• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ତ୍ତମାନର ଼ଅନ୍‌ଲାଇନ୍‌ ଯୁଗରେ ZOMATO ଭଳି ସଂସ୍ଥାକୁ କିଏ ବା ନଜାଣେ । ଗତ ଦୁଇ ବର୍ଷର ସାଂଘାତିକ ଲକ୍‌ଡାଉନ୍‌ କାରଣରୁ ଜୋମାଟୋ କମ୍ପାନୀ ଏବେ ଘରେ ଘରେ ପରିଚିତ । ଲୋକେ ଘରୁ ବାହାରିକି ଯାଇ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଇବା ଅପେକ୍ଷା ନିଜ ମନପସନ୍ଦର ରେଷ୍ଟୁରାଣ୍ଟରୁ ଘରକୁ ଖାଦ୍ୟ ମଗାଇ ଖାଇବାକୁ ପସନ୍ଦ କରୁଛନ୍ତି । ଜୋମାଟୋ ଭଳି ଖାଦ୍ୟ ଡେଲିଭରି ସଂସ୍ଥା ଏଥିପାଇଁ ଖୁବ୍ ଯତ୍ନବାନ ମଧ୍ୟ ରହିଛି ।

ତେବେ ଆଜି ଆମେ ଆପଣଙ୍କୁ ଜୋମାଟୋର କୌଣସି ଅଫର କିମ୍ବା ତା’ର କୌଣସି ବିଜ୍ଞାପନ କଥା କହିବୁ ନାହିଁ । ଆମେ ଏହି ସଂସ୍ଥାର ଏକ ବଡ଼ ଗୁମର ଖୋଲିବାକୁ ଯାଉଛୁ । ସୋସିଆଲ ମିଡିଆ ଟ୍ୱିଟରରୁ ଏକ ସୂଚନା ମିଳିଛି ଯେ, ଜୋମାଟୋ ଭଳି ବଡ଼ ସଂସ୍ଥାର ସିଇଓ ମଧ୍ୟ ଫୁଡ୍‌ ଡେଲିଭରୀ କରୁଛନ୍ତି । ଏହି କଥା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ଆମେ ବି ଯେତେବେଳେ ଏହି କଥା ଜାଣିଲୁ ଆଶ୍ଚର୍ଯ୍ୟ ଲାଗିଥିଲା ।

ଅଧିକ ପଢ଼ନ୍ତୁ: ଶିକ୍ଷକରୁ Zomato ଡେଲିଭରି ବୟ ! ତାପରେ ହଠାତ୍‌ ସୋସିଆଲ ମିଡିଆ ସେନ୍‌ସେସନ୍‌, ପାଇଲେ ବଡ଼ ଉପହାର

ହେଲେ ଏହି କଥା ଆମେ କହୁ ନାହୁଁ ଏହି କଥା କହିଛନ୍ତି ଖୋଦ୍‌ ନୌକରୀ ଡଟ୍‌ କମ୍‌ର ପ୍ରତିଷ୍ଠାତା ସଞ୍ଜୀବ ବିଖଚନ୍ଦାନୀ । ସେ ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ପୋଷ୍ଟ କରିଛନ୍ତି । ସେ ସେହି ପୋଷ୍ଟରେ ଲେଖିଛନ୍ତି ଯେ, ଦିନେ ସେ ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲଙ୍କୁ ଭେଟିଥିଲେ । ସେଥିରେ ସେ ଜାଣିବାକୁ ପାଇଥିଲେ, ଗୋୟଲ ନିଜେ ମଧ୍ୟ ଫୁଡ ଡେଲିଭରୀ କରନ୍ତି । କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନାଲି ଟି-ସାର୍ଟ ପିନ୍ଧି ଗୋୟଲ ଫୁଡ୍‌ ଡେଲିଭରୀ କରିଥାନ୍ତି । ଗତ ତିନିବର୍ଷ ହେବ ସେ ଏହି ଅଭ୍ୟାସ ଆରମ୍ଭ କରିଛନ୍ତି ।

Zomato CEO(Zomato CEO)

ତେବେ ସମୟ ଅଭାବରୁ ସେ ପ୍ରତିଦିନ ଏଭଳି କରିପାରନ୍ତି ନାହିଁ, କିନ୍ତୁ ୩ ମାସରେ ଥରେ ସେ ନିଜେ ଲୋକଙ୍କ ଘରେ ଡେଲିଭରୀ ବୟ ସାଜି ଖାଦ୍ୟ ପହଞ୍ଚାଇଥାନ୍ତି । ସାଧାରଣ ଲୋକେ ବି ତାଙ୍କୁ ସେହି ରୂପରେ ଚିହ୍ନି ପାରନ୍ତି ନାହିଁ । ସବୁଠାରୁ ବଡ଼ କଥା ହେଲା ଖାଲି ସିଇଓ ନୁହଁନ୍ତି ସଂସ୍ଥାର ବଡ଼ ବଡ଼ ମ୍ୟାନେଜର ପୋଷ୍ଟରେ ଥିବା ବ୍ୟକ୍ତି ବିଶେଷ ମାନେ ମଧ୍ୟ ତିନି ମାସରେ ଥରେ ଏଭଳି ବାଇକ୍‌ ଧରି ଡେଲିଭରୀ ବୟ ସାଜିଥାନ୍ତି ।

ବିଖ୍‌ଚନ୍ଦାନୀଙ୍କ ଏହି ପୋଷ୍ଟରେ ଅନେକ ଲୋକ କମେଣ୍ଟ ଦେଇଛନ୍ତି । ଏହି ପୋଷ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କମ୍ପାନୀର ସିଇଓ ହୋଇ ମଧ୍ୟ ସେ କାହିଁକି ନିଜେ କରୁଛନ୍ତି ହୋମ୍‌ ଡେଲିଭରୀ । 

ବୁଦ୍ଧିଜୀବୀଙ୍କ ମହଲରେ କୁହାଯାଉଛି, ମାଲିକ ଡେଲିଭରୀ ବୟ ସାଜିବା ଦ୍ୱାରା ସେ ନିଜେ ହୃଦୟଙ୍ଗମ କରିପାରିବେ ଯେ, ଜଣେ ଡେଲିଭରୀ ବୟ ବଜାରରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛି । ଆଉ ସବୁଠାରୁ ବଡ଼ କଥା ହେଲା ଜୋମାଟୋକୁ ଲୋକେ କେତେ ପସନ୍ଦ କରୁଛନ୍ତି । ଆଉ କଭଳି ରହିଛି ଗ୍ରାଉଣ୍ଡ ପରିସ୍ଥିତି ।