Advertisment

ଭୂସ୍ଖଳନ ପରେ ଭାସିଗଲା ବସ୍,୬୩ ଯାତ୍ରୀ ନିଖୋଜ

ନେପାଳରେ ଭୟଙ୍କର ଭୂସ୍ଖଳନ । ଭୂସ୍ଖଳନ ପରେ ନଦୀରେ ଭାସିଗଲା ବସ୍ । ୨ଟି ବସରେ ଥିବା ୬୩ ଯାତ୍ରୀ ନିଖୋଜ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Nepal Landslid: Landslide Sweeps Away 2 Buses In Trishuli River; 63 Missing, Nepal News

Nepal: Landslide

ନେପାଳରେ ଭୂସ୍ଖଳନ ପରେ ବଡ଼ ଧରଣ ଅଘଟଣ। ଭୂସ୍ଖଳନ ଯୋଗୁଁ ଦୁଇଟି ବସ୍ ତ୍ରୀସୁଳି ନଦୀରେ ଭାସିଯାଇଛି। ବସରେ ୬୩ ଜଣ ଯାତ୍ରୀ ଥିଲେ । ଏବେ ସୁଦ୍ଧା ସେମାନଙ୍କର ପତ୍ତା ମିଳୁନି। ନେପାଳର ମଦନ ଆଶ୍ରିତ ହାଇୱେ ଅଞ୍ଚଳରେ ଏହି ଅଘଟଣ ଘଟିଛି। ଆଜି ଭୋର ସମୟରେ ଭୂସ୍ଖଳନ ହୋଇଥିବା ବେଳେ ତା’ ପୂର୍ବରୁ ୩ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ବର୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଯାତ୍ରୀଙ୍କୁ ଖୋଜି ଉଦ୍ଧାର କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପଢନ୍ତୁ ଏହି ଖବର: ଘରେ ଶୋଇଥିଲେ, ନିଆଁ ଲାଗି ଫାଟିଲା ସିଲିଣ୍ଡର..ଉଡ଼ିଗଲା ଛାତ

ସୂଚନା ଅନୁସାରେ, କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ ଏହି ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ତିନିଟା ସମୟରେ ହଠାତ୍ ଭୂସ୍ଖଳନ ହେବା ଫଳରେ ବସ୍ ଓଲଟି ତ୍ରିଶୂଳି ନଦୀରେ ପଡ଼ିଥିଲା।୨ଟି ବସ୍‌ର ଡ୍ରାଇଭରଙ୍କ ସମେତ ପାଖାପାଖି ୬୩ ଜଣ ଯାତ୍ରୀ ଥିବା କୁହାଯାଉଛି। ଏଯାଏ ବସର ମଧ୍ୟ କୌଣସି ପତ୍ତା ମିଳି ନାହିଁ। ଖବର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଳ ଚିନ୍ତା ପ୍ରକଟ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ସେପଟେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବାରୁ ଏକାଧିକ ବିମାଣ ଉଡ଼ାଣ ବାତିଲ୍ କରାଯାଇଛି। କାଠମାଣ୍ଡରୁ ଭରତପୁର ଏବଂ ଚିତୱାନକୁ ଯିବାକୁ ଥିବା ବିମାନ ବାତିଲ୍ ହୋଇଥିବା ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

Nepal Landslide
Advertisment
Advertisment