Advertisment

Corrupt countries Ranking: ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକା ପ୍ରକାଶିତ, ଏତିକି ନମ୍ବରରେ ରହିଛି ଭାରତ

ଡେନମାର୍କ ଏହି ତାଲିକାରେ ସବୁଠୁ ଶୀର୍ଷରେ ରହିଛି। ଏଠାରେ ଦୁର୍ନୀତି ସବୁଠାରୁ କମ ହୋଇଥାଏ। ସିପିଆଇରେ ଏହି ଦେଶକୁ ୯୦ ମାର୍କ ମିଳିଛି। ଅନ୍ୟ ପକ୍ଷରେ ଫିନଲାଣ୍ଡ(୮୮), ସିଙ୍ଗାପୁର(୮୪), ନ୍ୟୁଜିଲାଣ୍ଡ(୮୩), ଲକ୍ସେମବର୍ଗ(୮୧) ଟପ ୫ ମଧ୍ୟରେ ରହିଛନ୍ତି।

ଅଦ୍ୟତନ ହୋଇଛି
corruption

corruption

Advertisment

ବୁଧବାର ପ୍ରକାଶ ପାଇଛି ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ମାନଙ୍କ ତାଲିକା। ଏହି ତାଲିକାରେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ୧୩୫ ତମ ସ୍ଥାନରେ ରହିଛି। ବିଶ୍ବର ୧୮୦ ରାଷ୍ଟ୍ରଙ୍କୁ ନେଇ ଏହି ତାଲିକା ପ୍ରକାଶ କରାଯାଇଛି। ବିଭିନ୍ନ ମାନକକୁ ନେଇ ପଏଣ୍ଟ ପ୍ରଦାନ କରାଯାଇଥାଏ। ସବୁଠାରୁ ଖରାପକୁ ୦ ଓ ସବୁଠାରୁ ଭଲକୁ ୧୦୦ ମାକ ଦିଆଯାଇଥାଏ। ମାର୍କ ଆଧାରରେ ଏହି ରାଙ୍କିଙ୍ଗ ତାଲିକା ପ୍ରକାଶ କରାଯାଇଥାଏ। ୨୦୨୪ ବର୍ଷ ପାଇଁ ମଧ୍ୟ କରପସନ ପେର୍ସପ୍ସନ ଇଣ୍ଡେକ୍ସ (ସିପିଆଇ) ପ୍ରସ୍ତୁତ କରାଯାଇଥିଲା।

Advertisment

ଡେନମାର୍କ ଏହି ତାଲିକାରେ ସବୁଠୁ ଶୀର୍ଷରେ ରହିଛି। ଏଠାରେ ଦୁର୍ନୀତି ସବୁଠାରୁ କମ ହୋଇଥାଏ। ସିପିଆଇରେ ଏହି ଦେଶକୁ ୯୦ ମାର୍କ ମିଳିଛି। ଅନ୍ୟ ପକ୍ଷରେ ଫିନଲାଣ୍ଡ(୮୮), ସିଙ୍ଗାପୁର(୮୪), ନ୍ୟୁଜିଲାଣ୍ଡ(୮୩), ଲକ୍ସେମବର୍ଗ(୮୧) ଟପ ୫ ମଧ୍ୟରେ ରହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନରୱେ (୮୧), ଓ ସ୍ବିଜରଲାଣ୍ଡ (୮୧) ଷଷ୍ଠ ଓ ସପ୍ତମ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ, ଆଇସଲାଣ୍ଡ ଓ ଆୟାର୍ଲାଣ୍ଡ ସମାନ ୭୭ ଅଙ୍କ ପାଇଥିବା ବେଳେ ଟପ ଟେନରେ ରହିଛନ୍ତି।

ଅଧିକ ପଢନ୍ତୁ: ଭାରତ ସହ ମିଶି ଗୁଗୁଲ୍ କରିବ ଏହି କାମ; ମୋଦିଙ୍କୁ ଭେଟି ଏମିତି କହିଲେ ସୁନ୍ଦର ପିଚାଇ

Advertisment

ସିପିଆଇ ରାଙ୍କିଙ୍ଗରେ ୨୦୨୨ରେ ଭାରତ ୪୦ ପଏଣ୍ଟ ପାଇଥିଲା। ୨୦୨୩ରେ ଭାରତର ସ୍କୋର ୩୯ ପଏଣ୍ଟକୁ ଖସିଥିବା ବେଳେ ଭାରତ ୯୩ ତମ ସ୍ଥାନରେ ରହିଥିଲା। ୨୦୨୪ରେ ଭାରତର ସ୍କୋର ୩୮କୁ ହ୍ରାସ ପାଇଥିବା ବେଳେ ଏହାର ରାଙ୍କିଙ୍ଗ ତାଲିକା ୯୬ରେ ପହଞ୍ଚିଛି। ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଗାମ୍ବିଆ ଓ ମାଲଡିଭ୍ସ। ଭାରତର ପଡୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ପାକିସ୍ତାନ ୧୩୫ ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୧୨୧ ତମ ସ୍ଥାନରେ ରହିଛି। ବାଂଲାଦେଶ ଏହି ତାଲିକାରେ ତଳକୁ ଖସିବା ସହିତ ୧୪୯ ତମ ସ୍ଥାନରେ ପହଞ୍ଚିଛି। ଅନ୍ୟ ପକ୍ଷରେ ଚାଇନା ଏହି ତାଲିକାରେ ୭୬ ତମ ସ୍ଥାନରେ ରହିଛି।

ଏହି ତାଲିକାର ସବୁଠାରୁ ତଳେ ରହିଥିବା ସୁଦାନ ମାତ୍ର ୮ ପଏଣ୍ଟ ହାସଲ କରିଥିଲା। ସୋମାଲିଆ, ଭେନେଜୁଏଲା, ସିରିଆ, ୟେମେନ ଓ ଲିବ୍ୟା ଏହି ତାଲିକାର ତଳଆଡୁ ଟପ-୫ ମଧ୍ୟରେ ଅଛନ୍ତି। ଆମେରିକା ୪ ସ୍ଥାନ ତଳକୁ ଖସି ୨୮ରୁ ଆସି ୨୪ରେ ପହଞ୍ଚିଛି। ଅନ୍ୟ ବିକଶିତ ରାଷ୍ଟ୍ରଙ୍କ ମଧ୍ୟରେ ଫ୍ରାନ୍ସ ୨୫ ଓ ଜର୍ମାନୀ ୧୫ ତମ ସ୍ଥାନରେ ରହିଛି।

Advertisment

ଅଧିକ ପଢନ୍ତୁ: ଭାରତ ସହ ମିଶି ଗୁଗୁଲ୍ କରିବ ଏହି କାମ; ମୋଦିଙ୍କୁ ଭେଟି ଏମିତି କହିଲେ ସୁନ୍ଦର ପିଚାଇ

Corruption
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ