/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683908170.jpg)
Linda Yaccarino
ଟ୍ୱିଟରର ନୂଆ ସିଇଓ ହେଲେ ଲିଣ୍ଡା ୟାକ୍କାରିନୋ(Linda Yaccarino ) । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଖୋଦ୍ ଏଲନ ମସ୍କ । ଏହାସହ ସେ ନୂଆ CEOଙ୍କୁ ସ୍ୱାଗତ କଲେ କରିଛନ୍ତି । ଜଣେ ମହିଳା ଟ୍ୱିଟରର ସିଇଓ ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଥିଲା, ଯାହା ସତ ହୋଇଛି ।
ଲିଣ୍ଡା ୟାକ୍କାରିନୋ କିଏ ?
୧.ଲିଣ୍ଡା ୟାକ୍କାରିନୋ ପ୍ରାୟ ଏକ ଦଶନ୍ଧି ହେବ NBCUniversalର ସିଇଓ ପଦବୀରେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ସଂସ୍ଥାକୁ ଆଗକୁ ନେବା ପାଇଁ ବଡ଼ ବଡ଼ ପଦକ୍ଷେପ ବି ନେଇଛନ୍ତି । ବିଜ୍ଞାପନ କ୍ଷେତ୍ରରେ ସେ ଏକ ବଡ଼ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି ।
୨.ଲିଣ୍ଡା ୧୯ ବର୍ଷ ଧରି ଟର୍ଣ୍ଣର ଏଣ୍ଟରଟେନ୍ମେଣ୍ଟରେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟୟ ରଖିଛନ୍ତି । ନେଟୱର୍କ ବିଜ୍ଞାପନକୁ ସେ ଡିଜିଟାଲର ଭବିଷ୍ୟତ କରିବା ଦିଗରେ ଅନେକ କାମ କରିଛନ୍ତି ଓ ସଫଳ ହୋଇଛନ୍ତି ।
୩.ପେନ୍ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ହେଉଛନ୍ତି ଲିଣ୍ଡା । ସେଠାରେ ସେ ଲିବେରାଲ ଆର୍ଟସ୍ ଏବଂ ଟେଲିକମ୍ୟୁନିକେସନ୍ର ପାଠ ପଢ଼ୁଥିଲେ ।
୪.ଗତମାସରେ ଲିଣ୍ଡା ମିଆମିଠାରେ ଆୟୋଜିତ ଏକ ବିଜ୍ଞାପନ ସମ୍ମିଳନୀରେ ଏଲନ୍ ମସ୍କଙ୍କ ଇଣ୍ଟରଭ୍ୟୁ ବା ସାକ୍ଷାତକାର ନେଇଥିଲେ । ଯାହାକି ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ତାଳି ମାରି ମସ୍କଙ୍କୁ ସ୍ୱାଗତ କରିବା ପାଇଁ ଲିଣ୍ଡା ଉସ୍କାଇଥିଲେ । ଏହାସହ ମସ୍କଙ୍କୁ ତାଙ୍କର କାମ ପାଇଁ ଖୁବ୍ ପ୍ରଶଂସା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)