Advertisment

Indo-Pak Airspace Tensions: ପାକିସ୍ତାନ ସେନାକୁ ଏୟାର ଷ୍ଟ୍ରାଇକ୍‌ ଭୟ ! LOCରେ ଲଗାଇଲା ଜାମର

ପାକିସ୍ତାନ ତା’ର ଏୟାରସ୍ପେସ ବନ୍ଦ କରିବା ପରେ, ଭାରତୀୟ ଲଢ଼ୁଆ ବିମାନଗୁଡ଼ିକ ଯେପରି ପାକିସ୍ତାନ ଏୟାରସ୍ପେସରେ ପ୍ରବେଶ କରିପାରିବେ ନାହିଁ, ସେଥିପାଇଁ ପାକିସ୍ତାନ ଜାମର ଲଗାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପାକିସ୍ତାନକୁ ଏୟାର ଷ୍ଟ୍ରାଇକ୍‌  ଭୟ !

ପାକିସ୍ତାନକୁ ଏୟାର ଷ୍ଟ୍ରାଇକ୍‌ ଭୟ !

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ, ପାକିସ୍ତାନ ଭାରତୀୟ ବିମାନ ପାଇଁ ତା’ର ଆକାଶ ସୀମା ବନ୍ଦ କରିଦେଇଥିଲା। ଏବେ ଭାରତ ମଧ୍ୟ ପ୍ରତିବଦଳରେ ପାକିସ୍ତାନୀ ବିମାନ ପାଇଁ ତା’ର ଆକାଶ ସୀମା ବନ୍ଦ କରିଦେଇଛି । ଏହି ସମୟରେ ପାକିସ୍ତାନ ଆଉ ଏକ ବଡ଼ ପଦକ୍ଷେପ ନେଇଛି।

Advertisment

ଅଧିକ ପଢ଼ନ୍ତୁ: ଡରି ଡରି ବଞ୍ଚୁଛି ପାକିସ୍ତାନ, ISI ଚିଫଙ୍କୁ NSA ଦାୟିତ୍ବ ଦେଲେ ପାକ୍ ପ୍ରଧାନମନ୍ତ୍ରୀ

ପାକିସ୍ତାନ ତା’ର ଏୟାରସ୍ପେସ ବନ୍ଦ କରିବା ପରେ, ଭାରତୀୟ ଲଢ଼ୁଆ ବିମାନଗୁଡ଼ିକ ଯେପରି ପାକିସ୍ତାନ ଏୟାରସ୍ପେସରେ ପ୍ରବେଶ କରିପାରିବେ ନାହିଁ, ସେଥିପାଇଁ ପାକିସ୍ତାନ ଜାମର ଲଗାଇଛି । ଏହା ସହ ନିୟନ୍ତ୍ରଣ ରେଖା (LoC) ରେ ଗୁଳିବିନିମୟ ମଧ୍ୟରେ ପାକିସ୍ତାନ ଚୀନ୍ ନିର୍ମିତ ବିମାନ ପ୍ରତିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀର ମୁତୟନ ବୃଦ୍ଧି କରିଛି ।

Advertisment

ଭାରତ ଆକାଶରେ ଉଡ଼ି ପାରିପାରିବନି ପାକ୍ ବିମାନ। ପାକିସ୍ତାନ ପାଇଁ ସମସ୍ତ ଏୟାରସ୍ପେଶ୍ ବନ୍ଦ କଲା ଭାରତ। ମେ’ ୨୩ ତାରିଖ ଯାଏଁ ପାକ୍ ପାଇଁ ଏୟାରସ୍ପେସ୍ ବନ୍ଦ କରିଛି ଇଣ୍ଡିଆ । ପାକିସ୍ତାନରେ ପଞ୍ଜୀକୃତ ଏବଂ ପାକ୍ ପରିଚାଳିତ ବିମାନ ପାଇଁ କଟକଣା ଜାରି କରାଯାଇଛି । ଭାରତ ଏ ସମ୍ପର୍କରେ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ୍) ଜାରି କରିଛି, ଯାହା ଅନୁଯାୟୀ ପାକିସ୍ତାନୀ ବିମାନଗୁଡ଼ିକୁ ମେ’ ୨୩ ପର୍ଯ୍ୟନ୍ତ ଭାରତୀୟ ବାୟୁସୀମାରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।

ସେପଟେ ପହଲଗାମ୍‌ ଆକ୍ରମଣ ପରଠୁ LOCରେ ଜାରି ରହିଛି ଗୁଳି ବିନମୟ । ବିଗତ ୭ ଦିନ ହେଲାଣି LOCରେ ଜାରି ରହିଛି ଗୁଳି ବିନିମୟ । ବାରମ୍ବାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରୁଛି ପାକିସ୍ତାନ । ଆଜି ପୁଣି ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ପାକିସ୍ତାନକୁ ପାଲଟା ଗୁଳିମାଡ଼ କଲେ ଭାରତୀୟ ସେନା । କୁପୱାରା, ଉରୀ, ଅଖନୁରରେ ଗୁଳି ବିନିମୟ ଜାରି ରହିଥିବା ସୂଚଳନା ମିଳିଛି ।

ଅଧିକ ପଢ଼ନ୍ତୁ: ପହଲଗାମ ହମଲା ଆଗରୁ ରେକି କରିଥିଲେ ଆତଙ୍କୀ, ବୈସରନ୍‌ ଘାଟି ସହ ୩ଟି ସ୍ଥାନ ଥିଲା ଟାର୍ଗେଟରେ

Pakistan Indian Air Space Pahalgam Terrorist Attack
Advertisment
Advertisment