Advertisment

୩ ବର୍ଷର ଝିଅକୁ ଉଠାଇନେଲା ମାଙ୍କଡ଼, ଫୋପାଡ଼ିଲା ପାହାଡ଼ ଉପରେ

ଝିଅଟିକୁ ଖୋଜିବା ପାଇଁ ପରିବାର ଲୋକଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଥିଲା। ପାହାଡ଼ିଆ ରାସ୍ତାରେ ପୋଲିସ ବହୁ ଖୋଜାଖୋଜି କରିଥିଲା। ବହୁ ଖୋଜାଖୋଜି ପରେ ଝିଅଟିକୁ ପାଇଥିଲା ପୋଲିସ। ମାଙ୍କଡ ଝିଅକୁ ନେଇ ଏକ ପାହାଡ଼ ଉପରେ ଫୋପାଡ଼ି ଦେଇଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Monkey Snatches 3 Year Old Girl

Monkey Snatches 3 Year Old Girl

ଅନେକ ଥର ମାଙ୍କଡ ଯୋଗୁଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ସେମାନେ କେବଳ ଲୋକଙ୍କ ଜିନିଷ ଚୋରି କରନ୍ତି ନାହିଁ ବରଂ ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରନ୍ତି। ଏମିତି କିଛି ଘଟଣା ଘଟିଛି ଏକ ତିନି ବର୍ଷର ଝିଅ ସହ । ପିତା ମାତାଙ୍କ ସାମ୍ନାରୁ ଜଣେ ତିନି ବର୍ଷର ଝିଅକୁ ନେଇଗଲା ମାଙ୍କଡ଼। ଏହି ଘଟଣା ଦେଖିବାକୁ ମିଳିଛି ଚୀନ୍‌ର ଦକ୍ଷିଣ-ପଶ୍ଚିମ ଗୁଇଜୋ ପ୍ରାନ୍ତରେ। ଝିଅଟିର ବାପା, ମା’ କ୍ଷେତରେ କାମ କରୁଥିବାବେଳେ ମାଙ୍କଡ଼ ଝିଅକୁ ଉଠାଇ ନେଇଥିଲା। ଏହା ପରେ ଝିଅଟିକୁ ବହୁ ଖୋଜାଖୋଜି କରାଯାଇଥିଲା କିନ୍ତୁ କିଛି ମିଳିଲା ନାହିଁ।

Advertisment

ଡେଲି ଷ୍ଟାର ରିପୋର୍ଟ ଅନୁସାରେ, ଝିଅଟିକୁ ଖୋଜିବା ପାଇଁ ପରିବାର ଲୋକଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଥିଲା। ପାହାଡ଼ିଆ ରାସ୍ତାରେ ପୋଲିସ ବହୁ ଖୋଜାଖୋଜି କରିଥିଲା। ବହୁ ଖୋଜାଖୋଜି ପରେ ଝିଅଟିକୁ ପାଇଥିଲା ପୋଲିସ। ମାଙ୍କଡ ଝିଅକୁ ନେଇ ଏକ ପାହାଡ଼ ଉପରେ ଫୋପାଡ଼ି ଦେଇଥିଲା। ପାହାଡ଼ ଉପରେ ଥିବା ଏକ ବୁଦାରେ ଝିଅଟି ପଡ଼ିଥିବାର ପୋଲିସ୍ ଦେଖିବାକୁ ପାଇଥିଲା ଏବଂ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇଥିଲା।

ଅଧିକ ପଢ଼ନ୍ତୁ: ମା’ ମାଙ୍କଡର ମୃତ୍ୟୁରେ କାନ୍ଦୁଛି ଛୁଆ ମାଙ୍କଡ

ଝିଅକୁ ସୁରକ୍ଷିତ ଉଦ୍ଧାର ପରେ ତାଙ୍କ ପିତା କହିଛନ୍ତି କି ‘ସେ ଏବଂ ତାଙ୍କ ପତ୍ନୀ ଝିଅକୁ ଗଛର ଛାଇରେ ବସାଇଥିଲେ। କିନ୍ତୁ କିଛି ସମୟ ପରେ ସେଠାରେ ତାଙ୍କ ଝିଅ ନଥିବା ଦେଖିବାକୁ ପାଇଥିଲେ। ପାଖାପାଖି ଅଞ୍ଚଳରେ ବହୁ ଖୋଜାଖୋଜି ପରେ ପାଇନଥିଲେ। ଏହାପରେ ପୋଲିସ୍‌ର ସହାୟତା ଲୋଡ଼ିଥିଲେ ପରିବାର ଲୋକ। ପରେ ପୋଲିସ ଏକ ପାହାଡ଼ ଉପରୁ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। କମ୍ ସମୟ ମଧ୍ୟରେ ଝିଅକୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ପୋଲିସ୍‌କୁ ଧନ୍ୟବାଦ ଦେଇଛନ୍ତି ପରିବାର ଲୋକ।

Advertisment
China Monkey
Advertisment
Advertisment