Pakistan: ଭାରତର ଏଇ ପଡୋଶୀ ଦେଶ ‘ଶାନ୍ତି’ ନୁହେଁ, ଯୁଦ୍ଧ ଚାହେଁ

ଏହି ଜିଦ୍ ଯୋଗୁଁ ସମସ୍ତ ୨୧୪ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଛି ବୋଲି ବିଏଲ୍‌ଏ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନ ସେନା ଓ ସରକାରଙ୍କ ଘୋଷଣାର ବିପରୀତ ବଲୋଚ୍ ବିଦ୍ରୋହୀ ସଂଗଠନ ବଲୋଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଦାବି କରିଛି ଯେ, ସେମାନେ ବନ୍ଧକ ଥିବା ୨୧୪ ପାକ୍ ସୈନିକଙ୍କୁ ହତ୍ୟା କରିଛନ୍ତି । ଏହାକୁ ସାରା ବିଶ୍ବ ନିନ୍ଦା କରୁଛି। ଏହା ପାକିସ୍ତାନର ପୁରୁଣା ଖୋଇ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।

ପାକିସ୍ତାନ

ଭାରତର ଶାନ୍ତି ପ୍ରୟାସକୁ ପାକିସ୍ତାନ ବାରମ୍ବାର ଚୋଟ ମାରିଆସିଛି। ଅତୀତରେ ଏମିତି ଅନେକଥର ଭାରତର ସରଳତାର ସୁଯୋଗ ନେଇ ଭାରତୀୟ ସୈନ୍ୟଙ୍କୁ ଆକ୍ରମଣ କରିଛି। ଏଥର ଭାରତ ଆଶା କରୁଛି ପାକିସ୍ତାନ ତାର ପୁରୁଣା ଖୋଇ ବଦଳାଇ ନିଜର କାର୍ଯ୍ୟକଳାପରେ ପରିବର୍ତ୍ତନ କରିବ । ଶପଥ ଗ୍ରହଣ ସମାରୋହରେ ନରେନ୍ଦ୍ର ମୋଦି ପାକିସ୍ତାନକୁ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ଆସି ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକୀୟ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ , ପାକିସ୍ତାନର ଲୋକମାନେ ମଧ୍ୟ ଶାନ୍ତି ଚାହୁଁଛନ୍ତି । କାରଣ ସେମାନେ ଦୀର୍ଘଦିନ ଧରି ସଂଘର୍ଷ, ଅଶାନ୍ତି ଏବଂ ନିରନ୍ତର ଆତଙ୍କବାଦକୁ ସାମ୍‌ନା କରି କରି ଥକିଗଲେଣି । ତେଣୁ ସେମାନେ ଶାନ୍ତି ଖୋଜୁଛନ୍ତି, ହେଲେ ପାଇପାରୁନାହାନ୍ତି। ପାକିସ୍ତାନରେ ନିରୀହମାନଙ୍କୁ ହତ୍ୟା କରାଯାଏ, ଭୟରେ କେହି ଏହାର ସ୍ବର ଉତ୍ତୋଳନ କରନ୍ତି ନାହିଁ। ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ବି ଭାରତ ଶାନ୍ତି କଥା କହିଛି ତାହାର ଜବାବରେ ପାକିସ୍ତାନ ବିଶ୍ବାସଘାତକତା ଓ ଶତ୍ରୁତା ଦେଇଥାଏ । ଓସାମା ବିନ୍ ଲାଡେନ ପାକିସ୍ତାନରେ ଆଶ୍ରୟ ନେଇଥିଲା, ଆତଙ୍କବାଦ ପାକିସ୍ତାନର ମୂଳରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇ ଦେଇଛନ୍ତି। ପାକିସ୍ତାନ ଏପରି କରି ଭାରତକୁ ବିବ୍ରତ କରିପାରିବ ନାହିଁ। ଆମେ ପ୍ରତିଟି ଲୁହ ଆଉ ଲହୁ ବିନ୍ଦୁର ହିସାବ ଗଣି ଗଣି ନେବୁ ବୋଲି ମୋଦି କହିଛନ୍ତି।

 

ପାକ୍‌ ସେନାର ଜିଦ୍ ଓ ଅହଂକାର ଯୋଗୁଁ ୨୧୪ ପଣବନ୍ଦୀଙ୍କୁ ହତ୍ୟା

ପାକିସ୍ତାନ ନିଜର ଜିଦ୍ ଓ ସାମରିକ ଅହଂକାର ଦେଖାଇ କେବଳ ଗମ୍ଭୀର ଆଲୋଚନାକୁ ଖାଲି ଏଡ଼ାଇ ନ ଥିଲା, ବରଂ ବାସ୍ତବତା ପ୍ରତି ଆଖି ବୁଜି ଦେଇଥିଲା। ଏହି ଜିଦ୍ ଯୋଗୁଁ ସମସ୍ତ ୨୧୪ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଛି ବୋଲି ବିଏଲ୍‌ଏ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନ ସେନା ଓ ସରକାରଙ୍କ ଘୋଷଣାର ବିପରୀତ ବଲୋଚ୍ ବିଦ୍ରୋହୀ ସଂଗଠନ ବଲୋଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଦାବି କରିଛି ଯେ, ସେମାନେ ବନ୍ଧକ ଥିବା ୨୧୪ ପାକ୍ ସୈନିକଙ୍କୁ ହତ୍ୟା କରିଛନ୍ତି । ଏହାକୁ ସାରା ବିଶ୍ବ ନିନ୍ଦା କରୁଛି। ଏହା ପାକିସ୍ତାନର ପୁରୁଣା ଖୋଇ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି। ତେବେ ବିଦ୍ରୋହୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସେମାନେ ସର୍ବଦା ଅନ୍ତର୍ଜାତୀୟ ଆଇନ ଅନୁଯାୟୀ କାର୍ଯ୍ୟ କରିଛନ୍ତି, କିନ୍ତୁ ପାକିସ୍ତାନର ଜିଦ୍ ସେମାନଙ୍କୁ ଅନ୍ୟ କିଛି କରିବାକୁ ବାଧ୍ୟ କରିଛି। ପାକିସ୍ତାନ ନିଜ କର୍ମଚାରୀଙ୍କୁ ବଞ୍ଚାଇବା ପରିବର୍ତ୍ତେ ସେମାନଙ୍କୁ ଯୁଦ୍ଧ ପାଇଁ ଉସୁକାଉଛି। ଫଳରେ ନିରୀହ ଯବାନଙ୍କ ଜୀବନ ଅକାଳରେ ଝଡିଗଲା।

ଅଧିକ ପଢ଼ନ୍ତୁ: ସ୍ୱାଧୀନତା ପରେ କେମିତି ହୋଇଥିଲା ସେନା ବିଭାଜନ ? ଭାରତକୁ ମିଳିଲା କେତେ ସୈନିକ, କେତେ ଯାଇଥିଲେ ପାକିସ୍ତାନକୁ

ସୁଧୁରୁନି ପାକିସ୍ତାନ : ୪୮ ଘଣ୍ଟାରେ ୫୭ ଥର ଆକ୍ରମଣ

ପାକିସ୍ତାନ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଭୟଙ୍କର ରୂପ ଧାରଣ କଲାଣି। ବିଦ୍ରୋହୀ ବେଲୁଚି ଲିବରେସନ ଆର୍ମି ଯେମିତି ସବୁ କିଛି ଧ୍ବଂସ ନ କରିବା ପର୍ଯ୍ୟନ୍ତ ଛାଡ଼ିବନି। ଦୁଇ ଦିନରେ ଅର୍ଥାତ ୪୮ ଘଣ୍ଟାରେ ୫୭ ଥର ସାଂଘାତିକ ଆକ୍ରମଣ କରିଛି ବିଏଲଏ । ଫଳରେ ଏବେ ସ୍ନାଇପର ସଟ୍, ଗ୍ରେନେଡ୍ ଆଟାକ୍, ଆଇଇଡି ବ୍ଲାଷ୍ଟ ଜରିଆରେ ବିଦ୍ରୋହୀ ଗୋଷ୍ଠୀ ପାକିସ୍ତାନ ସରକାର ଟେନସନ ବଢ଼ାଇ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଆକ୍ରମଣରେ ୯୦ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି ବୋଲି ବେଲୁଚି ଲିବରେସନ ଆର୍ମି ଦାବି କରିଛି । ଆତଙ୍କବାଦୀ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ହେଲିକପ୍ଟର ଓ ଡ୍ରୋନ୍ ମୁତୟନ କରାଯାଇଛି । ସବୁଆଡ଼େ କଡ଼ା ସୁରକ୍ଷା ଛାଉଣୀ କରାଯାଇଥିଲେ ମଧ୍ୟ ଆକ୍ରମଣ ହେଉଛି। ପାକିସ୍ତାନରେ ଟ୍ରେନ ଅପହରଣ କରିଥିବା ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ସମସ୍ତ ବିଦ୍ରୋହୀଙ୍କୁ ପାକ୍ ସୁରକ୍ଷାକର୍ମୀ ନିପାତ କରିଛନ୍ତି। ଫଳରେ ବିଏଲଏ ଏବେ ରାଗରେ ଜରଜର। ଏହି ଅପହରଣ ଘଟଣାରେ ବିଏଲଏ ବିଦ୍ରୋହୀ ବହୁ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। କାରଣ ଅପହରଣ କରାଯାଇଥିବା ଟ୍ରେନରେ ୪୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୧୫୦ ଯାତ୍ରୀଙ୍କ ପତ୍ତା ମିଳିପାରି ନାହିଁ। ସେମାନଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି। ଅନ୍ୟପକ୍ଷରେ ପାକ୍‌ ସେନା ପକ୍ଷରୁ ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରାଯାଇ ବନ୍ଧକଙ୍କୁ ମୁକ୍ତ କରିବାକୁ ଉଦ୍ୟମ ହୋଇଥିଲା। ତେବେ ସମସ୍ତ ବିଦ୍ରୋହୀଙ୍କୁ ନିପାତ କରାଯାଇଥିବା ପାକିସ୍ତାନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଯଦି ପାକିସ୍ତାନ ଶାନ୍ତି ଚାହୁଁଛି, ଯୁଦ୍ଧ ଠାରୁ ଦୂରେଇ ଶାନ୍ତିର ସମାଧାନର ପନ୍ଥା ଆପଣାଉ। ଏହା ହିଁ ବିଶ୍ବର ମଙ୍ଗଳ ହେବା ସହିତ ପାକିସ୍ତାନ ବି ଶାନ୍ତିରେ ରହିବ।


ନାଟ କରୁଛି ପାକିସ୍ତାନ, ବିଶ୍ବବାସୀଙ୍କୁ ଜଣା ଦୋମୁହାଁ ନୀତି

ବେଲୁଚିସ୍ତାନରେ ନିରୀହ ଲୋକଙ୍କୁ ମାରିବା ସହ ମହିଳାଙ୍କୁ ପାକିସ୍ତାନ ସେନା ପକ୍ଷରୁ ନାନା ପ୍ରକାର ଅକଥନୀୟ ନିର୍ଯାତନା ଦିଆଯାଉଛି । ଫଳରେ ପାକିସ୍ତାନରୁ ଅଲଗା ହେବା ପାଇଁ ବେଲୁଚିସ୍ତାନବାସୀ ଏବେ ଦୃଢ଼ ଭାବେ ଅଣ୍ଟା ଭିଡ଼ିଛନ୍ତି। ପାକିସ୍ତାନ ସେନାର ଅଧିକାରୀ ଏବଂ ଯବାନ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନକୁ ବେଲୁଚିସ୍ତାନ ଲିବରେସନ୍‌ ଆର୍ମି ନାମକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅପରହରଣ କରାଯାଇଥିଲା । ଏହି ଘଟଣାରେ ପାକିସ୍ତାନ ଭାରତକୁ ଦୋଷ ଦେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ଜେନେରାଲ ସରିଫ ଚୌଧୁରୀ ଏକ ସାକ୍ଷାତକାରରେ ଭାରତକୁ ଖୋଲାଖୋଲି ଦୋଷ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଜାଣିଶୁଣି ପାକିସ୍ତାନକୁ ବଦନାମ କରୁଛି। ଭାରତ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନର ଏହି ଦାବି ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ। ଭାରତ କେବେ କାହାର କ୍ଷତି ଚିନ୍ତା କରେନି। ପାକିସ୍ତାନ ସାରା ବିଶ୍ବରେ ଅସ୍ଥିରତା ସୃଷ୍ଟି କରିବାକୁ ଏଭଳି ଚାଲ ଖେଳୁଛି। ପାକିସ୍ତାନର ଦୋମୁହାଁ ନୀତି ବିଷୟରେ ସାରା ବିଶ୍ବ ଜାଣିଛି।

ଅଧିକ  ପଢ଼ନ୍ତୁ : ବନ୍ଦୀ ଅଦଳ ବଦଳ ପାଇଁ ରାଜି ହେଲାନି ପାକିସ୍ତାନ, ୨୧୪ ପଣବନ୍ଦୀଙ୍କୁ ହତ୍ୟା କଲା BLA