ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ପାକିସ୍ତାନ ଲୋକମାନେ ନିଜ ସରକାରକୁ ସୋସିଆଲ ମିଡିଆରେ ଟ୍ରୋଲ୍ କରିବାରେ ଲାଗିଛନ୍ତି । ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାରେ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦ ଘଟୁଥିବାର ଅଭିଯୋଗ କରିଛି ଭାରତ । ଏହି ଅଭିଯୋଗରୁ ମୁକୁଳିବା ପାଇଁ ପାକିସ୍ତାନ ଯତପରୋନାସ୍ତି ଉଦ୍ୟମ କରୁଛି ।
ହେଲେ ଏହାଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି ପାକିସ୍ତାନର କିଛି ସୋସିଆଲ୍ ମିଡିଆ ୟୁଜର୍ । ଦେଶ ଭିତରେ ଏମାନେ ଶେହବାଜ ଶରିଫ୍ ସରକାର ପାଇଁ ଚାଲେଞ୍ଜ ତିଆରି କରିଛନ୍ତି । ସେମାନଙ୍କ ହତାଶା ସୋସିଆଲ୍ ମିଡିଆରେ ପ୍ରକାଶ କରୁଛନ୍ତି । ନିଜ ସରକାରକୁ ଟ୍ରୋଲ୍ କରୁଛନ୍ତି ।
Also Read
ପହଲଗାମ୍ ଆକ୍ରମଣ ଘଟଣାରେ ପାକିସ୍ତାନ ଲୋକମାନେ ନିଜ ସରକାରକୁ ସୋସିଆଲ୍ ମିଡିଆରେ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି । ଏହି ନରସଂହାର ଘଟଣା ପାଇଁ କିଏ ଦାୟୀ ? ଏମାନେ ମିମ୍ କରୁଛନ୍ତି ଓ ସରକାରକୁ ତାଚ୍ଛଲ୍ୟ କରି କମେଣ୍ଟ ଦେଉଛନ୍ତି । ପାକିସ୍ତାନ ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ ପାଇଁ ଏମାନେ ପାକିସ୍ତାନ ସରକାର ବିରୋଧରେ ବିଷୋଦଗାର କରୁଛନ୍ତି । ପାକିସ୍ତାନ ସରକାର ଲୋକଙ୍କୁ ସାଧାରଣ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି ।
ଅଧିକ ପଢ଼ନ୍ତୁ: ଆରମ୍ଭ ହୋଇନି ପ୍ରହାର, ବାଉଳି ଖାଉଛି ପାକିସ୍ତାନ....
ନିଜର ‘X’ ହାଣ୍ଡଲରେ ଜଣେ ପାକିସ୍ତାନୀ ଲେଖିଛନ୍ତି, ଯଦି ଭାରତ ଯୁଦ୍ଧ କରିବାକୁ ଚାହୁଁଛି, ତେବେ ୯ଟା ପୂର୍ବରୁ ଶେଷ କରିଦେଉ । କାରଣ ତା ପରେ ଗ୍ୟାସ ସପ୍ଲାଏ ବନ୍ଦ ହୋଇଯିବ । ପୁଣି ଜଣେ ପ୍ରଶ୍ନ କରିଛନ୍ତି, ଆମର (ପାକିସ୍ତାନ ) ଆର୍ଥିକ ଅବସ୍ଥା ଯାହା, ଆମେ କଣ ଭାରତ ସହ ଲଢ଼ିପାରିବା ? ଭାରତ ଏକ ଗରିବ ଦେଶ ସହ ଲଢ଼ୁଛି ବୋଲି ଜାଣିବା ଦରକାର ।
ଜଣେ ପାକିସ୍ତାନୀ ସୋସିଆଲ୍ ମିଡିଆ ୟୁଜର ଲେଖିଛନ୍ତି, ଆମେ ଦାରିଦ୍ର୍ୟ ଅବସ୍ଥାରେ ଅଛୁ, ଭାରତ ଆମ ଉପରେ ବୋମା ପକାଇଦେବ ? ଏହାର ଉତ୍ତରରେ ଜଣେ କହିଛନ୍ତି, ଭାରତୀୟମାନେ ଏତେ ବୋକା ନୁହଁନ୍ତି । ବୋମା ମାଡ଼ ଠାରୁ ଆହୁରି ଖରାପ ଅବସ୍ଥାରେ ଆମେ ଅଛୁ । ଏ ଅବସ୍ଥାର କେବେ ଅନ୍ତ ଘଟିବ, ଭାଇ ?
କେବଳ ଏତିକି ନୁହେଁ ପାକିସ୍ତାନ ବାୟୁସେନାକୁ ନେଇ ଏକ ମିମ୍ ଟ୍ରୋଲ୍ ହେଉଛି । ଜଣେ ପାକିସ୍ତାନ ଲୋକ ମୋଟର ସାଇକେଲରେ ଯାଉଛି, କିନ୍ତୁ ପେପରବୋଟରେ ଫାଇଟର୍ ଜେଟ୍ ଭଳି ପ୍ରତିକୃତି ତିଆରି ହୋଇଛି ।
ସିନ୍ଧୁ ଜଳ ଚୁକ୍ତିକୁ ଭାରତ ବାତିଲ୍ କରିବା ପରେ ଜଣେ ସୋସିଆଲ୍ ମିଡିଆ ୟୁଜର୍ ଲେଖିଛନ୍ତି, ଆମର ଜଳ ସଙ୍କଟ ଅଛି । ପୁଣି ପାଣି ବନ୍ଦ କରି ଆମକୁ ମାରିବ ନା କଣ ? ଆମ ସରକାର ଆମକୁ ମାରୁଛି । ଯଦି ତୁମେ ଲାହୋରକୁ ନେଇଯିବ, ଅଧ ଘଣ୍ଟାଏ ମଧ୍ୟରେ ଫେରାଇଦେବ ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ଜଣେ ପାକିସ୍ତାନୀ ୟୁଜର୍ । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।