/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729491644.jpg)
Yahya Sinwar
ଇସ୍ରାଏଲ୍ ଆକ୍ରମଣରେ ମୃତ୍ୟୁବରଣ କରିଥିବା ହାମାସ ମୁଖ୍ୟ ୟାହ୍ୟା ସିନୱାରକୁ ନେଇ ଦିନକୁ ଦିନ ନୂଆ ଖୁଲାସା କରାଯାଉଛି । ବର୍ତ୍ତମାନ ସିନୱାରର ବଙ୍କରକୁ ନେଇ ଏକ ଭିଡିଓ ପୋଷ୍ଟ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ସିନୱାରର ବଙ୍କରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଗାଜାର ଖାନ ୟୁନିସରେ ଥିବା ବଙ୍କର, ଯେଉଁଠାରେ ଗତ ଏକ ବର୍ଷ ଧରି ସିନୱାର ଲୁଚି ରହିଥିଲେ, ସେଠାରେ ଅତ୍ୟାଧୁନିକ ସୁବିଧା ଥିଲା ।
ଅଧିକ ପଢ଼ନ୍ତୁ: ନୂଆ ଭିଡିଓ ସେୟାର କଲା IDF, ଆକ୍ରମଣ ପୂର୍ବରୁ ବଙ୍କରରେ ଲୁଚିଥିଲା ସିନୱାର୍
ଇସ୍ରାଏଲ ପକ୍ଷରୁ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓରେ ଏହା ଦାବି କରାଯାଇଛି ଯେ ଏହା ହେଉଛି ୟାହ୍ୟା ସିନୱାରର ବଙ୍କର୍ ଏବଂ ଏଥିରେ ବହୁମୂଲ୍ୟ ସୁଗନ୍ଧିତ ଦ୍ରବ୍ୟ, ପ୍ରାଇଭେଟ୍ ବାଥରୁମ୍ ଏବଂ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଦିଆଯାଇଥିବା ଖାଦ୍ୟ ଥିଲା । ଏହା ସହ ସେହି ବଙ୍କରରେ ବିଡ଼ା ବିଡ଼ା ଆମେରିକୀୟ ଡାଲର ମଧ୍ୟ ଥିବା ଦେଖିବାକୁ ମିଳିଛି । ସେହିପରି ବଙ୍କର ଭିତରେ ବିଳାସପୂର୍ଣ୍ଣ ରୋଷେଇ ଘର ମଧ୍ୟ ରହିଛି । ଏଠାରେ ମହଙ୍ଗା ପରଫ୍ୟୁମ୍ଠୁ ଆରମ୍ଭ କରି ଅନେକ ବ୍ରାଣ୍ଡେଡ୍ ଆଇଟମ୍ ଏହି ବଙ୍କରରେ ଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ।
The IDF has released footage showing their entry into Sinwar’s bunker, where UNWRA bags and millions of shekels were found.
Sinwar and other Hamas leaders have been siphoning billions from the people of Gaza, allegedly with @UNWRA’s involvement.
— David Saranga (@DavidSaranga) October 20, 2024
ସୂଚନା ଅନୁସାରେ ଗତ ବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ୟାହ୍ୟା ସିନୱାର । ଏହି ଆକ୍ରମଣରେ ୧୨୦୦ରୁ ଅଧିକ ଇସ୍ରାଏଲ୍ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଅନେକ ଲୋକ ବନ୍ଧକ ହୋଇଥିଲେ ।
ତେବେ ଏହାପୂର୍ବରୁ ସିନୱାରର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହ ଏକ ଅଣ୍ଡରଗ୍ରାଉଣ୍ଡ ଟନେଲରେ ବୁଲୁଥିବାର ନଜର ଆସିଥିଲେ । ଭିଡିଓରେ, ସେ ବଙ୍କର ଭିତରକୁ ଟିଭି, ତକିଆ, ଗଦି ଏବଂ ଅନ୍ୟ କିଛି ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଛି । ବାହାରେ ଇସ୍ରାଏଲରେ ଆତଙ୍କ ଚାଲିଥିବା ବେଳେ ବଙ୍କର ଭିତରେ କିନ୍ତୁ ନିଜ ପରିବାର ସହିତ ବେଶ୍ ଆରମରେ ରହିଥିଲା ସିନୱାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)