Advertisment

Israel-Iran War: ଘନେଇଲା ଇସ୍ରାଏଲ-ଇରାନ ଯୁଦ୍ଧ ସଙ୍କଟ, ବିଶ୍ବ ତୈଳ ବଜାରରେ ଚହଳ

ଇରାନ ଉପରେ ଘନ ଘନ ଆଟାକ୍ କରୁଛି ଇସ୍ରାଏଲୀ ସେନା। ୬ଟି ଏୟାର ବେସ୍ ଉପରେ ମିସାଇଲ ମାଡ଼ କରି ଧ୍ବଂସ କରିଦେଇଛି ଶକ୍ତିଶାଳୀ ଯୁଦ୍ଧ ବିମାନ। ଏହାର କଡ଼ା ଜବାବ ଦେଇ ଇସ୍ରାଏଲ ଉପରେ ବି ଏୟାର ଷ୍ଟ୍ରାଇକ କରିଛି ଇରାନ।

author-image
Saroj Kumar Jena
undefined

iran

ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ସ୍ଥିତି ସଙ୍ଗୀନ। ଇରାନ ଉପରେ ଘନ ଘନ ଆଟାକ୍ କରୁଛି ଇସ୍ରାଏଲୀ ସେନା। ୬ଟି ଏୟାର ବେସ୍ ଉପରେ ମିସାଇଲ ମାଡ଼ କରି ଧ୍ବଂସ କରିଦେଇଛି ଶକ୍ତିଶାଳୀ ଯୁଦ୍ଧ ବିମାନ। ଏହାର କଡ଼ା ଜବାବ ଦେଇ ଇସ୍ରାଏଲ ଉପରେ ବି ଏୟାର ଷ୍ଟ୍ରାଇକ କରିଛି ଇରାନ। ତେହରାନ୍ ଉପରେ ଆମେରିକାର ଆଟାକକୁ ନିନ୍ଦା କରିବା ସହ ନେଇଛି କଠୋର ପଦକ୍ଷେପ। ବିଶ୍ବର ସବୁଠୁ ବଡ଼ ପେଟ୍ରୋଲିୟମ୍ ରୁଟ୍ 'ଷ୍ଟ୍ରେଟ୍ ଅଫ୍ ହରମୁଜ' ବନ୍ଦ କରିବାକୁ ନେଇଛି ନିଷ୍ପତ୍ତି। ଇରାନର ଏହି ପଦକ୍ଷେପ ପରେ ବିଶ୍ୱ ତୈଳ ବଜାରରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଅଧିକ ପଢନ୍ତୁ: ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ବଡ଼ ଆକ୍ରମଣ, ହେବ କି ତୃତୀୟ ବିଶ୍ୱ ଯୁଦ୍ଧ?

ମାଟିରେ ମିଶିଲା F-14 ଫାଇଟର ଜେଟ୍। ଧ୍ବଂସ ବିଧ୍ବଂସ ହେଲା ସୁପରସୋନିକ ଫାଇଟର ଜେଟ୍ F-5। ବିସ୍ଫୋରଣରେ ଛାରଖାର AH-1 କୋବ୍ରା ହେଲିକପ୍ଟର। ଇରାନ ଉପରେ ଇସ୍ରାଏଲର ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍। ଟାର୍ଗେଟରେ ଇରାନର ପୂର୍ବ, ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଥିବା ବିଭିନ୍ନ ବାୟୁ ସେନା ଶିବିର। ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ଯୁଦ୍ଧ ବିମାନକୁ ଟାର୍ଗେଟ୍ କରି ଧ୍ବଂସ କରିଛି IDF। ୬ଟି ଏୟାରବେସ ଉପରେ ହମଲା କରିଥିବା ନେଇ ସାଟେଲାଇଟ୍ ଭିଡିଓ ଜାରି କରି ଦେଇଛି ପ୍ରମାଣ। ମିସାଇଲ ମାଡରେ ରନୱେ, ଅଣ୍ଡର ଗ୍ରାଉଣ୍ଡ ହ୍ୟାଙ୍ଗର୍ସ, ରିଫୁଏଲିଂ ଏୟାରକ୍ରାଫ୍ଟ ଏବଂ ଫାଇଟର ଜେଟ୍ ସମ୍ପୂର୍ଣ୍ଣ ଧ୍ବଂସ ପାଇଯାଇଛି। ତେହରାନର ଏକ ଜେଲ୍ ଉପରେ ବି ହୋଇଛି ଆଟାକ୍।... ସେପଟେ ଇସ୍ରାଏଲ ଏୟାର ଷ୍ଟ୍ରାଇକର କଡ଼ା ଜବାବ ଦେଇଛି ଇରାନ୍। ରାଜଧାନୀ ଜେରୁଜେଲମ ସମେତ ବିଭିନ୍ନ ସ୍ଥାନରେ କରିଛି ଘନ ଘନ ମିସାଇଲ୍ ମାଡ଼। ଏହାପରେ ବିଭିନ୍ନ ସହରରେ ବିଜୁଳି ସରବରାହ ବନ୍ଦ ରହିଛି। ଦୀର୍ଘ ସମୟ ଧରି ସାଇରନ୍ ବାଜୁଥିବା ବେଳେ ଇସ୍ରାଏଲ ବାସିନ୍ଦା ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି।

Advertisment

ସେପଟେ ଇରାନ ଉପରେ ଆକ୍ରମଣକୁ ନିନ୍ଦା କରି ଏହା ଇସ୍ରାଏଲର ବିନାକାରଣରେ ହିଂସା ବୋଲି ଦର୍ଶାଇଛି ଋଷ। ମସ୍କୋରେ ଇରାନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ପୁଟିନ କହିଛନ୍ତି, ଏଭଳି ଯୁଦ୍ଧ ପରିସ୍ଥିତିରେ ଇରାନ ବାସୀଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇବାକୁ ଋଷ ପ୍ରସ୍ତୁତ। ଇରାନ ଉପରେ ଆମେରିକାର ଆକ୍ରମଣକୁ ବି କଡ଼ା ନିନ୍ଦା କରିଛନ୍ତି ପୁଟିନ୍।

ଆମେରିକାର ଆକ୍ରମଣ ପରେ କଠୋର ପଦକ୍ଷେପ ନେଇଛି ଇରାନ୍। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ଇରାନ ସଂସଦ ମଞ୍ଜୁରୀ ଦେଇଛି। ଏହି ନିଷ୍ପତ୍ତି ପରେ, ବିଶ୍ବ ବଜାରରେ ତୈଳମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ହରମୁଜ୍ ପ୍ରଣାଳୀ ପରସିଆନ ଗଲ୍ଫକୁ ଆରବ ସାଗର ଏବଂ ଭାରତ ମହାସାଗରକୁ ସଂଯୋଗ କରେ। ଏହା ବିଶ୍ୱର ସବୁଠାରୁ ବ୍ୟସ୍ତ ଏବଂ ସମ୍ବେଦନଶୀଳ ତୈଳ ମାର୍ଗ ମଧ୍ୟରୁ ଗୋଟିଏ। ସାଉଦି ଆରବ, କୁଏତ, ଇରାକ, ୟୁଏଇ ଏବଂ କତାର ଭଳି ଦେଶଗୁଡ଼ିକର ଅଧିକାଂଶ ତେଲ ରପ୍ତାନି ଏହି ମାର୍ଗ ଦେଇ ହୋଇଥାଏ। ବିଶ୍ବର ୨୦% ତୈଳ ଏବଂ ୨୫% ଗ୍ୟାସ୍ ଏହି ରୁଟ୍ ଦେଇ ପହଞ୍ଚିଥାଏ। ତେଣୁ ଏହା ଯଦି ବନ୍ଦ ହୋଇଯାଏ ତାହେଲେ ବିଶ୍ବ ସହ ଭାରତ ଉପରେ ବି ପଡିପାରେ ବଡ଼ ପ୍ରଭାବ। କାରଣ, ଭାରତକୁ ପ୍ରାୟ ୪୦% ତୈଳ ‘ହରମୁଜ୍’ ପ୍ରଣାଳୀ ଦେଇ ଆସିଥାଏ। ଏହା ବନ୍ଦ ହେଲେ ଭାରତର ଏୟାର୍ ଲାଇନ୍ସ, ପରିବହନ ଶିଳ୍ପ, ଗ୍ୟାସ୍ ଶିଳ୍ପ ପ୍ରଭାବିତ ହୋଇପାରେ। ଭାରତକୁ ଆଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦ ଡଲାର୍ ବୃଦ୍ଧି ପାଇପାରେ। ତେବେ ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଭାରତ ଉପରେ ବଡ଼ ପ୍ରଭାବ ପକାଇବନି ବୋଲି କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ।

ଅଧିକ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍‌ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

Indian-American Israel
Advertisment
Advertisment