Advertisment

Pakistan: ୨ ମାସରେ ୧୨୭ କୋଟି ଟଙ୍କାର କ୍ଷତି ସହିଲାଣି ପାକିସ୍ତାନ

ସିନ୍ଧୁ ଚୁକ୍ତି ବାତିଲ ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ କରିବା ପରେ ପ୍ରତିଦିନ ୧୫୦ ବିମାନ ପ୍ରଭାବିତ ହେଉଛି। ଦୁଇ ମାସରେ ୧୨୭ କୋଟି ଟଙ୍କାର କ୍ଷତି ସହିଲାଣି ପାକିସ୍ତାନ।

author-image
Chinmayee Sahoo
Pakistan

Pakistan

ପାକିସ୍ତାନ ନିଜ ଆକାଶ ମାର୍ଗକୁ ଭାରତ ପାଇଁ ବନ୍ଦ କରିବା ପରେ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ ପ୍ରାୟ ୧୨୭ କୋଟି ଟଙ୍କାର କ୍ଷତି ସହିଛି। ପାକିସ୍ତାନର ଡନ୍ ରିପୋର୍ଟ ଅନୁସାରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଜାତୀୟ ସଭାକୁ ସୂଚନା ଦେଇଛି ଯେ, ଏପ୍ରିଲ ୨୪ ରୁ ଜୁନ ୩୦ ପର୍ଯ୍ୟନ୍ତ ରାଜସ୍ୱରୁ ଏହି କ୍ଷତି ହୋଇଛି।

Advertisment

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ପରିମାଣ “ଆୟର ଅଭାବ”କୁ ପ୍ରତିଫଳିତ କରୁଛି, ମୋଟ ଆର୍ଥିକ କ୍ଷତି ନୁହେଁ, ଏବଂ ଓଭରଫ୍ଲାଇଟ ଏବଂ ଏରୋନଟିକାଲ ଚାର୍ଜ ସମାନ ରହିଛି।”

ପାକିସ୍ତାନ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି ଏପ୍ରିଲ ୨୪ରେ ସମସ୍ତ ଭାରତୀୟ ବିମାନ ସଂସ୍ଥା ପାଇଁ ନିଜ ଆକାଶ ମାର୍ଗ ବନ୍ଦ କରିଦେଇଛି। ଇସଲାମାବାଦ କହିଥିଲା ଯେ, ଚୁକ୍ତିନାମା ଅଧୀନରେ ଜଳର ପ୍ରବାହ ବନ୍ଦ କିମ୍ବା ଡାଇଭର୍ଟ କରାଯାଏ ତାହା “ଯୁଦ୍ଧର କାର୍ଯ୍ୟ” ଭାବେ ବିବେଚିତ ହେବ। ପାକିସ୍ତାନ ଏହା ପରେ କୌଣସି ଭାରତୀୟ ବିମାନକୁ ନିଜ ଆକାଶ ମାର୍ଗ ବ୍ୟବହାର କରିବାକୁ ଅନୁମତି ଦେଇନାହିଁ, ଯାହା ଫଳରେ ଏହାର ଟ୍ରାନ୍ଜିଟ ଟ୍ରାଫିକ ୨୦% ହ୍ରାସ ପାଇଛି ବୋଲି ଡନ୍ ରିପୋର୍ଟ କରିଛି।

Advertisment

ଏହି ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ, ୨୦୧୯ରେ ଏହିଭଳି ଆକାଶ ମାର୍ଗ ବନ୍ଦ ହେବା ଫଳରେ ୨୩୫ କୋଟି ଟଙ୍କାର କ୍ଷତି ହୋଇଥିଲା। ଫେବୃଆରୀ ୨୦୧୯ରେ ଭାରତୀୟ ବାୟୁସେନା ବାଲାକୋଟରେ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ଭାରତ ପାଇଁ ଆକାଶ ମାର୍ଗ ବନ୍ଦ କରିଦେଇଥିଲା।

ପହଲଗାମ୍ ହମଲା ରେ ଭାରତ ଓ ପାକିସ୍ତାନ ଉଭୟେ ପରସ୍ପରଙ୍କ ପାଇଁ ଆକାଶ ମାର୍ଗ ବନ୍ଦ ରଖିଛନ୍ତି। ନୂଆଦିଲ୍ଲୀ ଅଗଷ୍ଟ ୨୩ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ଆକାଶ ମାର୍ଗ ବନ୍ଦ କରିଥିବା ବେଳେ, ପାକିସ୍ତାନ ଚଳିତ ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଆକାଶମାର୍ଗ ବନ୍ଦ ରଖିଛି।

ଅଧିକ ପଢନ୍ତୁ: ଭାରତ ସହ ପ୍ରତିଯୋଗିତା; ଚନ୍ଦ୍ରକୁ ଯିବାର ସ୍ବପ୍ନ ଦେଖୁଛି ଋଣଗ୍ରସ୍ତ ପାକିସ୍ତାନ

India Pakistan
Advertisment
Advertisment