Advertisment

Israel Gaza Strip Conflict: ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବୁ- ନେତନ୍ୟାହୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସମ୍ପୂର୍ଣ୍ଣ ଗାଜାକୁ ନିୟନ୍ତ୍ରଣକୁ ନେବେ ବୋଲି ସୋମବାର କହିଛନ୍ତି। କିଛିଦିନ ହେବ ଯୁଦ୍ଧରୁ ବିରତ ଥିବା ଇସ୍ରାଏଲ ପୁଣି ଥରେ ଆକ୍ରମଣକୁ ଜୋରଦାର କରିଛି। ଏହା ସହିତ ଆସନ୍ତା କିଛି ଦିନି ମଧ୍ୟ ଇସ୍ରାଏଲ ସମ୍ପୂର୍ଣ୍ଣ ଗାଜା ନିଜ ନିୟନ୍ତ୍ରଣକୁ ନେବ ବୋଲି କହିଛନ୍ତି ନେତନ୍ୟାହୁ।

gaza

gaza

Advertisment

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସମ୍ପୂର୍ଣ୍ଣ ଗାଜାକୁ ନିୟନ୍ତ୍ରଣକୁ ନେବେ ବୋଲି ସୋମବାର କହିଛନ୍ତି। କିଛିଦିନ ହେବ ଯୁଦ୍ଧରୁ ବିରତ ଥିବା ଇସ୍ରାଏଲ ପୁଣି ଥରେ ଆକ୍ରମଣକୁ ଜୋରଦାର କରିଛି। ଏହା ସହିତ ଆସନ୍ତା କିଛି ଦିନି ମଧ୍ୟ ଇସ୍ରାଏଲ ସମ୍ପୂର୍ଣ୍ଣ ଗାଜା ନିଜ ନିୟନ୍ତ୍ରଣକୁ ନେବ ବୋଲି କହିଛନ୍ତି ନେତନ୍ୟାହୁ।

Advertisment

ବିଗତ ବର୍ଷେ ହେଲାଣି ଗାଜା ପଟ୍ଟି ଯୁଦ୍ଧ ପ୍ରପୀଡିତ ଇଲାକା ରହିଛି। ଇସ୍ରାଏଲ ଯୁଦ୍ଧରୁ ସାମୟିକ ବିରତି ନେଇଥିବା ବେଳେ ପୁନର୍ବାର ଯୁଦ୍ଧ ଘୋଷଣା କରିଛି। ଗାଜା ପଟ୍ଟିକୁ ଖାଦ୍ୟ ଯୋଗାଣ କମ କରାଯାଇଥିବା ବେଳେ ଖୁବ ଶୀଘ୍ର ଏହାକୁ ଦଖଲ କରିବା ଉପରେ ନେତନ୍ୟାହୁ ଜୋର ଦେଇଛନ୍ତି। ନେତନ୍ୟାହୁଙ୍କ ଏକ ଭିଡିଓ ଟେଲିଗ୍ରାମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲ ହିଂସା ସପକ୍ଷରେ ନାହିଁ। ତେବେ ଆମକୁ ଆତଙ୍କବାଦ ବିରୋଧରେ ସଫଳ ହେବାକୁ ହେଲେ ପ୍ରଥମେ ଗାଜାକୁ ନିୟନ୍ତ୍ରଣକୁ ନେବାକୁ ପଡିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ।

ଗାଜାରେ ବର୍ତ୍ତମାନ ଲୋକମାନେ ଖାଦ୍ୟାଭାବର ଶିକାର ହେଉଛନ୍ତି। ସେମାନଙ୍କୁ ଆମେ କ୍ଷୁଧାର୍ତ୍ତ ଭାବେ ଛାଡିବା ଅନୁଚିତ ବୋଲି କହିଛନ୍ତି ନେତନ୍ୟାହୁ। ଉଲ୍ଲେଖଯୋଗ୍ୟ ଯେ, ଆତଙ୍କୀ ସଙ୍ଗଠନ ହମାସ ବିରୋଧରେ ଥିବା ଲଢେଇ କାରଣରୁ ଗାଜା ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ବିଗତ ୩ ଦିନ ମଧ୍ୟରେ ପୁନର୍ବାର ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୩ ଦିନ ମଧ୍ୟରେ ୩୦୦ରୁ ଅଧିକ ଗାଜା ବାସୀ ପ୍ରାଣ ହରାଇ ସାରିଛନ୍ତି। ଏହା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରିଥିଲେ ନେତନ୍ୟାହୁ।

Advertisment

ଟ୍ରମ୍ପ ସମ୍ପୂର୍ଣ୍ଣ ଗାଜାଷ୍ଟ୍ରିପକୁ ଲିବ୍ୟାକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା କହିଥିଲେ। ଆମେରିକାର ଏହି ପଦକ୍ଷେପକୁ ସେ ସମର୍ଥନ କରୁଥିବା କହିଛନ୍ତି ନେତନ୍ୟାହୁ। ଆମେରିକା ଅଧିଗ୍ରହଣ କରିବା ପୂର୍ବରୁ ଆମେ ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାକୁ ଚାହୁଁଛୁ ବୋଲି କହିଛନ୍ତି ନେତନ୍ୟାହୁ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର୭, ୨୦୨୩ରେ ନୋଭା ମ୍ୟୁଜିକ ଫେଷ୍ଟିଭାଲ ଉପରେ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ। ୪୦ରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ହତ୍ୟା କରିବା ସହ ମହିଳାଙ୍କୁ ହତ୍ୟା କରିବା ପରେ ନଗ୍ନ ପ୍ୟାରେଡ କରାଇଥିଲେ। ଏହା ପରେ ଇସ୍ରାଏଲ ଆକ୍ରମଣ କରିଥିବା ବେଳେ ଯୁଦ୍ଧ ପରସ୍ଥିତି ଜାରି ରହିଛି।

Advertisment

ଅଧିକ ପଢନ୍ତୁ : ସୋଫିଆଙ୍କ ନାଁରେ ମନ୍ତବ୍ୟ ମହଙ୍ଗା ପଡ଼ିଲା

Israeli PM Benjamin Netanyahu Israel Israel-Gaza Ceasefire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ