ଦୂର ସହ ସିନ୍ଧୁ ଜଳ ଚୁକ୍ତି ବାତିଲ କରି ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି ଭାରତ। ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନ କୌଣସି ବାଟ ନପାଇ ଶେଷରେ ଭାରତର ଶରଣ ପଶିଛି। ମୁହଁ ଫୁଟାଣି ଛାଡି ମୁଣ୍ଡ ନୁଆଁଇଛି। ବୁଦ୍ଧି ଶିଖିବା ପରେ ଏବେ ଠିକ୍ ଲାଇନକୁ ଆସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଛନ୍ତି। କାଶ୍ମୀର ସମେତ ସମସ୍ତ ବିବାଦ ତୁଟାଇବାକୁ ଆମେ ଚାହୁଁଛୁ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା; ଖୋଲିଲା ପାକିସ୍ତାନର ଅସଲ ମୁଖା

ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇରାନ୍ ଗସ୍ତରେ ଯାଇ ତେହରାନରେ ଭାରତ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। କାଶ୍ମୀର, ଆତଙ୍କବାଦ, ଜଳ ବିବାଦ ଓ ବାଣିଜ୍ୟ ସମେତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭାରତ ସହିତ ଶାନ୍ତି ଆଲୋଚନା କରିବାକୁ ଖୋଲାଖୋଲି ଆଗ୍ରହ ଦେଖାଇଛନ୍ତି ଶେହବାଜ ସରିଫ। ଶେହବାଦ ସରିଫ କହିଛନ୍ତି, ଆମେ ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟା, ଜଳ ସମସ୍ୟା ସମେତ ସମସ୍ତ ବିବାଦର ସମାଧାନ କରିବାକୁ ଚାହୁଁଛୁ। ବାଣିଜ୍ୟ ଓ ଆତଙ୍କବାଦ ବିରୋଧୀ ପ୍ରସଙ୍ଗରେ ପଡ଼ୋଶୀ ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ପ୍ରସ୍ତୁତ। ଆଲୋଚନା ମାଧ୍ୟମରେ ଗମ୍ଭୀରତା ଓ ଆନ୍ତରିକତାର ସହିତ ଶାନ୍ତି ଚାହୁଁଛୁ ବୋଲି ତେହରାନରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ସେହିପରି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲାହ ସେୟେଦ ଅଲ୍ଲୀ ଖାମନେୟୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଥିବା ନେଇ ଆମେ ଖୁସି ଅଛୁ। ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ବିବାଦ ଖୁବ ଶୀଘ୍ର ଶେଷ ହୋଇଯିବ ବୋଲି ଆମେ ଆଶା କରୁଛୁ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ମେ ୭ରେ ପାକିସ୍ତାନର ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ କରି ଅନରେସନ ସିନ୍ଦୂର କରିଥିଲା। ଏହାର ଜବାବରେ ପାକିସ୍ତାନ ମଧ୍ୟ ଭାରତର ସାମରିକ ପ୍ରତିଷ୍ଠାନ ଉପରକୁ ଟାର୍ଗେଟ କରିଥିଲା। ଉଭୟ ଦେଶର ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଅସ୍ତ୍ରବିରତି ହୋଇଥିଲା। ତେବେ ଏହା ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: କବୁଲ କଲା ପାକିସ୍ତାନ; ଅପରେସନ୍ ସିନ୍ଦୂରରେ ପାକ୍‌ରେ ହୋଇଛି ଭୟଙ୍କର କ୍ଷତି

India Pakistan Pakistan PM Shehbaz Sharif Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ