/odishatv-khabar/media/post_attachments/uploadimage/library/16_9/16_9_0/jail_1755850336.jpg)
jail
ମାଲେସିୟାରେ ତାଲିବାନୀ ଶାସନ ! ଥରୁଟିଏ ବି ଜୁମ୍ମା ନମାଜ ପାଠ ବନ୍ଦ କଲେ ଯିବେ ଜେଲ୍ । ଏହି କଠୋର ଆଇନ୍ ଲାଗୁ ହୋଇଛି ମାଲେସିୟା ଟେରେଙ୍ଗାନୁ ରାଜ୍ୟରେ । ଜୁମା ବା ଶୁକ୍ରବାରର ନମାଜ ନପଢିଲେ ଜେଲ୍ ଦଣ୍ଡ ମିଳିବ ବୋଲି ଫରମାନ ଶୁଣାଇଛନ୍ତି ଟେରେଙ୍ଗାନୁ ସରକାର । କେହି ବି ଜୁମା ନମାଜ ବନ୍ଦ କରିପାରିବେନି । ଯିଏ ଜୁମ୍ମା ନମାଜ ନ ପଢିବେ, ଶରିଆ ଆଇନ୍ ଅନୁସାରେ, ସିଧା ୨ ବର୍ଷ ଜେଲ୍ ଯିବେ । ତେବେ ଏହି ଫରମାନ କେବଳ ମୁସଲମାନ ପୁରୁଷଙ୍କ ପାଇଁ ।
ବର୍ତ୍ତମାନ ଟେରେଙ୍ଗାନୁରେ 'ପ୍ୟାନ୍ ମାଲେସିଆଇ ଇସଲାମିକ ପାର୍ଟିର (PAS)' ଶାସନ ଚାଲୁଛି । ଆଉ PAS ସରକାର ରାଜ୍ୟରେ ଶରିଆ ଆଇନ କଡାକଡି ଲାଗୁ ପାଇଁ ଘୋଷଣା କରିଛନ୍ତି । ଏହି ଆଇନ ଅନୁସାରେ, କୌଣସି ମୁସଲମାନ ପୁରୁଷ ଠୋସ୍ କାରଣ ବିନା ଜୁମ୍ମା ନମାଜ ବନ୍ଦ କରିପାରିବେନି । କେହି ଏହାକୁ ନମାନିଲେ ଅପରାଧୀରେ ଗଣାହେବ ଏବଂ ଶରିଆ ଆଇନ ଅନୁସାରେ, ୨ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଏହାସହ ୬୧ ହଜାର ଟଙ୍କା ଜରିମାନା ବି ଦେବାକୁ ପଡିପାରେ ।
ଏକ ରିପୋର୍ଟ ଅନୁସାରେ, ପୂର୍ବରୁ ଟେରେଙ୍ଗାନୁରେ ଲଗାତାର ୩ ଥର ଜୁମା ନମାଜ ନ ପଢିଲେ ୬ ମାସର ଜେଲ୍ ବ୍ୟବସ୍ଥା ଥିଲା । କିନ୍ତୁ ଏବେଠୁ ପ୍ରତିଥର ଜୁମା ନମାଜ ପଢିବାକୁ ପଡିବ ଚେତାବନୀ ଦେଇଛନ୍ତି ଟେରେଙ୍ଗାନୁ ସରକାର ।
ବହୁସାଂସ୍କୃତିକ ଦେଶ ଭାବେ ଜଣାଶୁଣା ମାଲେସିଆ । କିନ୍ତୁ ସେଠି ଏଭଳି ଧାର୍ମିକ କଟ୍ଟରତା, ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ଦେଶ ଭିତରେ ବି ଏପରି ଆଇନ୍କୁ ନାପସନ୍ଦ କରୁଛନ୍ତି ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)