Advertisment

California wildfires: ଜଙ୍ଗଲ ନିଆଁରେ ଛାରଖାର ଆମେରିକା; ଗଲାଣି ୨୪ ଜୀବନ

ଲସ୍ ଏଞ୍ଜେଲସ ଓ ଭେଣ୍ଟୁରା-କାଉଣ୍ଟି ଅଞ୍ଚଳର ହଜାରେ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ଜଳୁଛି। ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ସମୁଦ୍ରକୂଳରୁ ବହୁଥିବା ପ୍ରାୟ ୧୦୦ କିଲୋମିଟର ବେଗରେ ପବନ। ଫଳରେ ନିଆଁ ଥମିବା ପରିବର୍ତ୍ତେ ଅଧିକ ବଢ଼ିବାରେ ଲାଗିଛି।

California Los Angeles Wildfires

California Los Angeles Wildfires

Advertisment

ଆମେରିକା ଦେଖୁଛି ପ୍ରକୃତିର କରାଳ ରୂପ। ଗତ ଜାନୁଆରୀ ୭ ତାରିଖରେ କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ଗଲା ସପ୍ତାହେ ଧରି ଜଳୁଛି ଆମେରିକାର ସବୁଠୁ ମହଙ୍ଗା ତଥା ବ୍ୟସ୍ତବହୁଳ ପର୍ଯ୍ୟଟନ ସିଟି ଲସ୍ ଏଞ୍ଜେଲସ। ନିଆଁର ଆଁରେ ଗ୍ରାସି ହୋଇଗଲାଣି ଲୋକଙ୍କ ଘରଦ୍ୱାର ଓ ବିଶାଳ ଅଟ୍ଟାଳିକା। ଏପରିକି ହଲିଉଡ ସେଲିବ୍ରିଟି ଓ ରାଜନେତାଙ୍କ ବିଳାସପୂର୍ଣ୍ଣ ଘର ମଧ୍ୟ ଜଳି ପୋଡି ଛାରଖାର ହୋଇଗଲାଣି

Advertisment

ବ୍ରେଟନଉଡ୍ ଅଞ୍ଚଳରେ ଥିବା ଉପରାଷ୍ଟ୍ରପତି କମଳା ହାରିସଙ୍କ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ କରାଯାଇଛି। କେବଳ ହଲିଉଡରେ ନଷ୍ଟ ହୋଇଯାଇଛି ୫୦୦ ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି। ମୋଟ ୧୦ ହଜାର କୋଠା ନଷ୍ଟ ହୋଇଥିବା ବେଳେ ୧୩ ଲକ୍ଷ ଲୋକ ଘର ଛାଡ଼ି ଅନ୍ୟତ୍ର ଚାଲିଗଲେଣି। ୩ କିଲୋମିଟର ଯାଏଁ ବ୍ୟାପିଛି ଏହି ପ୍ରଳୟଙ୍କାରୀ ନିଆଁ। ଆଉ ଏବେ ଯାଏଁ ୨୪ ଜଣଙ୍କ ଜୀବନ ନେଇଛି ।

ଲସ୍ ଏଞ୍ଜେଲସ ଓ ଭେଣ୍ଟୁରା-କାଉଣ୍ଟି ଅଞ୍ଚଳର ହଜାରେ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ଜଳୁଛି। ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ସମୁଦ୍ରକୂଳରୁ ବହୁଥିବା ପ୍ରାୟ ୧୦୦ କିଲୋମିଟର ବେଗରେ ପବନ। ଫଳରେ ନିଆଁ ଥମିବା ପରିବର୍ତ୍ତେ ଅଧିକ ବଢ଼ିବାରେ ଲାଗିଛି। ପରିସ୍ଥତତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ଅଛନ୍ତି। ଆକାଶମାର୍ଗରୁ ବିମାନ ଓ ହେଲିକପ୍ଟର ଯୋଗେ ପାଣି ମଧ୍ୟ ପକାଯାଉଛି। ହେଲେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

Advertisment

ଅଗ୍ନିଶମ କର୍ମଚାରୀମାନେ ପାଲିସାଡେସରେ ଲାଗିଥିବା ନିଆଁକୁ କିଛି ପରିମାଣରେ ଆୟତ୍ତ କରିଛନ୍ତି। ତେବେ ଏବେବି ଅନେକ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାକୁ ଦିନରାତି ପରିଶ୍ରମ ଚାଲିଛି। ତେବେ ୟାରି ମଧ୍ୟରେ ଏକ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ପୋଡ଼ି ଯାଇଥିବା ସହରରେ ଲୁଟପାଟର ଅଭିଯୋଗ ଆସିଛି। ଅନେକ ସେଲିବ୍ରିଟିଙ୍କ ଘରକୁ ଟାର୍ଗେଟ କରାଯାଇଛି। ଲସ୍ ଆଞ୍ଜେଲସ୍ ଅଧିକାରୀମାନେ କହିଛନ୍ତି ଏପରି ସ୍ଥିତିରେ ଲୋକମାନେ ଚୋରି କରୁଛନ୍ତି। ଏହାକୁ ଆଦୌ ଗ୍ରହଣ କରାଯିବ ନାହିଁ। ଆମେରିକା ସରକାର ମଧ୍ୟ ନିଆଁକୁ ନେଇ ଅତ୍ୟନ୍ତ ଚିନ୍ତିତ ଅଛନ୍ତି ଓ ଏହାକୁ ଖୁବଶୀଘ୍ର ଆୟତ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ନିଆଁ ଆଁରେ ଲସ୍ ଆଞ୍ଜେଲସ୍; ୧୦ହଜାର ଘର ପାଉଁଶ, ଗଲାଣି ୧୦ ଜୀବନ

Fire Breaks Out Wildfire California
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ