/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705553934.jpg)
Pak's Retaliatory Strikes In Iran
୨୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଲା ପାକିସ୍ତାନ। ଇରାନ ଏୟାରଷ୍ଟ୍ରାଇକର ପାଲଟା ଜବାବ ଦେଲା ପାକିସ୍ତାନ। ଇରାନ-ପାକ୍ ସୀମାରେ ଏୟାରଷ୍ଟ୍ରାଇକ ସହ ଡ୍ରୋନ୍ ଆକ୍ରମଣ କରିଛି ପାକିସ୍ତାନ । ଇରାନ ମଙ୍ଗଳବାର ପାକିସ୍ତାନର ଜୈଶ ଅଲ-ଅଦଲ ଗୋଷ୍ଠୀର ମୁଖ୍ୟାଳୟ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଇରାନ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଶୋଧ ନେଇଛି ପାକିସ୍ତାନ। ଇରାନରେ ଥିବା ଆତଙ୍କୀ ଠିକଣା ଉପରେ ପାକିସ୍ତାନ ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ଏନେଇ ପାକିସ୍ତାନ କିମ୍ବା ଇରାନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।
ସୂଚନା ଅନୁସାରେ ମଙ୍ଗଳବାର ରାତିରେ ପାକିସ୍ତାନ ବାଲୁଚିସ୍ତାନର ଜୈଶ ଅଲ ଅଦଲ ଗୋଷ୍ଠୀ ମୁଖ୍ୟାଳୟ ଉପରେ ଏୟାରଷ୍ଟ୍ରାଇକ ସହ ଡ୍ରୋନ ଆକ୍ରମଣ କରିଥିଲା ଇରାନ। ଏହି ଆକ୍ରମଣରେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ‘ପାକିସ୍ତାନର ସାର୍ବଭୌମତ୍ୱ ଉଲ୍ଲଂଘନ କରି ଇରାନ କରିଥିବା ଆକ୍ରମଣକୁ ଆମେ ତୀବ୍ର ବିରୋଧ କରୁଛୁ ଏବଂ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ଏହା ସହ ଇରାନରେ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ପାକିସ୍ତାନ ଫେରାଇ ଆଣିଥିଲା ଏବଂ ଇସଲାମାବାଦରେ ଥିବା ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା ପାକ୍।
ଅନ୍ୟପକ୍ଷରେ ଇରାନ ଓ ପାକିସ୍ତାନ ମଧ୍ୟରେ ବୁଝାମଣା ପାଇଁ ଏବେ ଚୀନ୍ ପ୍ରୟାସ ଆରମ୍ଭ କରିଛି। ଉଭୟ ରାଷ୍ଟ୍ରକୁ ନିଜର ଘନିଷ୍ଠ ସହଯୋଗୀ ଦର୍ଶାଇ ଚୀନ୍ କହିଛି ଯେ ଦୁଇ ମୁସ୍ଲମାନ ରାଷ୍ଟ୍ର ସେମାନଙ୍କ ମଧ୍ୟରେ ମତଭେଦ ଭୁଲି କାମ କରିବା ଜରୁରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)