Advertisment

Viral Video: ମା’ ମାଙ୍କଡର ମୃତ୍ୟୁରେ କାନ୍ଦୁଛି ଛୁଆ ମାଙ୍କଡ

ଭାଇରାଲ୍ ହେଉଛି ମାଙ୍କଡର କରୁଣ କାହାଣୀ। ମା’ ମାଙ୍କଡର ମୃତ୍ୟୁରେ ଭାଙ୍ଗିପଡିଛି ଛୁଆ ମାଙ୍କଡ। ମୃତ ଦେହ ପାଖରେ ବସି କାନ୍ଦୁଛି ଆଉ ମା’କୁ ଉଠେଇବାକୁ ଚେଷ୍ଟା କରୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Monkey hit by car and died on road baby monkey crying

Monkey hit by car and died on road baby monkey crying

ସେ ମଣିଷ ହୁଅନ୍ତୁ କି ପଶୁପକ୍ଷୀ, ସମସ୍ତେ ପରିବାରଠାରୁ ଅଲଗା ହେବାର ଯନ୍ତ୍ରଣା ଅନୁଭବ କରନ୍ତି। ସବୁ ଯନ୍ତ୍ରଣା ଠାରୁ ମା’ ଠୁଁ ଅଲଗା ହେବାର ଯନ୍ତ୍ରଣା ବଳିଯାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖିଲେ ଆପଣ ଆଖିରୁ ବି ଲୁହ ଝରିଯିବ।

Advertisment

ନିକଟରେ ଜଣେ ଏକ ମା’ ରାସ୍ତାରେ ମୃତ୍ୟୁ ବରଣ କରିଥିଲା। ଏହା ପରେ ମା’ ମାଙ୍କଡର ପିଲା ସେଠାରେ ବସି ଯେମିତି କାନ୍ଦୁଥିଲା ଏହା ଦେଖି ଆଇଏଫଏସ୍‌ ଅଧିକାରୀ ଓ ସାଧାରଣ ଲୋକଙ୍କ ଛାତି ଥରେଇ ଦେଇଛି।

IFS ଅଧିକାରୀ @ susantananda3 ପ୍ରାୟତଃ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପଶୁମାନଙ୍କ ସହ ଜଡିତ ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ କରନ୍ତି। ନିକଟରେ ସେ ଶେୟାର କରିଥିବା ଏକ ଭିଡିଓ ଦେଖି ଆପଣଙ୍କ ହୃଦୟ ତରଳି ଯିବ। ଏହି ଭିଡିଓରେ ଏକ ଛୁଆ ମାଙ୍କଡ ତା’ ମା’ର ମୃତଦେହ ନିକଟରେ ବସି କାନ୍ଦୁଛି ଆଉ ମା’କୁ ଉଠାଇବାକୁ ଚେଷ୍ଟା କରୁଛି। ଭିଡିଓ ଶେୟାର କରି ସୁଶାନ୍ତ ଲେଖିଛନ୍ତି- “ଏହି ଦୃଶ୍ୟ ମୋତେ ଦୀର୍ଘ ଦିନ ପାଇଁ ଡରେଇବ।”

Advertisment

ସୂଚନା ମୁତାବକ ଆସାମରେ ଏକ ମାଙ୍କଡ ଦ୍ରୁତ ଗତିରେ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା। ମୁହାଁମୁହିଁ ଧକ୍କା ହେବାରୁ ସେଠାରେ ହିଁ ତା’ର ମୃତ୍ୟୁ ହୋଇଯାଇଛି। ଛୁଆ ମାଙ୍କଡଟି ଏବେ ବି ମା’ ମାଙ୍କଡକୁ ଧରିଛି ଆଉ ତାକୁ ଉଠାଇବାକୁ ଚେଷ୍ଟା କରୁଛି।

ଭିଡିଓରେ ଦେଖିବାକୁ ମିଳେ ଯେ କିଛି ସେଠାରେ କିଛି ଲୋକ ଠିଆ ହୋଇଛନ୍ତି। ଏଥିରୁ ବୁଝାପଡେ ଯେ ସେମାନେ ସେହି ଜୀବକୁ ଘେରି ରହିଛନ୍ତି ଏବଂ ବୋଧହୁଏ ଏହାର ଦୁଃଖରେ ଜଡିତ ଅଛନ୍ତି। ମଣିଷମାନଙ୍କ ପରି, ମାଙ୍କଡମାନଙ୍କର ପ୍ରଜାତି ମଧ୍ୟ ବୁଝିଲା ଭଳି। ଏଠାରେ ଏହି ଛୁଆ ମାଙ୍କଡଟିକୁ ଦେଖିଲେ ଲାଗେ ସେ ମଧ୍ୟ ଜାଣିପାରୁଛି ଯେ ତା’ ମାଆ ଆଉ ଏ ଦୁନିଆରେ ନାହାଁନ୍ତି।

ଖବର ଲେଖାହେବା ବେଳକୁ ଏହି ଭିଡିଓଟି ୧୮୫.୭ ହଜାରରୁ ଅଧିକ ଭିୟୁ ପାଇଥିବାବେଳେ ଅନେକ ନିଜର ମତାମତ ଦେଉଛନ୍ତି। ଅନେକ ଲୋକ ମନ୍ତବ୍ୟ ଦେଇ କହିଛନ୍ତି ଯେ ଛୁଆ ମାଙ୍କଡଟିକୁ ଏହି ଅବସ୍ଥାରେ ଦେଖି ସେମାନେ ବହୁତ ଦୁଃଖିତ।

Viral Video Baby Monkey
Advertisment
Advertisment