Advertisment

Iran's attack on US airbase: ଆମେରିକାର ଏୟାରବେସ୍ ଉପରେ ଭୟଙ୍କର ମିଜାଇଲ ମାଡ କଲା ଏହି ଦେଶ

କତାରର ରାଜଧାନୀ ଦୋହାରେ ଥିବା ଆମେରିକାର ଅଲ୍‌-ଉଦିଦ୍ ବାୟୁସେନା ଘାଟି ଏବଂ ଇରାକର ଅନବର ପ୍ରଦେଶରେ ଥିବା ଆମେରିକାର ଅଲ ଅସଦ ବିମାନଘାଟି ଉପରକୁ ମିଜାଇଲ ମାଡ କରିଛି ଇରାନ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
airbase

airbase

ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇରାନ ଆମେରିକା ଉପରେ ଆକ୍ରମଣ କରିଛି । କତାରର ରାଜଧାନୀ ଦୋହାରେ ଥିବା ଆମେରିକାର ଅଲ୍‌-ଉଦିଦ୍ ବାୟୁସେନା ଘାଟିକୁ ଟାର୍ଗେଟ କରି ଇରାନ ମିଜାଇଲ ମାଡ କରିଛି । ଆମେରିକୀୟ ଏୟାରବେସ୍ ଉପରେ ଭୟଙ୍କର ମିସାଇଲ୍ ମାଡ କରିଥିଲା। ମିସାଇଲ୍ ଆଟାକ୍ ପରେ ସାମୟିକ ଭାବେ ନିଜ ଏୟାରସ୍ପେସ୍ ବନ୍ଦ କରିଥିଲା କତାର। 

Advertisment

ଅଧିକ ପଢନ୍ତୁ: ଇସ୍ରାଏଲ-ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ; ବଡ ଘୋଷଣା କଲେ ଟ୍ରମ୍ପ, ପ୍ରତିକ୍ରିୟା ରଖିଲା ଇରାନ

ମିଳିଥିବା ସୂଚନା ମୁତାବକ, ପ୍ରାୟ ୬ଟି ମିଜାଇଲ ମାଡ କରିଥିଲା ଇରାନ । ଏହି ଅପରେସନର ନାମ ‘ବସର ଅଲ୍‌-ଫତେହ’ ଦେଇଥିଲା ଇରାନ । ଅଲ୍ ଉଦିଦ୍ ହେଉଛି ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସବୁଠାରୁ ବଡ ବାୟୁସେନା ଘାଟି । ଏଠାରେ ପ୍ରାୟ ୧୦ ହଜାର ଆମେରିକୀୟ ସୈନିକ ଥିବା ବେଳେ ବ୍ରିଟେନ ସୈନ୍ୟମାନେ ମଧ୍ୟ ପାଳି କରି ଆସନ୍ତି । ଏଠାରେ ଆମେରିକାର ଯୁଦ୍ଧ ଓ ପରିବହନ ବିମାନ ସମେତ ବହୁ ସାମରିକ ଉପକରଣ ଓ ଯୁଦ୍ଧାସ୍ତ୍ର ମହଜୁଦ ରହିଛି ।

Advertisment

ଏହି ଆଟାକକୁ ନେଇ ଟ୍ରମ୍ପ କହିଥିଲେ ଯେ, ‘‘ଇରାନର ମିଜାଇଲ୍ ହମଲାକୁ ନାକାମ କରିଥିଲା ଆମେରିକା। ୧୪ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏଥିରୁ ୧୩ଟି ମିସାଇଲକୁ ଖସାଇ ଦେଇଥିଲା ଆମେରିକା।’’ ଏହାପରେ ଦୋହାରେ ମିଜାଇଲ୍ ହମଲା ପରେ ସୁରକ୍ଷା ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଅନ୍ୟପଟେ ମିଜାଇଲ ଆଟାକ୍ ପରେ କତାରରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଚଳିତ ନହୋଇ ଘରେ ତଥା ସୁରକ୍ଷିତ ସ୍ଥାନରେ ରହିବାକୁ ନାଗରିକଙ୍କୁ ଭାରତ ପରାମର୍ଶ ଦେଇଛି।

କେବଳ କତାର ନୁହେଁ, ବରଂ ଇରାକର ଅନବର ପ୍ରଦେଶରେ ଥିବା ଆମେରିକାର ଅଲ ଅସଦ ବିମାନ ଘାଟି ଉପରକୁ ଆକ୍ରମଣ କରିଥିଲା ଇରାନ । ଏଠାରେ ଆମେରିକାର ଶତାଧିକ ସୈନ୍ୟ, ଯୁଦ୍ଧ ବିମାନ, ପରିବହନ ବିମାନ, ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ରହିଛି । 

ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ଆମେରିକାର ଏୟାର ବେସକୁ ଆକ୍ରମଣ କରିବା ପରେ ଇରାନର ସାମରିକ ବାହିନୀକୁ ପ୍ରଶଂସା କରିବା ସହ ଇରାନ ସରେଣ୍ଡର କରିବ ନାହିଁ ବୋଲି କହିଛନ୍ତି । 

ଅଧିକ ପଢନ୍ତୁ: ଅଶାନ୍ତ ମଧ୍ୟପ୍ରାଚ୍ୟ; ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ, ଆଡଭାଇଜରି ଜାରି କଲେ ଏହି ବିମାନ କମ୍ପାନୀ

Attack
Advertisment
Advertisment